ବିକାଶ ଅପେକ୍ଷାରେ ୫ଶହ ବର୍ଷର ଐତିହ୍ୟ ;ପୀଠରୁ ଗାଦିକୁ ହୋଇପାରୁନି ସଂଯୋଗୀକରଣ ରାସ୍ତା
କନକ ବ୍ୟୁରୋ : ଅବହେଳିତ ଅବସ୍ଥାରେ କବି ବଳରାମ ଦାଶଙ୍କ ଜନ୍ମପୀଠ । ପୁରୀ ଜିଲ୍ଲା ଗୋପ ବ୍ଲକ ଏରବଙ୍ଗ ସ୍ଥିତ ବଳରାମ ଦାସଙ୍କ ଜନ୍ମ ପୀଠ ଓ ବେଗୁନିଆ ସ୍ଥିତ ବଳରାମ ଗାଦି ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବାର ଦୀର୍ଘ ବର୍ଷ ପରେ ବି ଏଯାଏଁ ବିକାଶ ହୋଇପାରିନି । ତିନି ତିନି ଥର ଶିଳାନ୍ୟାସ ପରେ ବି ପୀଠରୁ ଗାଦିକୁ ହୋଇପାରିଲାନି ସଂଯୋଗୀକରଣ ରାସ୍ତା । ଫଳରେ ଯାତାୟାତରେ ଘୋର ଅସୁବିଧା ସମ୍ମୁଖୀନ ହେଉଛନ୍ତି ଭକ୍ତ । ଜଗନ୍ନାଥଙ୍କ ମହିମାକୁ ଓଡ଼ିଶାର ଘରେ ଘରେ ପହଞ୍ଚାଇଥିଲେ ଭକ୍ତ, କବି ବଳରାମ ଦାସ । ସେ ୧୪୭୨ରେ ଗୋପ ବ୍ଲକ ଏବରଙ୍ଗ ଠାରେ ଜନ୍ମଗ୍ରହଣ କରିଥିଲେ । ଏହି ସ୍ଥାନଟି ଗୁପ୍ତ ଶୀକ୍ଷେତ୍ର ଭାବେ ପରିଚିତ । ଓଡ଼ିଆ ସାହିତ୍ୟ ଜଗତର ଜଣେ ପୁରାଣ ସ୍ରଷ୍ଟା ଭାବେ ବେଶ ଜଣାଣୁଣା । ଓଡ଼ିଆ ସାହିତ୍ୟର ଅନନ୍ୟ ଗ୍ରନ୍ଥ ଜଗମୋହନ ରାମାୟଣ ରଚନା କରିଥିଲେ । ତାଙ୍କ ରଚିତ ଲକ୍ଷ୍ମୀ ପୁରାଣ ଘରେଘରେ ବେଶ ପରିଚିତ । ହେଲେ ଏପରି ଜଣେ ମହାନ କବିଙ୍କ ଏବରଙ୍ଗ ସ୍ଥିତ ଜନ୍ମପୀଠ ଏବେ ଅବହେଳିତ । ରାଜ୍ୟ ପର୍ୟ୍ୟଟନସ୍ଥଳୀ ମାନ୍ୟତା ମିଳିଥିଲେ ସୁଦ୍ଧା ହୋଇପାରିନି ଉନ୍ନତିକରଣ । ସେପଟେ ବେଗୁନିଆ ସ୍ଥିତ ବଳରାମ ଗାଦି ମଧ୍ୟ ବିକାଶ ଅପେକ୍ଷାରେ ରହିଛି । ରାଜ୍ୟ ସରକାରଙ୍କ ଉଦାସୀନତା କାରଣରୁ ତିନିତିନି ଥର ଶିଳାନ୍ୟାସ ପରେ ବି ଅଟକି ରହିଛି କାମ । ଜନ୍ମପୀଠରୁ ଗାଦିକୁ ଯିବା ପାଇଁ ଭଲ ରାସ୍ତାଟିଏ ହୋଇପାରିନାହିଁ । ଏନେଇ ବାରମ୍ବାର ଅଭିଯୋଗ ପରେ

କନକ ବ୍ୟୁରୋ : ଅବହେଳିତ ଅବସ୍ଥାରେ କବି ବଳରାମ ଦାଶଙ୍କ ଜନ୍ମପୀଠ । ପୁରୀ ଜିଲ୍ଲା ଗୋପ ବ୍ଲକ ଏରବଙ୍ଗ ସ୍ଥିତ ବଳରାମ ଦାସଙ୍କ ଜନ୍ମ ପୀଠ ଓ ବେଗୁନିଆ ସ୍ଥିତ ବଳରାମ ଗାଦି ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବାର ଦୀର୍ଘ ବର୍ଷ ପରେ ବି ଏଯାଏଁ ବିକାଶ ହୋଇପାରିନି । ତିନି ତିନି ଥର ଶିଳାନ୍ୟାସ ପରେ ବି ପୀଠରୁ ଗାଦିକୁ ହୋଇପାରିଲାନି ସଂଯୋଗୀକରଣ ରାସ୍ତା । ଫଳରେ ଯାତାୟାତରେ ଘୋର ଅସୁବିଧା ସମ୍ମୁଖୀନ ହେଉଛନ୍ତି ଭକ୍ତ ।
ଜଗନ୍ନାଥଙ୍କ ମହିମାକୁ ଓଡ଼ିଶାର ଘରେ ଘରେ ପହଞ୍ଚାଇଥିଲେ ଭକ୍ତ, କବି ବଳରାମ ଦାସ । ସେ ୧୪୭୨ରେ ଗୋପ ବ୍ଲକ ଏବରଙ୍ଗ ଠାରେ ଜନ୍ମଗ୍ରହଣ କରିଥିଲେ । ଏହି ସ୍ଥାନଟି ଗୁପ୍ତ ଶୀକ୍ଷେତ୍ର ଭାବେ ପରିଚିତ । ଓଡ଼ିଆ ସାହିତ୍ୟ ଜଗତର ଜଣେ ପୁରାଣ ସ୍ରଷ୍ଟା ଭାବେ ବେଶ ଜଣାଣୁଣା । ଓଡ଼ିଆ ସାହିତ୍ୟର ଅନନ୍ୟ ଗ୍ରନ୍ଥ ଜଗମୋହନ ରାମାୟଣ ରଚନା କରିଥିଲେ । ତାଙ୍କ ରଚିତ ଲକ୍ଷ୍ମୀ ପୁରାଣ ଘରେଘରେ ବେଶ ପରିଚିତ । ହେଲେ ଏପରି ଜଣେ ମହାନ କବିଙ୍କ ଏବରଙ୍ଗ ସ୍ଥିତ ଜନ୍ମପୀଠ ଏବେ ଅବହେଳିତ ।
ରାଜ୍ୟ ପର୍ୟ୍ୟଟନସ୍ଥଳୀ ମାନ୍ୟତା ମିଳିଥିଲେ ସୁଦ୍ଧା ହୋଇପାରିନି ଉନ୍ନତିକରଣ । ସେପଟେ ବେଗୁନିଆ ସ୍ଥିତ ବଳରାମ ଗାଦି ମଧ୍ୟ ବିକାଶ ଅପେକ୍ଷାରେ ରହିଛି । ରାଜ୍ୟ ସରକାରଙ୍କ ଉଦାସୀନତା କାରଣରୁ ତିନିତିନି ଥର ଶିଳାନ୍ୟାସ ପରେ ବି ଅଟକି ରହିଛି କାମ । ଜନ୍ମପୀଠରୁ ଗାଦିକୁ ଯିବା ପାଇଁ ଭଲ ରାସ୍ତାଟିଏ ହୋଇପାରିନାହିଁ । ଏନେଇ ବାରମ୍ବାର ଅଭିଯୋଗ ପରେ ବି କିଛି ସୁଫଳ ମିଳୁନାହିଁ । ରାସ୍ତା ସମସ୍ୟା ଯୋଗୁଁ ପର୍ୟ୍ୟଟକମାନେ ଏଠାକୁ ଆସିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି । ତୁରନ୍ତ ଏହି ଐତିହ୍ୟ ପୀଠର ବିକାଶ ଉପରେ ପର୍ୟ୍ୟଟନ ବିଭାଗ ଗୁରୁତ୍ବ ଦେବାକୁ ଦାବି କରାଯାଇଛି ।