ବାୟା କଲା ଘିବଲି ଇମେଜ୍: ସାରା ବିଶ୍ୱରେ ଚାଟ୍ ଜିପିଟି ଡାଉନ: ଚିନ୍ତାର ଅଲ୍ଟମ୍ୟାନ୍

ନୂଆଦିଲ୍ଲୀ: ଲୋକଙ୍କୁ ବାୟା କରିଛି ଘିବଲି ଫଟୋ। ସମସ୍ତେ ଚାଟ୍ ଜିପିଟି ୟୁଜ୍ କରି ଘିବଲି ଫଟୋ ବନାଇରେ ବ୍ୟସ୍ତ। ଏଥିପାଇଁ ରବିବାର ଓପନଏଆଇ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟୁଲ ChatGPT ସାରା ବିଶ୍ୱରେ ଡାଉନ ହୋଇଯାଇଛି। ନୂଆ ଅପଡେଟ୍ ଷ୍ଟୁଡିଓ ଘିବଲି ଇମେଜ୍ ଜେନେରେଟରର ଅତ୍ୟଧିକ ବ୍ୟବହାର ଯୋଗୁ ChatGPT ଡାଉନ୍ ହୋଇଯାଇଛି। ଭାରତରେ ଏହା ପ୍ରାୟ ସନ୍ଧ୍ୟା ୪ଟାରୁ ୫.୩୦ ପର୍ଯ୍ୟନ୍ତ ଡାଉନ ହୋଇଯାଇଥିଲା। ଏହି ସମୟ ମଧ୍ୟରେ, ଡାଉନଡିଟେକ୍ଟରରେ ଏନେଇ ଅନେକ ଅଭିଯୋଗ କରାଯାଇଥିଲା। କିଛି ଉପଭୋକ୍ତା ଏବେ ବି ପ୍ଲାଟଫର୍ମ ବ୍ୟବହାର କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି। ସାରା ବିଶ୍ୱରେ ଓପନଏଆଇରେ ଏଭଳି ସମସ୍ୟା ଯୋଗୁ କମ୍ପାନୀ ଏନେଇ ଅପରାହ୍ନ ୪:୪୦ ରେ ଏକ ବିବୃତ୍ତି ଜାରି କରିଥିଲା। ଆମେ ସର୍ଭିସ ପୁଣିଥରେ ଆରମ୍ଭ କରିବାକୁ କାମ ଜାରି ରଖିଛୁ ବୋଲି କମ୍ପାନୀ କହିଥିଲା। ଏହାପରେ ୩୦ ମିନିଟ୍ ପରେ ଓପନଏଆଇର ସମସ୍ତ ସର୍ଭିସ ରିଷ୍ଟୋର ହୋଇଯାଇଥିଲା ବୋଲି କମ୍ପାନୀ ସୂଚନା ଦେଇଥିଲା। ଏହି ଘଟଣାରେ କମ୍ପାନୀ ୫ ଦିନ ମଧ୍ୟରେ ମୂଳ କାରଣ ବିଶ୍ଳେଷଣ (RCA) ରିପୋର୍ଟ ଦାଖଲ କରିବ ବୋଲି କହିଛି।ପଢନ୍ତୁ- ଏବେ ମୋଟରସାଇକେଲ କିଣିଲେ ମିଳିବ ଦୁଇଟି ISI ସାର୍ଟିଫାଏଡ୍ ହେଲ୍‌ମେଟ୍ !: କେନ୍ଦ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶଷ୍ଟୁଡିଓ ଘିବଲି ଟ୍ରେଣ୍ଡ ଯୋଗୁ ଡାଉନ ହେଲେ ଚାଟଜିପିଟି ଷ୍ଟୁଡିଓ ଘିବଲିର GPT-4o ର ନୂଆ ଅପଡେ

ବାୟା କଲା ଘିବଲି ଇମେଜ୍: ସାରା ବିଶ୍ୱରେ ଚାଟ୍ ଜିପିଟି ଡାଉନ: ଚିନ୍ତାର ଅଲ୍ଟମ୍ୟାନ୍

ନୂଆଦିଲ୍ଲୀ: ଲୋକଙ୍କୁ ବାୟା କରିଛି ଘିବଲି ଫଟୋ। ସମସ୍ତେ ଚାଟ୍ ଜିପିଟି ୟୁଜ୍ କରି ଘିବଲି ଫଟୋ ବନାଇରେ ବ୍ୟସ୍ତ। ଏଥିପାଇଁ ରବିବାର ଓପନଏଆଇ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟୁଲ ChatGPT ସାରା ବିଶ୍ୱରେ ଡାଉନ ହୋଇଯାଇଛି। ନୂଆ ଅପଡେଟ୍ ଷ୍ଟୁଡିଓ ଘିବଲି ଇମେଜ୍ ଜେନେରେଟରର ଅତ୍ୟଧିକ ବ୍ୟବହାର ଯୋଗୁ ChatGPT ଡାଉନ୍ ହୋଇଯାଇଛି। ଭାରତରେ ଏହା ପ୍ରାୟ ସନ୍ଧ୍ୟା ୪ଟାରୁ ୫.୩୦ ପର୍ଯ୍ୟନ୍ତ ଡାଉନ ହୋଇଯାଇଥିଲା। 

ଏହି ସମୟ ମଧ୍ୟରେ, ଡାଉନଡିଟେକ୍ଟରରେ ଏନେଇ ଅନେକ ଅଭିଯୋଗ କରାଯାଇଥିଲା। କିଛି ଉପଭୋକ୍ତା ଏବେ ବି ପ୍ଲାଟଫର୍ମ ବ୍ୟବହାର କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି। ସାରା ବିଶ୍ୱରେ ଓପନଏଆଇରେ ଏଭଳି ସମସ୍ୟା ଯୋଗୁ କମ୍ପାନୀ ଏନେଇ ଅପରାହ୍ନ ୪:୪୦ ରେ ଏକ ବିବୃତ୍ତି ଜାରି କରିଥିଲା। ଆମେ ସର୍ଭିସ ପୁଣିଥରେ ଆରମ୍ଭ କରିବାକୁ କାମ ଜାରି ରଖିଛୁ ବୋଲି କମ୍ପାନୀ କହିଥିଲା। ଏହାପରେ ୩୦ ମିନିଟ୍ ପରେ ଓପନଏଆଇର ସମସ୍ତ ସର୍ଭିସ ରିଷ୍ଟୋର ହୋଇଯାଇଥିଲା ବୋଲି କମ୍ପାନୀ ସୂଚନା ଦେଇଥିଲା। ଏହି ଘଟଣାରେ କମ୍ପାନୀ ୫ ଦିନ ମଧ୍ୟରେ ମୂଳ କାରଣ ବିଶ୍ଳେଷଣ (RCA) ରିପୋର୍ଟ ଦାଖଲ କରିବ ବୋଲି କହିଛି।

ପଢନ୍ତୁ- ଏବେ ମୋଟରସାଇକେଲ କିଣିଲେ ମିଳିବ ଦୁଇଟି ISI ସାର୍ଟିଫାଏଡ୍ ହେଲ୍‌ମେଟ୍ !: କେନ୍ଦ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶ

ଷ୍ଟୁଡିଓ ଘିବଲି ଟ୍ରେଣ୍ଡ ଯୋଗୁ ଡାଉନ ହେଲେ ଚାଟଜିପିଟି 

ଷ୍ଟୁଡିଓ ଘିବଲିର GPT-4o ର ନୂଆ ଅପଡେଟ୍ ୟୁଜରଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟ ହୋଇଛି। ସୋସିଆଲ ମିଡିଆରେ ୟୁଜରଙ୍କ ମଧ୍ୟରେ ଷ୍ଟୁଡିଓ ଘିବଲି ଟ୍ରେଣ୍ଡର କ୍ରେଜ୍ ବହୁତ ଦେଖିବାକୁ ମିଳିଥିଲା। ଏହି କାରଣରୁ, ଚାଟଜିପିଟିରେ ଟ୍ରାଫିକ୍ ହଠାତ୍ ବଢ଼ି ଯାଇଥିଲା। ଏହି ଫିଚର ଚାହିଦା ଏତେ ଅଧିକ ଥିଲା ଯେ ଓପନଏଆଇ ସିଇଓ ସାମ୍ ଅଲ୍ଟମ୍ୟାନ୍ ଏକ୍ସରେ ପୋଷ୍ଟ ଘିବଲି ନ ବନାଇବାକୁ ଅନୁରୋଧ କରିଥିଲେ। ସେ ଲେଖିଥିଲେ 'ଦୟାକରି ଇମେଜ୍ ତିଆରି କରିବାରୁ ଟିକେ ବିରତି ନିଅନ୍ତୁ, ଆମ ଟିମ୍‌ର ଶୋଇବା ବି ଆବଶ୍ୟକ।'

ଏବେ ଦିନରେ କେବଳ ୩ଟି  ଘିବଲି ଇମେଜ ତିଆରି କରିପାରିବେ ଗ୍ରାହକ 

ChatGPTର ଫ୍ରି ଭର୍ଜନ ୟୁଜରମାନେ ଏବେ ପ୍ରତିଦିନ କେବଳ ୩ ଟି ଘିବଲି ଇମେଜ୍ ତିଆରି କରିପାରିବେ। ତେବେ ଯେଉଁମାନେ ସର୍ଭିସ୍ ପାଇଁ ପେଡ୍‌ କରୁଛନ୍ତି ସେମାନଙ୍କ ପାଇଁ ମଧ୍ୟ କିଛି ପ୍ରତିବନ୍ଧକ ଲାଗୁ ହୋଇପାରେ। କିନ୍ତୁ OpenAI ଏହି ପ୍ରତିବନ୍ଧକ ଅସ୍ଥାୟୀ ଭାବେ ଲଗାଇଛି ବୋଲି କହିଛି। ଅଲ୍ଟମ୍ୟାନ୍ କହିଛନ୍ତି ଯେ ନୂଆ ଇମେଜ୍ ଜେନେରେଟର ସର୍ଭରଗୁଡ଼ିକ ଉପରେ ବହୁତ ଚାପ ପକାଇଛି। ସେ କହିଥିଲେ ଯେ ଆମର GPU (ଗ୍ରାଫିକ୍ସ ଚିପ୍ସ) ମେଲ୍ଟ ହେଉଛି। ତେଣୁ  ଏହାକୁ ଏଡାଇବା ପାଇଁ ଆମେ ଇମେଜ୍ ଜେନେରେଟର ଉପରେ ଅସ୍ଥାୟୀ ଭାବେ କଟକଣା ଲାଗୁ କରୁଛୁ। ସର୍ଭର କ୍ଷମତା ବୃଦ୍ଧି କରିବା ପାଇଁ କାମ ଜାରି ରହିଛି। ଖୁବ୍‌ ଶୀଘ୍ର ଏଥିରେ ସୁଧାର ଆସିଯିବ ବୋଲି ଅଲ୍ଟମ୍ୟାନ୍ କହିଥିଲେ।