ବିକଶିତ ଭାରତ ରାଜୀବଙ୍କ ସ୍ବପ୍ନ ଥିଲା

ସବୁ ଜାତି, ଧର୍ମ, ବର୍ଣ୍ଣର ଲୋକଙ୍କ ମଧ୍ୟରେ ଜାତୀୟ ଏକତା ମନୋଭାବ ସହ ଶାନ୍ତି, ସ୍ନେହ ଏବଂ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ଉତ୍ସାହିତ କରି ଭାରତକୁ ଏକ ବିକଶିତ ଦେଶ କରିବାର ସ୍ବପ୍ନ ଦେଖିଥିଲେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ। ସଦ୍ଭାବନା ମାଧ୍ୟମରେ ରାଷ୍ଟ୍ରର ଆଧୁନିକୀକରଣ ତଥା ବିକାଶ ପଥ ଖୋଲିପାରିବ ବୋଲି ଚିନ୍ତା କରି ସେ ଦେଶବାସୀଙ୍କୁ ସେହିବାଟରେ ଚାଲିବା ନିମନ୍ତେ ଉତ୍ସାହିତ କରିଆସୁଥିଲେ। ସ୍ବର୍ଗତଃ ଗାନ୍ଧୀଙ୍କ ସେହି ଆଧୁନିକ ଚିନ୍ତାଧାରା ଓ ଇଚ୍ଛାକୁ ସମ୍ମାନ […] The post ବିକଶିତ ଭାରତ ରାଜୀବଙ୍କ ସ୍ବପ୍ନ ଥିଲା appeared first on Dharitri Odia News.

ବିକଶିତ ଭାରତ ରାଜୀବଙ୍କ ସ୍ବପ୍ନ ଥିଲା

ସବୁ ଜାତି, ଧର୍ମ, ବର୍ଣ୍ଣର ଲୋକଙ୍କ ମଧ୍ୟରେ ଜାତୀୟ ଏକତା ମନୋଭାବ ସହ ଶାନ୍ତି, ସ୍ନେହ ଏବଂ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ଉତ୍ସାହିତ କରି ଭାରତକୁ ଏକ ବିକଶିତ ଦେଶ କରିବାର ସ୍ବପ୍ନ ଦେଖିଥିଲେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ। ସଦ୍ଭାବନା ମାଧ୍ୟମରେ ରାଷ୍ଟ୍ରର ଆଧୁନିକୀକରଣ ତଥା ବିକାଶ ପଥ ଖୋଲିପାରିବ ବୋଲି ଚିନ୍ତା କରି ସେ ଦେଶବାସୀଙ୍କୁ ସେହିବାଟରେ ଚାଲିବା ନିମନ୍ତେ ଉତ୍ସାହିତ କରିଆସୁଥିଲେ। ସ୍ବର୍ଗତଃ ଗାନ୍ଧୀଙ୍କ ସେହି ଆଧୁନିକ ଚିନ୍ତାଧାରା ଓ ଇଚ୍ଛାକୁ ସମ୍ମାନ ଜଣାଇ ତାଙ୍କ ଜନ୍ମଦିବସ ସ୍ମୃତିରେ ପ୍ରତି ବର୍ଷ ଅଗଷ୍ଟ ୨୦ରେ ଦେଶରେ ‘ସଦ୍ଭାବନା ଦିବସ’ ପାଳନ କରାଯାଏ। ସେହିପରି ବାୟୋଗ୍ୟାସ, ସୋଲାର ଶକ୍ତି, ପବନ ବା ଓ୍ବିଣ୍ଡ ପାଓ୍ବାର ଭଳି ଅକ୍ଷୟ ଶକ୍ତିର ମହତ୍ତ୍ୱ ଏହାର ବ୍ୟବହାର ବିଷୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ମଧ୍ୟ ରାଜୀବ ଗାନ୍ଧୀଙ୍କ ଜନ୍ମ ବାର୍ଷିକୀକୁ ଅକ୍ଷୟ ଉର୍ଜା ଦିବସ ଭାବେ ମଧ୍ୟ ପାଳନ କରାଯାଇଥାଏ। ଦେଶର ବିକାଶ ପାଇଁ ତାଙ୍କ ଉତ୍ସାହଜନକ ଶବ୍ଦ ଆଜି ମଧ୍ୟ ଜନ୍ମ ବାର୍ଷିକୀରେ ସ୍ମରଣୀୟ। ତାଙ୍କର ପ୍ରତ୍ୟେକ ବାକ୍ୟ ଅତ୍ୟନ୍ତ ପ୍ରେରଣାଦାୟକ ଯାହା ଏବେ ବି ଦେଶର ଯୁବକମାନଙ୍କୁ ଭାରତର ନେତୃତ୍ୱ ନେବାକୁ ପ୍ରୋତ୍ସାହିତ କରିଥାଏ।

The post ବିକଶିତ ଭାରତ ରାଜୀବଙ୍କ ସ୍ବପ୍ନ ଥିଲା appeared first on Dharitri Odia News.