ବାହାନଗା ଟ୍ରେନ୍ ଟ୍ରାଜେଡି, ୩ ଅଭିଯୁକ୍ତଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ

କଟକ: ବାଲେଶ୍ଵର ବାହାନଗା ଟ୍ରେନ୍ ଟ୍ରାଜେଡି ମାମଲାର ତିନି ଅଭିଯୁକ୍ତଙ୍କୁ ମିଳିଲା ଜାମିନ। ତିନି ଅଭିଯୁକ୍ତ ମହମ୍ମଦ ଅମିର ଖାଁ, ଅରୁଣ କୁମାର ମହନ୍ତ ଓ ପପୁ କୁମାରଙ୍କୁ ମଙ୍ଗଳବାର ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ନିମ୍ନ ଅଦାଲତରେ ଜାମିନ ନାମଞ୍ଜୁର ହେବା ପରେ ତିନି ଅଭିଯୁକ୍ତ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ତିନି ‌ଆବେଦନକାରୀଙ୍କୁ ସର୍ତ୍ତମୂଳକ  ଜାମିନ ପ୍ରଦାନ  କରିଛନ୍ତି। ସୂଚନା ଅନୁଯାୟୀ, ବାହାନଗା ଘଟଣାରେ ରେଳ ବିଭାଗ କର୍ମଚାରୀ ସୋରର ସିନିୟର ସେକ୍ସନ ଇଂଜିନିୟର ମହମ୍ମଦ ଅମିର ଖାଁ, ସିନିୟର ସେକ୍ସନ ଇଂଜନିୟର  ଅରୁଣ କୁମାର ମହନ୍ତ, ଟେକନିସିଆନ ପପୁ କୁମାରଙ୍କୁ ସିବିଆଇ ଗିରଫ କରିଥିଲା। ତଦନ୍ତ ପରେ ସିବିଆଇ ଏହି ତିନି ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଦଫା ୩୦୨(ପାର୍ଟ-୨), ୨୦୧, ୩୪ ଓ ରେଲୱେ ଆକ୍ଟର ଧାରା ୧୩ରେ  ଭୁବନେଶ୍ବର ଅତିରିକ୍ତ ଦୌରା ଜଜ୍ ଅଦାଲତରେ ଚାର୍ଜସିଟ ଦାଖଲ କରିଥିଲା।ସୂଚନାଯୋଗ୍ୟ, ୨୦୨୩ ମସିହା ଜୁନ୍ ୨ ତାରିଖ ସନ୍ଧ୍ୟା ପ୍ରାୟ ୭ଟାରେ ବାଲେଶ୍ଵର ବାହାନଗା ଷ୍ଟେସନରେ ଛାତିଥର ଟ୍ରେନ ଦୁର୍ଘଟଣା ଘଟିଥିଲା। ହାଓ୍ଵଡ଼ା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍ ମାଲଗାଡ଼ିକୁ ଧକ୍କା ଦେଇ ଅନ୍ୟ ଟ୍ରାକରେ ଆସୁଥିବା ଯଶବନ୍ତପୁର ହାଓ୍ଵଡ଼ା ସୁପରଫାଷ୍ଟ ଟ୍ରେନ ଉପରେ ପଡିଥ

ବାହାନଗା ଟ୍ରେନ୍ ଟ୍ରାଜେଡି, ୩ ଅଭିଯୁକ୍ତଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ

କଟକ: ବାଲେଶ୍ଵର ବାହାନଗା ଟ୍ରେନ୍ ଟ୍ରାଜେଡି ମାମଲାର ତିନି ଅଭିଯୁକ୍ତଙ୍କୁ ମିଳିଲା ଜାମିନ। ତିନି ଅଭିଯୁକ୍ତ ମହମ୍ମଦ ଅମିର ଖାଁ, ଅରୁଣ କୁମାର ମହନ୍ତ ଓ ପପୁ କୁମାରଙ୍କୁ ମଙ୍ଗଳବାର ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ନିମ୍ନ ଅଦାଲତରେ ଜାମିନ ନାମଞ୍ଜୁର ହେବା ପରେ ତିନି ଅଭିଯୁକ୍ତ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ତିନି ‌ଆବେଦନକାରୀଙ୍କୁ ସର୍ତ୍ତମୂଳକ  ଜାମିନ ପ୍ରଦାନ  କରିଛନ୍ତି। 

ସୂଚନା ଅନୁଯାୟୀ, ବାହାନଗା ଘଟଣାରେ ରେଳ ବିଭାଗ କର୍ମଚାରୀ ସୋରର ସିନିୟର ସେକ୍ସନ ଇଂଜିନିୟର ମହମ୍ମଦ ଅମିର ଖାଁ, ସିନିୟର ସେକ୍ସନ ଇଂଜନିୟର  ଅରୁଣ କୁମାର ମହନ୍ତ, ଟେକନିସିଆନ ପପୁ କୁମାରଙ୍କୁ ସିବିଆଇ ଗିରଫ କରିଥିଲା। ତଦନ୍ତ ପରେ ସିବିଆଇ ଏହି ତିନି ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଦଫା ୩୦୨(ପାର୍ଟ-୨), ୨୦୧, ୩୪ ଓ ରେଲୱେ ଆକ୍ଟର ଧାରା ୧୩ରେ  ଭୁବନେଶ୍ବର ଅତିରିକ୍ତ ଦୌରା ଜଜ୍ ଅଦାଲତରେ ଚାର୍ଜସିଟ ଦାଖଲ କରିଥିଲା।

ସୂଚନାଯୋଗ୍ୟ, ୨୦୨୩ ମସିହା ଜୁନ୍ ୨ ତାରିଖ ସନ୍ଧ୍ୟା ପ୍ରାୟ ୭ଟାରେ ବାଲେଶ୍ଵର ବାହାନଗା ଷ୍ଟେସନରେ ଛାତିଥର ଟ୍ରେନ ଦୁର୍ଘଟଣା ଘଟିଥିଲା। ହାଓ୍ଵଡ଼ା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍ ମାଲଗାଡ଼ିକୁ ଧକ୍କା ଦେଇ ଅନ୍ୟ ଟ୍ରାକରେ ଆସୁଥିବା ଯଶବନ୍ତପୁର ହାଓ୍ଵଡ଼ା ସୁପରଫାଷ୍ଟ ଟ୍ରେନ ଉପରେ ପଡିଥିଲା। ଏହି ହୃଦୟ ବିଦାରକ ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧୦୦ରୁ ଅଧିକ ଆତହ ହୋଇଥିଲେ। ଏହି ଦୁର୍ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇଥିଲା।