ବିକାଶ ବାର୍ଷିକ କ୍ରୀଡା ଉତ୍ସବ “ଏଥେଲେଟ ମିଟ ୨୦୨୪” ଉଦଯାପିତ।
କଳାହାଣ୍ଡି:୨୪/୧୦ ବିକାଶ ଉଇସଡ଼ମ ପାର୍କ, ଭବାନୀପାଟଣା ଠାରେ ଦୀର୍ଘ ଛଅ ଦିନ ବ୍ୟାପି ଚାଲିଥିବା ବାର୍ଷିକ କ୍ରୀଡା ଉତ୍ସବ “ଏଥେଲେଟ ମିଟ ୨୦୨୪” ଉଦଯାପିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଚନ୍ଦନ କୁମାର ଭୋଇ (ଓଡ଼ିଶା ପ୍ରଶାସନିକ ସେବା), ଗୋଷ୍ଠୀ ଉନ୍ନୟନ ଅଧିକାରୀ ବ୍ଲକ ଭବାନୀପାଟଣା, କଳାହାଣ୍ଡି ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିବା ବେଳେ ସମ୍ନାନିତ ଅତିଥି ରୂପେ ଶ୍ରୀଯୁକ୍ତ ଡି.ଶ୍ୟାମ ନିର୍ଦ୍ଦେଶକ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ , ଓଡ଼ିଶା, ଅନ୍ୟତମ ନିର୍ଦ୍ଦେଶକ […] The post ବିକାଶ ବାର୍ଷିକ କ୍ରୀଡା ଉତ୍ସବ “ଏଥେଲେଟ ମିଟ ୨୦୨୪” ଉଦଯାପିତ। appeared first on Odisha.News.

କଳାହାଣ୍ଡି:୨୪/୧୦
ବିକାଶ ଉଇସଡ଼ମ ପାର୍କ, ଭବାନୀପାଟଣା ଠାରେ ଦୀର୍ଘ ଛଅ ଦିନ ବ୍ୟାପି ଚାଲିଥିବା ବାର୍ଷିକ କ୍ରୀଡା ଉତ୍ସବ “ଏଥେଲେଟ ମିଟ ୨୦୨୪” ଉଦଯାପିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଚନ୍ଦନ କୁମାର ଭୋଇ (ଓଡ଼ିଶା ପ୍ରଶାସନିକ ସେବା), ଗୋଷ୍ଠୀ ଉନ୍ନୟନ ଅଧିକାରୀ ବ୍ଲକ ଭବାନୀପାଟଣା, କଳାହାଣ୍ଡି ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିବା ବେଳେ ସମ୍ନାନିତ ଅତିଥି ରୂପେ ଶ୍ରୀଯୁକ୍ତ ଡି.ଶ୍ୟାମ ନିର୍ଦ୍ଦେଶକ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ , ଓଡ଼ିଶା, ଅନ୍ୟତମ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଡି.ରାମ କୁମାର, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଯୁବରାଜ ନାୟକ, ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷା ସୁଶ୍ରୀ ଆରତୀ ମିଶ୍ର, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ମହାନ୍ତି , ଜେନେରାଲ ମ୍ୟାନେଜର ଗୁପ୍ତେଶ୍ୱର ଖୁଣ୍ଟିଆ ପ୍ରମୁଖ ମଞ୍ଚାସିନ ଥିଲେ । ସର୍ବ ପ୍ରଥମେ ବିଦ୍ୟାଳୟର ପତାକା ଉତ୍ତୋଳନ ଓ ମଶାଲ ପ୍ରଜ୍ବଳନ ପୂର୍ବକ ମୁଖ୍ୟ ଅତିଥି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅଧ୍ୟକ୍ଷା ଆରତୀ ମିଶ୍ର ସ୍ବାଗତ ବକ୍ତବ୍ୟ ଓ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ଅଧ୍ୟକ୍ଷ ଯୁବରାଜ ନାୟକ ବାର୍ଷିକ କ୍ରୀଡା ଉତ୍ସବର ସୂଚନା ପ୍ରଦାନ କରିଥିଲେ। ନିର୍ଦ୍ଦେଶକ ଶ୍ରୀଯୁକ୍ତ ଡି.ଶ୍ୟାମ ବିଦ୍ୟାର୍ଥୀ ଜୀବନରେ ପାଠପଢ଼ା ସହ କ୍ରୀଡାର ଗୁରୁତ୍ତ୍ଵ ସମ୍ପର୍କରେ ବିଦ୍ୟାର୍ଥୀ ମାନଙ୍କୁ ଅବଗତ କରାଇ ଥିଲେ । ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ କ୍ରୀଡା ମଣିଷକୁ ଶୃଙ୍ଖଳିତ କରି ଜୀବନରେ ଉଚ୍ଚତମ ସୋପାନରେ ପହଞ୍ଚିବାରେ ସହାୟକ ହୋଇଥାଏ ବୋଲି ଦର୍ଶାଇ ଥିଲେ। କ୍ରୀଡା ଶିକ୍ଷକ ପ୍ରବୀଣ କୁମାର ଶପଥ ପାଠ କରାଇଥିଲେ। ପରିଶେଷରେ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ ଏନ୍.ଦିବ୍ୟରଶ୍ମି ମଞ୍ଚ ପରିଚାଳନା କରିଥିଲେ ।ମୁଖ୍ୟ ଅତିଥିଙ୍କୁ ଅନୁଷ୍ଠାନ ତରଫରୁ ଉପଢ଼ୌକନ ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା। ଅନ୍ତିମ ଦିବସରେ ଉଭୟ ସିବିଏସଇ ଓ ସିଏଚଏସଇ ଏକାଦଶ , ଦ୍ୱାଦଶ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ନେଇ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଏହା ରୋଚକ ଓ ସଂଘର୍ଷ ପୂର୍ଣ୍ଣ ରହିଥିଲା ।ଏଥିରେ ୧୦୦ ମିଟର, ୨୦୦ ମିଟର,୪୦୦ ମି, ୮୦୦ ମିଟର,୧୫୦୦ ମିଟର ରେସ, ଉଚ୍ଚ ଡିଆଁ, ଲମ୍ବ ଡିଆଁ, ସଟପୁଟ , ଡିସ୍କସ ଥ୍ରୋ ଆଦି ଅନୁଷ୍ଠିତ ହୋଇ କୃତି ଛାତ୍ର ଛାତ୍ରୀଙ୍କୁ ମାନପତ୍ର ଓ ମେଡାଲ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ସଫଳ କରିବାରେ ସମସ୍ତ କ୍ରୀଡା ଶିକ୍ଷକ , ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଅଧ୍ୟାପକ ଅଧ୍ୟାପିକା ଓ ଅନୁଷ୍ଠାନର ସମସ୍ତ କର୍ମଚାରୀଙ୍କ ସହଯୋଗ ରହିଥିଲା।
The post ବିକାଶ ବାର୍ଷିକ କ୍ରୀଡା ଉତ୍ସବ “ଏଥେଲେଟ ମିଟ ୨୦୨୪” ଉଦଯାପିତ। appeared first on Odisha.News.