ବାହାନଗା ରେଳ ଦୁର୍ଘଟଣା ମାମଲା : ତିନି ଅଭିଯୁକ୍ତ ରେଳ କର୍ମଚାରୀଙ୍କୁ ହାଇକୋର୍ଟରୁ ଜାମିନ

କଟକ : ବାଲେଶ୍ୱରର ବାହାନଗା ଠାରେ ଘଟିଥିବା ରେଳ ଦୁର୍ଘଟଣା ମାମଲାର ଅଭିଯୁକ୍ତ ମାନଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି । ଏହି ମାମଲାରେ ୩ଜଣ ଅଭିଯୁକ୍ତ ମହମ୍ମଦ ଅମିର ଖାଁ, ଅରୁଣ କୁମାର ମହନ୍ତ ଓ ପପୁ କୁମାରଙ୍କୁ ଆଜି ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ପୂର୍ବରୁ ଏହି ମାମଲାର ରାୟ ସଂରକ୍ଷିତ ରହିଥିବା ବେଳେ ଆଜି ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ରାୟ ପ୍ରକାଶ କରିଛନ୍ତି। ଆବଶ୍ୟକ ସର୍ତ୍ତାରୋପ ପୂର୍ବକ ଆବେଦନକାରୀଙ୍କୁ ଜାମିନରେ ଛାଡ଼ିବାକୁ […]

ବାହାନଗା ରେଳ ଦୁର୍ଘଟଣା ମାମଲା : ତିନି ଅଭିଯୁକ୍ତ ରେଳ କର୍ମଚାରୀଙ୍କୁ ହାଇକୋର୍ଟରୁ ଜାମିନ
Bahanaga train tragedy: CBI files charge-sheet against 3 arrested Railways officials

କଟକ : ବାଲେଶ୍ୱରର ବାହାନଗା ଠାରେ ଘଟିଥିବା ରେଳ ଦୁର୍ଘଟଣା ମାମଲାର ଅଭିଯୁକ୍ତ ମାନଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି । ଏହି ମାମଲାରେ ୩ଜଣ ଅଭିଯୁକ୍ତ ମହମ୍ମଦ ଅମିର ଖାଁ, ଅରୁଣ କୁମାର ମହନ୍ତ ଓ ପପୁ କୁମାରଙ୍କୁ ଆଜି ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ପୂର୍ବରୁ ଏହି ମାମଲାର ରାୟ ସଂରକ୍ଷିତ ରହିଥିବା ବେଳେ ଆଜି ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ରାୟ ପ୍ରକାଶ କରିଛନ୍ତି। ଆବଶ୍ୟକ ସର୍ତ୍ତାରୋପ ପୂର୍ବକ ଆବେଦନକାରୀଙ୍କୁ ଜାମିନରେ ଛାଡ଼ିବାକୁ ନିମ୍ନ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ପ୍ରକାଶଥାଉକି ୨୦୨୩, ଜୁନ୨ ସଂଧ୍ୟାରେ ବାଲେଶ୍ୱର ବାହାନଗା ଷ୍ଟେସନରେ ଏହି ଭୟଙ୍କର ରେଳ ଦୁର୍ଘଟଣାରେ ୨୯୬ଜଣଙ୍କ ପ୍ରାଣହାନୀ ହୋଇଥିବା ବେଳେ ପ୍ରାୟ ୧୨୦୦ ଜଣ ଆହତ ହୋଇଥିଲେ । ଏହି ଘଟଣାର ତଦନ୍ତ କରି ରେଳ ବିଭାଗ କର୍ମଚାରୀ ସୋରର ବରିଷ୍ଠ ଯନ୍ତ୍ରୀ ମହମ୍ମଦ ଅମିର ଖାଁ, ବରିଷ୍ଠ ଯନ୍ତ୍ରୀ (ସିଗନାଲ) ଅରୁଣ କୁମାର ମହନ୍ତ, ଟେକ୍ନିସିଆନ ପପୁ କୁମାରଙ୍କୁ ସିବିଆଇ ଗିରଫ କରିଥିଲା । ଆଇପିସିର ଦଫା ୩୦୨(ପାର୍ଟ-୨), ୨୦୧, ୩୪ ଓ ରେଲୱେ ଆକ୍ଟର ଧାରା ୧୩ରେ ଭୁବନେଶ୍ୱର ଅତିରିକ୍ତ ଦୈରା ଜଜ୍‌ ଅଦାଲତରେ ଚାର୍ଜସିଟ ଦାଖଲ କରିଥିଲା ସିବିଆଇ। ନିମ୍ନ ଅଦାଲତରେ ଜାମିନ ନାମଞ୍ଜୁର ହେବା ପରେ ତିନି ଅଭିଯୁକ୍ତ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।ଆବେଦନକାରୀ ମାନଙ୍କ ତରଫରୁ ଆଇନଜୀବୀ ଦେବାଶିଷ ପଣ୍ଡା,ଡକ୍ଟର କେଦାରନାଥ ତ୍ରିପାଠୀ ଓ ଅଭିଜିତ ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।