ବିଏସଏଫ ଯବାନ ପୂର୍ଣ୍ଣମ କୁମାରଙ୍କୁ ଛାଡିଲା ପାକିସ୍ତାନ, ୨୦ ଦିନ ପରେ ଅଟାରୀ ବର୍ଡରରେ ହ୍ୟାଣ୍ଡଓଭର

ନୂଆଦିଲ୍ଲୀ ୧୪/୦୫: ଭାରତର ବିଏସଏଫ ଯବାନ ପୂର୍ଣ୍ଣମ କୁମାରଙ୍କୁ ଛାଡିଲା ପାକିସ୍ତାନ । ୨୦ ଦିନ ପରେ ପାକିସ୍ତାନୀ ରେଞ୍ଜର୍ସମାନେ ଅଟାରୀ ୱାଘା ବର୍ଡରରେ ହସ୍ତାନ୍ତର କରାଯାଇଛି । ଗତ କୋଡ଼ିଏ ଦିନ ଧରି ପାକିସ୍ତାନର ହେପାଜତରେ ଥିଲେ । ଯବାନ ପୂର୍ଣ୍ଣମ କୁମାର ସକାଳ ୧୦:୩୦ ରେ ଦେଶକୁ ଫେରିଛନ୍ତି । ଏବେ ତାଙ୍କୁ ପଚରାଉଚରା କରାଯାଉଛି।Pakistan repatriate India's BSF Constable Purnam Shaw who was detained on April 23Read @ANI Story | https://t.co/QL44aQg2Ea #BSF #BorderSecurityForce #PurnamShaw pic.twitter.com/qwxZOeDyXG— ANI Digital (@ani_digital) May 14, 2025ସୂଚନା ଥାଉକି, ପୂର୍ଣ୍ଣମ କୁମାର ଭୁଲବଶତଃ ଅନ୍ତର୍ଜାତୀୟ ସୀମା ପାର କରି ଏପ୍ରିଲ ୨୩ ତାରିଖରେ ପାକିସ୍ତାନରେ ପହଞ୍ଚିଥିଲେ । ଯାହା ପରେ ତାଙ୍କୁ ପାକିସ୍ତାନ ରେଞ୍ଜର୍ସମାନେ ହେପାଜତକୁ ନେଇଥିଲେ। ପଞ୍ଜାବର ଫିରୋଜପୁର ସେକ୍ଟରରେ ଥିଲା ତାଙ୍କର ପୋଷ୍ଟିଂ । ଏହି ଘଟଣା ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣର ପରଦିନ ଘଟିଥିଲା। ବିଏସ୍‌ଏଫ୍‌ ଅଧିକାରୀଙ୍କ ସୂଚନା ଅନୁସାରେ,ଯବାନ ପିକେ ସାହୁ ବର୍ଡର ପାଖାପାଖି ଏକ କ୍ଷେତରେ କୃଷକମାନଙ୍କ ସହ ଥିଲେ । ଗୋଟିଏ ଗଛ ତଳେ ବିଶ୍ରାମ କରିବାକୁ ଯାଇ ଅଜାଣତରେ ପାକିସ୍ତାନ ପଟକୁ ଚାଲିଯାଇଥିଲେ । ଏହାର ସୁଯୋଗ ନେଇ ପାକ୍‌ ଆର୍ମି ତାଙ୍କୁ ଉଠାଇ ନେଇ ଅଟକ ରଖି

ବିଏସଏଫ ଯବାନ ପୂର୍ଣ୍ଣମ କୁମାରଙ୍କୁ ଛାଡିଲା ପାକିସ୍ତାନ, ୨୦ ଦିନ ପରେ ଅଟାରୀ ବର୍ଡରରେ ହ୍ୟାଣ୍ଡଓଭର

ନୂଆଦିଲ୍ଲୀ ୧୪/୦୫: ଭାରତର ବିଏସଏଫ ଯବାନ ପୂର୍ଣ୍ଣମ କୁମାରଙ୍କୁ ଛାଡିଲା ପାକିସ୍ତାନ । ୨୦ ଦିନ ପରେ ପାକିସ୍ତାନୀ ରେଞ୍ଜର୍ସମାନେ ଅଟାରୀ ୱାଘା ବର୍ଡରରେ ହସ୍ତାନ୍ତର କରାଯାଇଛି । ଗତ କୋଡ଼ିଏ ଦିନ ଧରି ପାକିସ୍ତାନର ହେପାଜତରେ ଥିଲେ । ଯବାନ ପୂର୍ଣ୍ଣମ କୁମାର ସକାଳ ୧୦:୩୦ ରେ ଦେଶକୁ ଫେରିଛନ୍ତି । ଏବେ ତାଙ୍କୁ ପଚରାଉଚରା କରାଯାଉଛି।


ସୂଚନା ଥାଉକି, ପୂର୍ଣ୍ଣମ କୁମାର ଭୁଲବଶତଃ ଅନ୍ତର୍ଜାତୀୟ ସୀମା ପାର କରି ଏପ୍ରିଲ ୨୩ ତାରିଖରେ ପାକିସ୍ତାନରେ ପହଞ୍ଚିଥିଲେ । ଯାହା ପରେ ତାଙ୍କୁ ପାକିସ୍ତାନ ରେଞ୍ଜର୍ସମାନେ ହେପାଜତକୁ ନେଇଥିଲେ। ପଞ୍ଜାବର ଫିରୋଜପୁର ସେକ୍ଟରରେ ଥିଲା ତାଙ୍କର ପୋଷ୍ଟିଂ । ଏହି ଘଟଣା ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣର ପରଦିନ ଘଟିଥିଲା। 

ବିଏସ୍‌ଏଫ୍‌ ଅଧିକାରୀଙ୍କ ସୂଚନା ଅନୁସାରେ,ଯବାନ ପିକେ ସାହୁ ବର୍ଡର ପାଖାପାଖି ଏକ କ୍ଷେତରେ କୃଷକମାନଙ୍କ ସହ ଥିଲେ । ଗୋଟିଏ ଗଛ ତଳେ ବିଶ୍ରାମ କରିବାକୁ ଯାଇ ଅଜାଣତରେ ପାକିସ୍ତାନ ପଟକୁ ଚାଲିଯାଇଥିଲେ । ଏହାର ସୁଯୋଗ ନେଇ ପାକ୍‌ ଆର୍ମି ତାଙ୍କୁ ଉଠାଇ ନେଇ ଅଟକ ରଖିଥିଲେ । 

ଏହା ପରେ, ଭାରତ ୭ ମଇରେ 'ଅପରେସନ୍ ସିନ୍ଦୂର' ଅଧୀନରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକ ଉପରେ ସଠିକ୍ ଆକ୍ରମଣ କରିଥିଲା । ପାକିସ୍ତାନ ମଧ୍ୟ ପ୍ରତିଶୋଧ ନେଇଥିଲା, ଯାହା ଉତ୍ତେଜନାକୁ ବୃଦ୍ଧି କରିଥିଲା । ଗତ ୨୧ ଦିନ ଭିତରେ ପିକେ ସାହୁଙ୍କୁ ଛାଡ଼ିବା ପାଇଁ ବିଏସ୍‌ଏଫ୍‌ ଅଧିକାରୀମାନେ ଅନେକ ଥର ଫ୍ଲାଗ୍‌ ମିଟିଂ କରିଛନ୍ତି କିନ୍ତୁ ପାକ୍‌ ତରଫରୁ କୌଣସି ଉତ୍ତର ଆସିନଥିଲା । 

ଦୁଇ ଦେଶ ମଧ୍ୟରେ ଉତ୍ତେଜନା କମିବା ପରେ ଆଶା ଥିଲା ଯେ ଉଭୟ ଦେଶର ସେନା ଅଧିକାରୀଙ୍କ ମଧ୍ୟରେ ପୁଣି ଥରେ ବୈଠକ ପରେ ଯବାନଙ୍କୁ ଅଣାଯାଇପାରିବ । ଶେଷରେ ସେଇଆ ହିଁ ହେଲା,ଭାରତ ଫେରିଲେ ଯବାନ୍‌ । ହାର୍‌ ମାନିଲା ପାକିସ୍ତାନ,ଭାରତର ବଡ଼ କୂଟନୈତିକ ବିଜୟ ହୋଇଛି ।