ବାୟୁସେନାର ବଢିବ ବଳ, ପାକ୍ ସୀମା ଜଗିବ ଆପାଚେ ଆଟାକ୍‌ ହେଲିକାପ୍ଟର

ନୂଆଦିଲ୍ଲୀ ୧୬।୦୩: ପାକ୍ ସୀମା ଜଗିବ ଆପାଚେ ଆଟାକ୍‌ ହେଲିକାପ୍ଟର । ରାଜସ୍ଥାନର ଯୋଧପୁରଠାରେ ଆପାଚେ ହେଲିକପ୍ଟର ମୁତୟନ ଲାଗି ପ୍ରଥମ ସ୍କ୍ୱାଡ୍ରନ୍‌ ପ୍ରସ୍ତୁତ କରିଛି ଭାରତୀୟ ଆର୍ମି । ଆମେରିକାର ପ୍ରସିଦ୍ଧ ଉଡ୍ଡୟନ କମ୍ପାନି ବୋଇଂ ଦ୍ୱାରା ବିକଶିତ ହୋଇଛି ଏହି ହେଲିକାପ୍ଟର ।ଏହା ଅତ୍ୟାଧୁନିକ ଟେକ୍ନୋଲୋଜି-ସମ୍ପନ୍ନ ଉନ୍ନତ ବହୁମୁଖୀ-ମିଶନ ହେଲିକପ୍ଟର୍‌ । ବିଶ୍ୱର ସର୍ବୋତ୍ତମ ଆକ୍ରମଣକାରୀ ହେଲିକପ୍ଟର ଭାବେ ଏହା ଏବେ ପରିଚିତ ହେଉଛି । ଏହି ଅତ୍ୟାଧୁନିକ ଆଟାକ୍‌ ହେଲିକପ୍ଟରଗୁଡ଼ିକୁ ଭାରତୀୟ ବାୟୁସେନାର ହିଣ୍ଡନ ଏୟାର ଫୋର୍ସ ଷ୍ଟେସନ୍‌ରେ ଅବତରଣ କରାଯିବ । ତା’ପରେ ଏଗୁଡ଼ିକୁ ଭାରତ-ପାକ୍‌ ସୀମା ନିକଟସ୍ଥ ଯୋଧପୁରରେ ମୁତୟନ କରାଯିବ ବୋଲି ଭାରତୀୟ ପ୍ରତିରକ୍ଷା ବାହିନୀ ସ୍ପଷ୍ଟ କରିଛି । ଉନ୍ନତ ଟେକ୍ନୋଲୋଜିବିଶିଷ୍ଟ ଏହି ଚପର୍‌ଗୁଡ଼ିକର ନିର୍ମାଣ କାର୍ଯ୍ୟ ଆମେରିକାରେ ଚାଲିଛି । ଚଳିତ ବର୍ଷ ମେ ବେଳକୁ ଏହା ଯୋଧପୁରରେ ପହଞ୍ଚିବ । ଆର୍ମି ଆଭିଏସନ୍‌ କର୍ପସ୍‌ ବର୍ତ୍ତମାନ ଧ୍ରୁବ ଓ ଚେତକ୍‌ ଭଳି ୟୁଟିଲିଟି ହେଲିକପ୍ଟର୍‌ଗୁଡ଼ିକର ପରିଚାଳନା କରୁଛି । ଗତ ବର୍ଷ ସ୍ୱଦେଶୀ କୌଶଳରେ ବିକଶିତ ଲାଇଟ୍‌ କମ୍ବାଟ ହେଲିକପ୍ଟର୍‌ (ଏଲ୍‌ସିଏଚ୍‌) ପ୍ରଚଣ୍ଡକୁ ଆସାମର ମିସାମାରିଠାରେ ଏହା ସାମିଲ କରିଥିଲା । ସୂଚନାଯୋଗ୍ୟ, ପୂର୍ବ ଓ ପଶ୍ଚିମ ଦିଗରେ ନିୟୋଜିତ ୨୨ ଆପାଚେ ହେଲିକପ୍ଟର୍‌କୁ ଭାରତୀୟ ବାୟୁସେନା ପୂର୍ବରୁ ପରିଚାଳନା କରୁଛ

ବାୟୁସେନାର ବଢିବ ବଳ, ପାକ୍ ସୀମା ଜଗିବ ଆପାଚେ ଆଟାକ୍‌ ହେଲିକାପ୍ଟର

ନୂଆଦିଲ୍ଲୀ ୧୬।୦୩: ପାକ୍ ସୀମା ଜଗିବ ଆପାଚେ ଆଟାକ୍‌ ହେଲିକାପ୍ଟର । ରାଜସ୍ଥାନର ଯୋଧପୁରଠାରେ ଆପାଚେ ହେଲିକପ୍ଟର ମୁତୟନ ଲାଗି ପ୍ରଥମ ସ୍କ୍ୱାଡ୍ରନ୍‌ ପ୍ରସ୍ତୁତ କରିଛି ଭାରତୀୟ ଆର୍ମି । ଆମେରିକାର ପ୍ରସିଦ୍ଧ ଉଡ୍ଡୟନ କମ୍ପାନି ବୋଇଂ ଦ୍ୱାରା ବିକଶିତ ହୋଇଛି ଏହି ହେଲିକାପ୍ଟର ।

ଏହା ଅତ୍ୟାଧୁନିକ ଟେକ୍ନୋଲୋଜି-ସମ୍ପନ୍ନ ଉନ୍ନତ ବହୁମୁଖୀ-ମିଶନ ହେଲିକପ୍ଟର୍‌ । ବିଶ୍ୱର ସର୍ବୋତ୍ତମ ଆକ୍ରମଣକାରୀ ହେଲିକପ୍ଟର ଭାବେ ଏହା ଏବେ ପରିଚିତ ହେଉଛି । ଏହି ଅତ୍ୟାଧୁନିକ ଆଟାକ୍‌ ହେଲିକପ୍ଟରଗୁଡ଼ିକୁ ଭାରତୀୟ ବାୟୁସେନାର ହିଣ୍ଡନ ଏୟାର ଫୋର୍ସ ଷ୍ଟେସନ୍‌ରେ ଅବତରଣ କରାଯିବ । ତା’ପରେ ଏଗୁଡ଼ିକୁ ଭାରତ-ପାକ୍‌ ସୀମା ନିକଟସ୍ଥ ଯୋଧପୁରରେ ମୁତୟନ କରାଯିବ ବୋଲି ଭାରତୀୟ ପ୍ରତିରକ୍ଷା ବାହିନୀ ସ୍ପଷ୍ଟ କରିଛି । 

ଉନ୍ନତ ଟେକ୍ନୋଲୋଜିବିଶିଷ୍ଟ ଏହି ଚପର୍‌ଗୁଡ଼ିକର ନିର୍ମାଣ କାର୍ଯ୍ୟ ଆମେରିକାରେ ଚାଲିଛି । ଚଳିତ ବର୍ଷ ମେ ବେଳକୁ ଏହା ଯୋଧପୁରରେ ପହଞ୍ଚିବ । ଆର୍ମି ଆଭିଏସନ୍‌ କର୍ପସ୍‌ ବର୍ତ୍ତମାନ ଧ୍ରୁବ ଓ ଚେତକ୍‌ ଭଳି ୟୁଟିଲିଟି ହେଲିକପ୍ଟର୍‌ଗୁଡ଼ିକର ପରିଚାଳନା କରୁଛି । 

ଗତ ବର୍ଷ ସ୍ୱଦେଶୀ କୌଶଳରେ ବିକଶିତ ଲାଇଟ୍‌ କମ୍ବାଟ ହେଲିକପ୍ଟର୍‌ (ଏଲ୍‌ସିଏଚ୍‌) ପ୍ରଚଣ୍ଡକୁ ଆସାମର ମିସାମାରିଠାରେ ଏହା ସାମିଲ କରିଥିଲା । ସୂଚନାଯୋଗ୍ୟ, ପୂର୍ବ ଓ ପଶ୍ଚିମ ଦିଗରେ ନିୟୋଜିତ ୨୨ ଆପାଚେ ହେଲିକପ୍ଟର୍‌କୁ ଭାରତୀୟ ବାୟୁସେନା ପୂର୍ବରୁ ପରିଚାଳନା କରୁଛି ।