ବାୟା କଲା ମଦ ବୋତଲ; ପୁଲିସ୍‌ ଆଖି ସାମନାରୁ ବୋହିନେଲେ

ପୁଲିସ୍‌ ମଦ ବୋତଲଗୁଡ଼ିକୁ ନଷ୍ଟ କରିବାକୁ ଯାଉଥିବା ବେଳେ ମାଡ଼ି ଆସିଲା ଭିଡ଼ । ଆଉ ଭିଡ଼ରେ ଥିବା ଲୋକେ ପୁଲିସ୍‌ ଡର ଛାଡ଼ି ନିଜ ସାଧ୍ୟମତେ ମଦ ବୋତଲ ବୋହି ନେଲେ।

ବାୟା କଲା ମଦ ବୋତଲ; ପୁଲିସ୍‌ ଆଖି ସାମନାରୁ ବୋହିନେଲେ

ବାୟା କଲା ମଦ ବୋତଲ । ପୁଳା ପୁଳା ମଦ ବୋତଲ ଦେଖି ସବୁକିଛି ଭୁଲିଗଲେ ଲୋକେ। ପାଖରେ ପୁଲିସ୍‌ ଜଗିଥିବା ବେଳେ ବି ଆଉ ତାହାକୁ ଖାତିର କଲେନି। ପୁଲିସ୍‌ ମଦ ବୋତଲଗୁଡ଼ିକୁ ନଷ୍ଟ କରିବାକୁ ଯାଉଥିବା ବେଳେ ମାଡ଼ି ଆସିଲା ଭିଡ଼ । ଆଉ ଭିଡ଼ରେ ଥିବା ଲୋକେ ପୁଲିସ୍‌ ଡର ଛାଡ଼ି ନିଜ ସାଧ୍ୟମତେ ମଦ ବୋତଲ ବୋହି ନେଲେ। ଏପରି ଏକ ଅଜବ ଘଟଣା ଆନ୍ଧପ୍ରଦେଶର ଗୁଣ୍ଟରରେ ଘଟିଛି।

ଗୁଣ୍ଟର ପୁଲିସ୍‌ ବିଭିନ୍ନ ମାମଲାରେ ପ୍ରାୟ ୫୦ ଲକ୍ଷ ଟଙ୍କାର ମଦ ବୋତଲ ଜବତ କରିଥିଲା। ଏହାପରେ ଉକ୍ତ ମଦ ବୋତଲଗୁଡ଼ିକୁ ଏକାଠି ରଖି ତାହାକୁ ନଷ୍ଟ କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପୁଲିସ୍‌ ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତିରେ ଉକ୍ତ ମଦ ବୋତଲଗୁଡ଼ିକ ଉପରେ ବୁଲଡୋଜର ଚଢା ଯାଉଥିବା ବେଳେ ହଠାତ୍‌ ମାଡ଼ି ଆସିଲା ଭିଡ଼ ।

ଭିଡ଼ରେ ଥିବା ସ୍ଥାନୀୟ ଲୋକେ ମଦ ବୋତଲ ବୋହିନେବାକୁ ନିଜ ପାରୁ ପର୍ଯ୍ୟନ୍ତ ଚେଷ୍ଟା କଲେ। ଏହାଦେଖି ପୁଲିସ୍‌ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ଲୋକଙ୍କୁ କିନ୍ତୁ ମଦ ବୋତଲ ଲୋଭ ବାୟା କରିଥିଲା।

ଫଳରେ ପୁଲିସ୍‌ର ନାଲି ଆଖି ଓ ପାହାରକୁ ଖାତିର ନ କରି ବହୁ ଲୋକ ମଦ ବୋତଲ ଧରି ପାର୍‌ ହୋଇଗଲେ। ପୁଲିସ୍‌ ଆଖି ଆଗରୁ ଲୋକେ ବୋହିନେଲେ ମଦ ବୋତଲ । ଏପରି ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।