ବିକଳାଙ୍ଗ କୁଷ୍ଠ ରୋଗୀଙ୍କ ସଫଳତାର ସହ ଅସ୍ତ୍ରୋପଚାର: ୧୩,୫୦୦ ପ୍ରୋତ୍ସାହନ ରାଶି ପ୍ରଦାନ
କୋରାପୁଟ,୧୦।୨(ଅମିତାଭ ବେହେରା): କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ସଫଳତାର ସହ ଚାରି ଜଣ ବିକଳାଙ୍ଗ କୁଷ୍ଠ ରୋଗୀଙ୍କ ଅସ୍ତ୍ରୋପଚାର ହୋଇଛି। ରାଜ୍ୟ ତରଫରୁ ଶଲ୍ୟ ବିଶେଷଜ୍ଞ ଡାକ୍ତର ଲକ୍ଷ୍ମୀକାନ୍ତ କର୍ମୀ ଏବଂ ଫିଜିଓଥେରାପିଷ୍ଟ କେ. ଈଶ୍ବର ରାଓ ଆସିଥିଲେ। କୋରାପୁଟ ଜିଲା କେମିତି କୁଷ୍ଠ ମୁକ୍ତ ହେବ, ସେ ଲକ୍ଷ୍ୟ ନେଇ ଜିଲାର ମୁଖ୍ୟ ଚିକିତ୍ସା ଏବଂ ଜନସାସ୍ଥ୍ୟ ଅଧିକାରୀ ଡ. ବରୋଦା କାନ୍ତ ମିଶ୍ର , ଅତିରିକ୍ତ ମୁଖ୍ୟ […] The post ବିକଳାଙ୍ଗ କୁଷ୍ଠ ରୋଗୀଙ୍କ ସଫଳତାର ସହ ଅସ୍ତ୍ରୋପଚାର: ୧୩,୫୦୦ ପ୍ରୋତ୍ସାହନ ରାଶି ପ୍ରଦାନ appeared first on Dharitri Odia News.
କୋରାପୁଟ,୧୦।୨(ଅମିତାଭ ବେହେରା): କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ସଫଳତାର ସହ ଚାରି ଜଣ ବିକଳାଙ୍ଗ କୁଷ୍ଠ ରୋଗୀଙ୍କ ଅସ୍ତ୍ରୋପଚାର ହୋଇଛି। ରାଜ୍ୟ ତରଫରୁ ଶଲ୍ୟ ବିଶେଷଜ୍ଞ ଡାକ୍ତର ଲକ୍ଷ୍ମୀକାନ୍ତ କର୍ମୀ ଏବଂ ଫିଜିଓଥେରାପିଷ୍ଟ କେ. ଈଶ୍ବର ରାଓ ଆସିଥିଲେ। କୋରାପୁଟ ଜିଲା କେମିତି କୁଷ୍ଠ ମୁକ୍ତ ହେବ, ସେ ଲକ୍ଷ୍ୟ ନେଇ ଜିଲାର ମୁଖ୍ୟ ଚିକିତ୍ସା ଏବଂ ଜନସାସ୍ଥ୍ୟ ଅଧିକାରୀ ଡ. ବରୋଦା କାନ୍ତ ମିଶ୍ର , ଅତିରିକ୍ତ ମୁଖ୍ୟ ସାସ୍ଥ୍ୟ ଅଧିକାରୀ ଡ. ମୁକ୍ତିକାନ୍ତ ଖଟୁଆ ଏବଂ ଜିଲା କାର୍ଯ୍ୟକ୍ରମ ପରିଚାଳକ ଶୁଭକାନ୍ତ ଗନ୍ତାୟତଙ୍କ ତତ୍ତାବଧାନରେ ଏକ ଜିଲାସ୍ତରୀୟ ଟିମ ଗଠନ କରାଯାଇଛି। ଯେଉଁଥିରେ ଜିଲାର କୁଷ୍ଠ ରୋଗ ପରାମର୍ଶଦାତା ଡ. ରାକେଶ ଚନ୍ଦ୍ର କଲେତ ,ବି ଭାସ୍କର ରାଓ (ଜିଲା ଏନ ଏମ ଏସ) ଏବଂ ସହଯୋଗୀ ଷ୍ଟାଫ ସମସ୍ତେ କୋରାପୁଟ ଜିଲାର ପ୍ରତ୍ୟେକ ବ୍ଲକ , ଗ୍ରାମ ପରିଦର୍ଶନ କରି କୁଷ୍ଠ ରୋଗୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଉଚିତ୍ ସେବା ଯୋଗାଇଦେବା ହେଉଛି ଏକ ମାତ୍ର ଲକ୍ଷ୍ୟ।
ସୂଚନା ଥାଉକି, ଗତ ୨୦୨୩-୨୪ ବର୍ଷରେ ୫ ଜଣଙ୍କ ଅସ୍ତ୍ରୋପଚାର ହେଇଥିବା ବେଳେ ଚଳିତ ୨୦୨୫ ବର୍ଷରେ କୋରାପୁଟ ଜିଲାରେ ୪ ଜଣ ବିକଳାଙ୍ଗ କୁଷ୍ଠ ରୋଗୀଙ୍କୁ ସଫଳତାର ସହ ଅସ୍ତ୍ରୋପଚାର କରାଯାଇଛି ଏବଂ ସରକାରଙ୍କ ପ୍ରୋତ୍ସାହନ ରାଶି ୧୨୦୦୦ ଏବଂ ଯାତାୟାତ ଖର୍ଚ୍ଚ ବାବଦକୁ ୧୫୦୦ ଦିଆଯାଉଛି। ଆସନ୍ତା ତିନି ମାସ ମଧ୍ୟରେ ଆଉ ୪ ଜଣଙ୍କ ନାମ ଅସ୍ତ୍ରୋପଚାର ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏହି ଅସ୍ତ୍ରୋପଚାରରେ ଲେପ୍ରା ସୋସାଇଟି କୋରାପୁଟ ତରଫରୁ ପ୍ରୋଜେକ୍ଟ ଅଫିସର ନେତ୍ରାନନ୍ଦ ସାହୁ ଏବଂ ଫିଜିଓଥେରାପିଷ୍ଟ ଅନିଲ ବାବୁ ସହଯୋଗ କରିଥିଲେ।
The post ବିକଳାଙ୍ଗ କୁଷ୍ଠ ରୋଗୀଙ୍କ ସଫଳତାର ସହ ଅସ୍ତ୍ରୋପଚାର: ୧୩,୫୦୦ ପ୍ରୋତ୍ସାହନ ରାଶି ପ୍ରଦାନ appeared first on Dharitri Odia News.