ବିକାଶ ଶିକ୍ଷାନୁଷ୍ଠାନରେ ସେମିନାର

ବରଗଡ,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ବିକାଶ ସ୍କୁଲ ଅଫ୍‌ ବିଜନେସ୍‌ ମ୍ୟାନେଜମେଣ୍ଟ ପକ୍ଷରୁ କ୍ୱାଣ୍ଟମ୍‌ ଟେକ୍ନୋଲୋଜି ଏବଂ ନାନୋଚିପ୍‌ ଟେକ୍ନୋଲୋଜି ବିଷୟରେ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆମେରିକାର ଜ୍ୟାକ୍‌ସନ ଷ୍ଟେଟ୍‌ ୟୁନିଭର୍ସିଟିର ଗବେଷଣାରେ କାର୍ଯ୍ୟରତ ରୋଶନ ପଧାନ ମୁଖ୍ୟବକ୍ତା ଭାବେ ଯୋଗଦେଇ କ୍ୱାଣ୍ଟମ୍‌ ଟେକ୍ନୋଲୋଜି ଏବଂ ନାନୋଚିପ୍‌ ଟେକ୍ନୋଲୋଜିର ନୂତନ ଉନ୍ନତି ବିଷୟରେ ଛାତ୍ରୀଛାତ୍ର ଏବଂ ଅଧ୍ୟାପକମାନଙ୍କୁ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମୀ ବିକାଶ ଗ୍ରୁପ୍‌ର ଚେୟାରମ୍ୟାନ୍‌ ଡି. ନାଗେଶ୍ୱର ରାଓ ଉପସ୍ଥିତ […] The post ବିକାଶ ଶିକ୍ଷାନୁଷ୍ଠାନରେ ସେମିନାର appeared first on Dharitri Odia News.

ବିକାଶ ଶିକ୍ଷାନୁଷ୍ଠାନରେ ସେମିନାର

ବରଗଡ,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ବିକାଶ ସ୍କୁଲ ଅଫ୍‌ ବିଜନେସ୍‌ ମ୍ୟାନେଜମେଣ୍ଟ ପକ୍ଷରୁ କ୍ୱାଣ୍ଟମ୍‌ ଟେକ୍ନୋଲୋଜି ଏବଂ ନାନୋଚିପ୍‌ ଟେକ୍ନୋଲୋଜି ବିଷୟରେ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆମେରିକାର ଜ୍ୟାକ୍‌ସନ ଷ୍ଟେଟ୍‌ ୟୁନିଭର୍ସିଟିର ଗବେଷଣାରେ କାର୍ଯ୍ୟରତ ରୋଶନ ପଧାନ ମୁଖ୍ୟବକ୍ତା ଭାବେ ଯୋଗଦେଇ କ୍ୱାଣ୍ଟମ୍‌ ଟେକ୍ନୋଲୋଜି ଏବଂ ନାନୋଚିପ୍‌ ଟେକ୍ନୋଲୋଜିର ନୂତନ ଉନ୍ନତି ବିଷୟରେ ଛାତ୍ରୀଛାତ୍ର ଏବଂ ଅଧ୍ୟାପକମାନଙ୍କୁ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମୀ ବିକାଶ ଗ୍ରୁପ୍‌ର ଚେୟାରମ୍ୟାନ୍‌ ଡି. ନାଗେଶ୍ୱର ରାଓ ଉପସ୍ଥିତ ଥିଲେ। ବିକାଶ ସ୍କୁଲ ଅଫ୍‌ ବିଜନେସ ମ୍ୟାନେଜମେଣ୍ଟର ଅଧ୍ୟକ୍ଷ ଡଃ କ୍ଷୀରୋଦ କୁମାର ପ୍ରଧାନ, ଉପାଧ୍ୟକ୍ଷ ଦୀପକ କୁମାର ନାୟକ, ବିସିଏ ବିଭାଗୀୟ ମୁଖ୍ୟ ସରସ୍ବତୀ ଦାସ, ଅଧ୍ୟାପକ ବିଜୟ କୁମାର ବିଭାର, ମୌସୁମୀ ସ୍ବାଇଁ, ଦୀପକ କୁମାର ରଣା ଏବଂ ଅନ୍ୟ ଶିକ୍ଷକଗଣ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ବେଷା ଅଭିଶିକ୍ତା କାର୍ଯ୍ୟକ୍ରମ ତୁଳାଇଥିବାବେଳେ ବିସିଏ ଚତୁର୍ଥ ସେମିଷ୍ଟାରର ଛାତ୍ରୀ ଆରାଧନା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସେମିନାର ଛାତ୍ରୀଛାତ୍ରମାନଙ୍କ ପାଇଁ ଅତ୍ୟନ୍ତ ଶିକ୍ଷାପ୍ରଦ ଏବଂ ଉପଯୋଗୀ ହୋଇଥିଲା। ଏହା ଏକ ନୂତନ ଅଭିଜ୍ଞତା ଏବଂ ବୃହତ୍‌ ସ୍ତରରେ ଚିନ୍ତା ଓ ଗବେଷଣାକୁ ପ୍ରେରିତ କରିଥିଲା।

The post ବିକାଶ ଶିକ୍ଷାନୁଷ୍ଠାନରେ ସେମିନାର appeared first on Dharitri Odia News.