‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାରୁ ସୁଫଳ ପାଇବ ପାଟଣା ନିର୍ବାଚନ ମଣ୍ଡଳୀ: ବିଧାୟକ
ପାଟଣା,୫।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ କାର୍ଯ୍ୟାଳୟ ପରିସରରେ ବୁଧବାର ‘ବିକଶିତ ଗାଁ ବିକଶିତ ଓଡ଼ିଶା’ର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଖୋର୍ଦ୍ଧାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦଘାଟନୀ ସମାରୋହ ଭିଡିଓ କନଫରେନି୍ସଂ ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା। ପାଟଣା ବ୍ଲକରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗ ଦେଇ ରାଜ୍ୟ ସରକାରଙ୍କ ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାରୁ ପାଟଣା ନିର୍ବାଚନ ମଣ୍ଡଳୀ ସୁଫଳ ପାଇବ ବୋଲି […] The post ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାରୁ ସୁଫଳ ପାଇବ ପାଟଣା ନିର୍ବାଚନ ମଣ୍ଡଳୀ: ବିଧାୟକ appeared first on Dharitri Odia News.
ପାଟଣା,୫।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ କାର୍ଯ୍ୟାଳୟ ପରିସରରେ ବୁଧବାର ‘ବିକଶିତ ଗାଁ ବିକଶିତ ଓଡ଼ିଶା’ର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଖୋର୍ଦ୍ଧାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦଘାଟନୀ ସମାରୋହ ଭିଡିଓ କନଫରେନି୍ସଂ ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା।
ପାଟଣା ବ୍ଲକରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗ ଦେଇ ରାଜ୍ୟ ସରକାରଙ୍କ ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାରୁ ପାଟଣା ନିର୍ବାଚନ ମଣ୍ଡଳୀ ସୁଫଳ ପାଇବ ବୋଲି କହିଥିଲେ। ଗ୍ରାମାଞ୍ଚଳର ବିକାଶପାଇଁ ମୋହନ ସରକାର ପ୍ରତିବର୍ଷ ୧ ହଜାର କୋଟି ହିସାବରେ ୫ ବର୍ଷରେ ୫ ହଜାର କୋଟି ଖର୍ଚ୍ଚ କରିବାର ଯୋଜନା ରଖି ବର୍ଷ ୨୦୩୬ ବେଳକୁ ଓଡ଼ିଶା ଭାରତର ସର୍ବଶ୍ରେଷ୍ଠ ରାଜ୍ୟ ରେ ପରିଣତ ହେବାର ଲକ୍ଷ ରଖାଯାଇଛି।
ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପାଟଣା ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ, ପାଟଣା ବିଡ଼ିଓ ମାନସ କୁମାର ଦଣ୍ଡପାଟ, ବରିଷ୍ଠ ଭାଜପା ନେତା କମଳାକାନ୍ତ ଦାଶ,ଏବିଓ ବିଜୟ କୁମାର ଓଝା, ଜିପିଡିଓ ରଶ୍ମିରେଖା ମହାନ୍ତି, ପ୍ରମୁଖ ସାମିଲ ହୋଇଥିଲେ। ଏଥିରେ ବ୍ଲକର ବିଭିନ୍ନ ପଞ୍ଚାୟତର ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟମାନେ ସାମିଲ ହୋଇଥିଲେ। ଏଥିରେ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ୬ ଶହରୁ ଉଦ୍ଧର୍ବ ମହିଳା ସାମିଲ ହୋଇଥିଲେ। ଅନୁରୂପ ଭାବେ ସାହାରପଡ଼ା ବ୍ଲକରେ କାର୍ଯ୍ୟକ୍ରମରେ ବିଡ଼ିଓ ରଞ୍ଜିତ ମହାନ୍ତ, ତହସିଲଦାର ପରମାନନ୍ଦ ଖଣ୍ଡେଇ, ଜିପିଡିଓ ଅନ୍ତର୍ଯ୍ୟାମୀ ସେଠୀ ପ୍ରମୁଖ ସାମିଲ ହୋଇଥିଲେ।
The post ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାରୁ ସୁଫଳ ପାଇବ ପାଟଣା ନିର୍ବାଚନ ମଣ୍ଡଳୀ: ବିଧାୟକ appeared first on Dharitri Odia News.