ବିକଶିତ ଓଡିଶା ଗଠନ ପାଇଁ ଯୁବସମାଜ ଆଗେଇ ଆସିବା ଜରୁରୀ: ରାଜସ୍ବ ମନ୍ତ୍ରୀ

ସୁନ୍ଦରଗଡ,୨୬।୧(ଜୟ ନାରାୟଣ ମେଣ୍ଡୁଳି): ଜିଲା ସ୍ତରୀୟ ୭୬ତମ ସାଧାରଣ ଦିବସ ଦିବସ ସମାରୋହ ସୁନ୍ଦରଗଡ ଜିଲାରେ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ଜିଲା ସଦର ମହକୁମାସ୍ଥିତ ସୁନ୍ଦରଗଡ ସରକାରୀ କଲେଜ ପଡିଆରେ ଆୟୋଜିତ ଜିଲାସ୍ତରୀୟ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ କୁମାରୀ ପୂଜାରୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡରେ ଅଭିଭାଦନ ଗ୍ରହଣ କରିଥିଲେ। ପ୍ରାରମ୍ଭରେ ମୁଖ୍ୟ ଅତିଥି ବରପୂତ୍ରମାନଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ […] The post ବିକଶିତ ଓଡିଶା ଗଠନ ପାଇଁ ଯୁବସମାଜ ଆଗେଇ ଆସିବା ଜରୁରୀ: ରାଜସ୍ବ ମନ୍ତ୍ରୀ appeared first on Dharitri Odia News.

ବିକଶିତ ଓଡିଶା ଗଠନ ପାଇଁ ଯୁବସମାଜ ଆଗେଇ ଆସିବା ଜରୁରୀ: ରାଜସ୍ବ ମନ୍ତ୍ରୀ

ସୁନ୍ଦରଗଡ,୨୬।୧(ଜୟ ନାରାୟଣ ମେଣ୍ଡୁଳି): ଜିଲା ସ୍ତରୀୟ ୭୬ତମ ସାଧାରଣ ଦିବସ ଦିବସ ସମାରୋହ ସୁନ୍ଦରଗଡ ଜିଲାରେ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ଜିଲା ସଦର ମହକୁମାସ୍ଥିତ ସୁନ୍ଦରଗଡ ସରକାରୀ କଲେଜ ପଡିଆରେ ଆୟୋଜିତ ଜିଲାସ୍ତରୀୟ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ କୁମାରୀ ପୂଜାରୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡରେ ଅଭିଭାଦନ ଗ୍ରହଣ କରିଥିଲେ। ପ୍ରାରମ୍ଭରେ ମୁଖ୍ୟ ଅତିଥି ବରପୂତ୍ରମାନଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
ମନ୍ତ୍ରୀ ତାଙ୍କ ଅଭିଭଷଣରେ ରାଷ୍ଟ୍ରର ପ୍ରତ୍ୟେକ ନାଗରିକ ଆଧୁନିକ ଭାରତର ନିର୍ମାଣର ଜଣେ ଜଣେ କାରିଗର। ବିଶେଷକରି ଛାତ୍ର ଓ ଯୁବସମାଜ ବିକଶିତ ଓଡିଶା, ବିକଶିତ ଭାରତ ନିର୍ମାଣରେ ଜଣେ ଜଣେ ସଫଳ ବିନ୍ଧାଣି ହେବାକୁ ଆହ୍ବାନ ଦେଇଥିଲେ।
ସେ ଆହୁରି କହିଥିଲେ ଯେ, ଆଦିବାସୀ ବହୁଳ ସୁନ୍ଦରଗଡ ଜିଲା କେବଳ ଏକ ଶିଳ୍ପ ସମୃଦ୍ଧ ଜିଲା ଭାବେ ନୁହେଁ କ୍ରୀଡା,କଳା,ସାହିତ୍ୟ ଓ ବିଭିନ୍ନ କ୍ଷେତ୍ରରେ ସୁନାମ ରହିଛି। ଦେଶର ସ୍ବାଧୀନତା ଆନ୍ଦୋଳନ ମଧ୍ୟ ଏହି ମାଟିର ବୀର ସଂଗ୍ରାମୀଙ୍କ ଅବଦାନ ରହିଛି। ଜିଲାର ବିକାଶ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସହ ଜିଲା ଖଣିଜ ପ୍ରତିଷ୍ଠାନ ପ୍ରତିଷ୍ଠାନ ପାଣ୍ଠିରୁ ସହାୟତା ଯୋଗାଇ ଦିଆଯାଇଛି ବୋଲି କହିଥିଲେ। ଏହି ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରମାନେ ଚିତାକର୍ଷକ ପରେଡ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲ। ଏଥିସହ ବିଭିନ୍ନ ପ୍ରତିଯୋଗିତା ଓ ଶ୍ରେଷ୍ଠ ପରେଡ ଦଳକୁ ମୁଖ୍ୟ ଅତିଥି ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ। ଏହାପରେ ଭୂମିହୀନ ମାନଙ୍କୁ ଜମି ପଟ୍ଟା ବଣ୍ଟନ କରିଥିଲେ।
ଏହି ସମାରୋହରେ ଏସପି ପ୍ରତ୍ୟୁଷ ଦିବାକର, ଅତିରିକ୍ତ ଜିଲାପାଳ ରବି ନାରାୟଣ ସାହୁ,ଅଭିମନ୍ୟୁ ମାଝିଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ସମାରୋହକୁ ଶେଷଦେବ ନନ୍ଦ ଉସବ ପରିଚାଳନା କରିଥିଲେ। ରିଜର୍ଭ ଇନିସପେକ୍ଠର ଭୋଳାନାଥ ଭୋଇ ପରେଡ ପରିଚାଳନା କରିଥିଲେ।

The post ବିକଶିତ ଓଡିଶା ଗଠନ ପାଇଁ ଯୁବସମାଜ ଆଗେଇ ଆସିବା ଜରୁରୀ: ରାଜସ୍ବ ମନ୍ତ୍ରୀ appeared first on Dharitri Odia News.