ବିକାଶରେ ବଳିପଡିବ ୩୦୦ ବର୍ଷର ପୁରୁଣା ବରଗଛ, ଚାରିଆଡେ ଅସନ୍ତୋଷ

ଭୁବନେଶ୍ୱର ୧୯।୧୧ :  ୩୦୦ ବର୍ଷର ବିଶାଳ ବରଗଛ । ସ୍ଥାନୀୟ ଲୋକେ ଆଦରରେ ନାଁ ଦେଇଥିଲେ ନନ୍ଦୀ ବରଗଛ । ବ୍ରିଟିଶ ଅମଳରେ ରେଳ ଲାଇନ୍‌ ପଡ଼ିବା ଠାରୁ ଠିଆ ହୋଇଛି । ଷ୍ଟେସନ ଯାତ୍ରୀଙ୍କୁ ଛାଇ ଦେଉଛି, ଶ୍ରମିକ ମାନେ ଆଶ୍ରୟ ନେଉଛନ୍ତି। ଡାଳରେ କେତେ ଚଢ଼େଇ, ଚିରିଗୁଣି ବସା ବାନ୍ଧିଛନ୍ତି । ଐତିହ୍ୟସମ୍ପନ୍ନ ଏହି ଗଛ ଉପରେ ଏବେ ବିକାଶର ଲୋଲୁପ ଦୃଷ୍ଟି ପଡ଼ିଛି । ଷ୍ଟେସନର ସମ୍ପ୍ରସାରଣ ନାଁରେ ଏହି ଗଛ  କାଟିବାକୁ ଉଦ୍ୟମ ଚାଲିଛି । ଯାହାକୁ ନେଇ ସ୍ଥାନୀୟ ଲୋକ ଓ ପରିବେଶବିତ୍‌ ଉଦ୍‌ବେଗ ପ୍ରକାଶ କରିଛନ୍ତି ।ସ୍ଥାନୀୟ ଐତିହ୍ୟ ଓ ଲୋକକଥା ସହିତ ଏହି ବରଗଛଟି ବେଶ୍‌ ଜଡ଼ିତ । ପୋଖରୀପୁଟର ନନ୍ଦୀ ନାମକ ଜଣେ ବ୍ୟକ୍ତି ଏହି ବରଗଛ ଲଗାଇଥିଲେ ବୋଲି  ଲୋକକଥା ରହିଛି । ଏହି ବରଗଛ କେତେ ଉତ୍ଥାନ ପତନ ଦେଖିଛି । କେତେ  ପଥଚାରୀ ଏହି ବୃକ୍ଷ ଛାଇରେ ପଥ କଷ୍ଟ  ନିବାରଣ କରିଆସିଛନ୍ତି । ଏହି ଗଛପ୍ରତି  ସ୍ଥାନୀୟ ଲୋକଙ୍କ ଆଦରକୁ ସମ୍ମାନ ଜଣାଇ  ରେଳଲାଇନ୍‌ ନିର୍ମାଣ ବେଳେ ଅର୍ଥାତ୍‌  ଆଜକୁ ପ୍ରାୟ ୧୫୦ ବର୍ଷ ତଳେ ଇଂରେଜ ମାନେ ଏଥିରେ ହାତ ଦେଇ ନଥିଲେ । ବରଂ  ପଥଚାରୀଙ୍କ ତୃଷା ନିବାରଣ ଲାଗି ଗଛ  ମୂଳେ ଏକ ସୁନ୍ଦର କୂଅ ନିର୍ମାଣ କରଥିଲେ ।  ଯାହାକି ଏବେ ମଧ୍ୟ ଅକ୍ଷତ ରହିଛି । ଖାଲି ସେତିକି ନୁହେଁ, ଅସଂଖ୍ୟ ପକ୍ଷୀ ଗଛରେ ବସାବାନ୍ଧି ରହି ଆସୁଛନ୍ତି । ସକାଳୁ ସନ୍ଧ୍ୟା କିଚିରିମିଚିରି ଶବ୍ଦରେ ଫାଟି ପଡୁଥିଲା । ହେଲେ ୨ଦିନ ହେବ ଗଛ କା

ବିକାଶରେ ବଳିପଡିବ ୩୦୦ ବର୍ଷର ପୁରୁଣା ବରଗଛ, ଚାରିଆଡେ ଅସନ୍ତୋଷ

ଭୁବନେଶ୍ୱର ୧୯।୧୧ :  ୩୦୦ ବର୍ଷର ବିଶାଳ ବରଗଛ । ସ୍ଥାନୀୟ ଲୋକେ ଆଦରରେ ନାଁ ଦେଇଥିଲେ ନନ୍ଦୀ ବରଗଛ । ବ୍ରିଟିଶ ଅମଳରେ ରେଳ ଲାଇନ୍‌ ପଡ଼ିବା ଠାରୁ ଠିଆ ହୋଇଛି । ଷ୍ଟେସନ ଯାତ୍ରୀଙ୍କୁ ଛାଇ ଦେଉଛି, ଶ୍ରମିକ ମାନେ ଆଶ୍ରୟ ନେଉଛନ୍ତି। ଡାଳରେ କେତେ ଚଢ଼େଇ, ଚିରିଗୁଣି ବସା ବାନ୍ଧିଛନ୍ତି । ଐତିହ୍ୟସମ୍ପନ୍ନ ଏହି ଗଛ ଉପରେ ଏବେ ବିକାଶର ଲୋଲୁପ ଦୃଷ୍ଟି ପଡ଼ିଛି । ଷ୍ଟେସନର ସମ୍ପ୍ରସାରଣ ନାଁରେ ଏହି ଗଛ  କାଟିବାକୁ ଉଦ୍ୟମ ଚାଲିଛି । ଯାହାକୁ ନେଇ ସ୍ଥାନୀୟ ଲୋକ ଓ ପରିବେଶବିତ୍‌ ଉଦ୍‌ବେଗ ପ୍ରକାଶ କରିଛନ୍ତି ।

ସ୍ଥାନୀୟ ଐତିହ୍ୟ ଓ ଲୋକକଥା ସହିତ ଏହି ବରଗଛଟି ବେଶ୍‌ ଜଡ଼ିତ । ପୋଖରୀପୁଟର ନନ୍ଦୀ ନାମକ ଜଣେ ବ୍ୟକ୍ତି ଏହି ବରଗଛ ଲଗାଇଥିଲେ ବୋଲି  ଲୋକକଥା ରହିଛି । ଏହି ବରଗଛ କେତେ ଉତ୍ଥାନ ପତନ ଦେଖିଛି । କେତେ  ପଥଚାରୀ ଏହି ବୃକ୍ଷ ଛାଇରେ ପଥ କଷ୍ଟ  ନିବାରଣ କରିଆସିଛନ୍ତି । ଏହି ଗଛପ୍ରତି  ସ୍ଥାନୀୟ ଲୋକଙ୍କ ଆଦରକୁ ସମ୍ମାନ ଜଣାଇ  ରେଳଲାଇନ୍‌ ନିର୍ମାଣ ବେଳେ ଅର୍ଥାତ୍‌  ଆଜକୁ ପ୍ରାୟ ୧୫୦ ବର୍ଷ ତଳେ ଇଂରେଜ ମାନେ ଏଥିରେ ହାତ ଦେଇ ନଥିଲେ । ବରଂ  ପଥଚାରୀଙ୍କ ତୃଷା ନିବାରଣ ଲାଗି ଗଛ  ମୂଳେ ଏକ ସୁନ୍ଦର କୂଅ ନିର୍ମାଣ କରଥିଲେ ।  ଯାହାକି ଏବେ ମଧ୍ୟ ଅକ୍ଷତ ରହିଛି । ଖାଲି ସେତିକି ନୁହେଁ, ଅସଂଖ୍ୟ ପକ୍ଷୀ ଗଛରେ ବସାବାନ୍ଧି ରହି ଆସୁଛନ୍ତି । ସକାଳୁ ସନ୍ଧ୍ୟା କିଚିରିମିଚିରି ଶବ୍ଦରେ ଫାଟି ପଡୁଥିଲା । ହେଲେ ୨ଦିନ ହେବ ଗଛ କାଟିବାର କୁରାଢ଼ି ମାଡ଼ରେ ସେମାନେ ନିରବି ଯାଇଛନ୍ତି ।  କଣ ହେବ ସେମାନଙ୍କ ଭାଗ୍ୟ ବୋଲି ପରିବେଶବିତମାନେ ପ୍ରଶ୍ନ କରିଛନ୍ତି ।   

ଅମୃତ ଭାରତ ଯୋଜନାରେ ଲିଙ୍ଗରାଜ  ଷ୍ଟେସନର ଉନ୍ନତୀକରଣ କରାଯିବ । ପାଚେରି ନିର୍ମାଣ ପାଇଁ ନନ୍ଦୀ ବରଗଛକୁ କାଟିଦେବେ । ବର୍ତ୍ତମାନ ଏହାର ଡାଳକୁ  କାଟି ଦିଆଯାଇଥିବା ବେଳେ ଗଣ୍ଡି କାଟିବାକୁ ଚୂନ ଦାଗ ଦିଆଯାଇଛି । ପ୍ରାୟ ୪୦ ପ୍ରତିଶତ କଟା ସରିଲାଣି । ମହାବାତ୍ୟାରୁ ଆରମ୍ଭ କରି  ଫାଇଲିନ, ହୁଡହୁଡ ଫନି ଭଳି ବାତ୍ୟାକୁ  ସହି ସହରବାସୀଙ୍କୁ ଏହା ସଞ୍ଜିବନୀ ଯୋଗାଇ ଆସୁଛି । ହେଲେ ଏହି ବୁଢ଼ା ବରଗଛ ଉପରେ  ଏବେ ରେଳ ବିଭାଗର ଲୋଲୁପ ଦୃଷ୍ଟି  ପଡିଛି । ଏହା ଗଛକାଟିବା ଦ୍ୱାରା ଐତହ୍ୟ ଲୋପ ପାଇବ । ସକାଳୁ ଏହି ଗଛ ଛାଇରେ  ମଣିଷ ହାଟ ବସୁଛି । ଲୋକେ ଜୀବିକା  ଖୋଜଛନ୍ତି । କ୍ଷୁଦ୍ର ଦୋକାନ, ଅଟୋ ଷ୍ଟାଣ୍ଡ ମଧ୍ୟ ରହିଛି । 

 ଏହି ଗଛକଟାକୁ ଐତିହାସିକ ଅନୀଲ ଧୀର ବିରୋଧ କରି କହିଛନ୍ତି, ଏତେ ବଡ଼ ଗଛ ନ କାଟି ମଧ୍ୟ ଷ୍ଟେସନର ବିକାଶ କରାଯାଇ ପାରିବ । ହେଲେ ଏହାକୁ ସଠିକ୍‌ ଭାବେ ବିଭାଗୀୟ ଯନ୍ତ୍ରୀ ଅନୁଧ୍ୟାନ କରିନାହାନ୍ତି । ଇକୋ ଫ୍ରେଣ୍ଡଲି ଷ୍ଟେସନ ଲେଖି ଗଛ କାଟିବା ସମ୍ପୂର୍ଣ୍ଣ ହାସ୍ୟାସ୍ପଦ। ଏହାକୁ ନ କାଟିବାକୁ ସେ ପରାମର୍ଶ ଦେଇଛନ୍ତି । ଏ ସମ୍ପର୍କରେ ସେ ରେଳ ବିଭାଗକୁ ଚିଠି ଲେଖିଛନ୍ତି । ସେହିପରି ପରିବେଶବିତ୍‌ ବିଶ୍ୱଜିତ୍‌ ମହାନ୍ତି କହିଛନ୍ତି,  ୨୦୨୧ରେ ମହାରାଷ୍ଟ୍ର ସରକାର ପୁରୁଣା ଗଛ ରଖିବାକୁ ଆଗେଇ ଆସିଥିଲେ । ଇତିହାସର ସାକ୍ଷୀ ଭାବେ ଥିବା ଗଛକୁ ନ କାଟିବାକୁ ନିଷ୍ପତ୍ତି ନେଇଥିଲେ । ଓଡ଼ିଶାରେ ମଧ୍ୟ ଏହାକୁ ଲାଗୁ କରାଯାଉ ବୋଲି ସେ ଦାବି କରିଛନ୍ତି ।