ବିଏସ୍ ୟେଦିୟୁରପ୍ପାଙ୍କୁ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି, ପୋକ୍ସୋ ମାମଲାରେ ଗିରଫଦାରୀ ଉପରେ ଲାଗିଲା ରୋକ୍

ନୂଆଦିଲ୍ଲୀ: କର୍ଣ୍ଣାଟକ ହାଇକୋର୍ଟ ଶୁକ୍ରବାର ପୋକ୍ସୋ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପାଙ୍କ ଗିରଫଦାରୀ ଉପରେ ରୋକ୍ ଲଗାଇଛନ୍ତି । ତେବେ ହାଇକୋର୍ଟ କହିଛନ୍ତି ଯେ ୟେଦିୟୁରପ୍ପାଙ୍କୁ ଜୁନ୍ ୧୭ର ତଦନ୍ତକାରୀ ଅଧିକାରୀଙ୍କ ସାମନାରେ ହାଜର ହେବେ । ଉଲ୍ଲେଖଯୋଗ୍ୟ ଯେ ବେଙ୍ଗାଲୁରୁର ଏକ ଅଦାଲତ ଗୁରୁବାର ୟେଦିୟୁରପ୍ପାଙ୍କ ବିରୋଧରେ ପୋକ୍ସୋର ଏକ ମାମଲାରେ ଜାମିନବିହୀନ ପରୱାନା ଜାରି କରିଥିଲେ । ବିଜେପି ନେତାଙ୍କ ବିରୋଧରେ ମାର୍ଚ୍ଚ ୧୪ରେ ଏହି ମୋକଦ୍ଦମା ରୁଜୁ ହୋଇଥିଲା । ଏହା ପୂର୍ବରୁ ସିଆଇଡିର ସ୍ୱତନ୍ତ୍ର ଯାଞ୍ଚ ଦଳ ବୁଧବାର ପଚରାଉଚରା ପାଇଁ ୟେଦିୟୁରପ୍ପାଙ୍କ ବିରୋଧରେ ଗିରଫଦାରୀ ୱାରେଣ୍ଟ ଜାରି ପାଇଁ ଦାବି କରି ଫାଷ୍ଟ ଟ୍ରାକ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଅନ୍ୟପଟେ ୟେଦିୟୁରପ୍ପା ତଦନ୍ତରେ ସାମିଲ ହେବା ପାଇଁ ସମୟ ମାଗିଥିଲେ ।ଏହାରି ଭିତରେ କର୍ଣ୍ଣାଟକ ବିଜେପି ୟୁନିଟ୍ ଗୁରୁବାର ଏକ ପୋଷ୍ଟରେ କହିଛି, ବିଜେପିରୁ ମିଳିଥିବା ପରାଜୟରେ ହତାଶ ହୋଇ କଂଗ୍ରେସ ଏବେ ଏକ ମାନସିକ ରୂପେ ରୋଗୀ ମହିଳାଙ୍କ ଅଭିଯୋଗ ଆଧାରରେ ଆମର ସମ୍ମାନିତ ୟେଦିୟୁରପ୍ପାଙ୍କୁ ଗିରଫ କରିବା ପାଇଁ ପ୍ରୟାସ କରୁଛି । ଏହା ଏପରି ସମୟରେ ହେଉଛି ଯେତେବେଳେ ରାହୁଲ ଗାନ୍ଧୀଙ୍କୁ ବିଜେପିର କର୍ଣ୍ଣାଟକ ୟୁନିଟ୍ ବିରୋଧରେ ଭୁଲ ସୂଚନା ପ୍ରଚାର କରିବା ମମଲାରେ କୋର୍ଟଙ୍କ କାର୍ଯ୍ୟାନୁଷ୍ଠାନର ସାମନା କରିବାକୁ ପଡ଼ୁଛି । ପାର୍ଟି ଅନ

ବିଏସ୍ ୟେଦିୟୁରପ୍ପାଙ୍କୁ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି, ପୋକ୍ସୋ ମାମଲାରେ ଗିରଫଦାରୀ ଉପରେ ଲାଗିଲା ରୋକ୍

ନୂଆଦିଲ୍ଲୀ: କର୍ଣ୍ଣାଟକ ହାଇକୋର୍ଟ ଶୁକ୍ରବାର ପୋକ୍ସୋ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପାଙ୍କ ଗିରଫଦାରୀ ଉପରେ ରୋକ୍ ଲଗାଇଛନ୍ତି । ତେବେ ହାଇକୋର୍ଟ କହିଛନ୍ତି ଯେ ୟେଦିୟୁରପ୍ପାଙ୍କୁ ଜୁନ୍ ୧୭ର ତଦନ୍ତକାରୀ ଅଧିକାରୀଙ୍କ ସାମନାରେ ହାଜର ହେବେ । ଉଲ୍ଲେଖଯୋଗ୍ୟ ଯେ ବେଙ୍ଗାଲୁରୁର ଏକ ଅଦାଲତ ଗୁରୁବାର ୟେଦିୟୁରପ୍ପାଙ୍କ ବିରୋଧରେ ପୋକ୍ସୋର ଏକ ମାମଲାରେ ଜାମିନବିହୀନ ପରୱାନା ଜାରି କରିଥିଲେ । ବିଜେପି ନେତାଙ୍କ ବିରୋଧରେ ମାର୍ଚ୍ଚ ୧୪ରେ ଏହି ମୋକଦ୍ଦମା ରୁଜୁ ହୋଇଥିଲା । ଏହା ପୂର୍ବରୁ ସିଆଇଡିର ସ୍ୱତନ୍ତ୍ର ଯାଞ୍ଚ ଦଳ ବୁଧବାର ପଚରାଉଚରା ପାଇଁ ୟେଦିୟୁରପ୍ପାଙ୍କ ବିରୋଧରେ ଗିରଫଦାରୀ ୱାରେଣ୍ଟ ଜାରି ପାଇଁ ଦାବି କରି ଫାଷ୍ଟ ଟ୍ରାକ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଅନ୍ୟପଟେ ୟେଦିୟୁରପ୍ପା ତଦନ୍ତରେ ସାମିଲ ହେବା ପାଇଁ ସମୟ ମାଗିଥିଲେ ।

ଏହାରି ଭିତରେ କର୍ଣ୍ଣାଟକ ବିଜେପି ୟୁନିଟ୍ ଗୁରୁବାର ଏକ ପୋଷ୍ଟରେ କହିଛି, ବିଜେପିରୁ ମିଳିଥିବା ପରାଜୟରେ ହତାଶ ହୋଇ କଂଗ୍ରେସ ଏବେ ଏକ ମାନସିକ ରୂପେ ରୋଗୀ ମହିଳାଙ୍କ ଅଭିଯୋଗ ଆଧାରରେ ଆମର ସମ୍ମାନିତ ୟେଦିୟୁରପ୍ପାଙ୍କୁ ଗିରଫ କରିବା ପାଇଁ ପ୍ରୟାସ କରୁଛି । ଏହା ଏପରି ସମୟରେ ହେଉଛି ଯେତେବେଳେ ରାହୁଲ ଗାନ୍ଧୀଙ୍କୁ ବିଜେପିର କର୍ଣ୍ଣାଟକ ୟୁନିଟ୍ ବିରୋଧରେ ଭୁଲ ସୂଚନା ପ୍ରଚାର କରିବା ମମଲାରେ କୋର୍ଟଙ୍କ କାର୍ଯ୍ୟାନୁଷ୍ଠାନର ସାମନା କରିବାକୁ ପଡ଼ୁଛି । ପାର୍ଟି ଅନୁସାରେ, ଗୃହମନ୍ତ୍ରୀ ପରମେଶ୍ୱର ନିଜେ କହିଥିଲେ ଯେ ମାନସିକ ରୂପେ ରୋଗୀ ମହିଳାଙ୍କ ଅଭିଯୋଗ ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ନିରାଧାର । ଏହା ଭୁଲ୍ ଏବଂ ତିନି ମାସ ପରେ ପୁଣି ଥରେ ମାମଲାକୁ ଆରମ୍ଭ କରାଯାଇଛି ।

ପୋଲିସ ଅନୁସାରେ ୧୭ ବର୍ଷୀୟ ଜଣେ ଯୁବତୀଙ୍କ ମାଆଙ୍କ ଅଭିଯୋଗ ଆଧାରରେ ୟେଦିୟୁରପ୍ପା ବିରୋଧରେ ପୋକ୍ସୋ ଏବଂ ଆଇପିସିର ଧାରା ୩୫୪ଏ (ଯୌନ ଉତ୍ପୀଡନ) ଅଧିନରେ ମାମଲା ରୁଜୁ କରାଯାଇଛି । ଅଭିଯୋଗରେ ମହିଳା ଜଣକ ଅଭିଯୋଗ ଆଣିଥିଲେ ଯେ ଚଳିତ ବର୍ଷ ଫେବ୍ରୁଆରୀ ୨ରେ ୟେଦିୟୁରପ୍ପା ଡଲାର କଲୋନୀରେ ନିଜ ଘରେ ଭେଟ ସମୟରେ ତାଙ୍କ ଝିଅଙ୍କୁ ଯୌନ ନିତ୍ପୀଡନ କରିଥିଲେ ।