ବିକି କୌଶଲଙ୍କ ଫିଲ୍ମ 'ଛାଭା'କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ, କହିଲେ…

ନୂଆଦିଲ୍ଲୀ ୨୨।୦୨: ବକ୍ସ ଅଫିସ୍‌ରେ ଧୁମ୍‌ ମଚାଉଛି ବିକି କୌଶଲଙ୍କ ଛାଭା । ଦିନକୁ ଦିନ ବଢୁଛି ଫ୍ୟାନ୍ସଙ୍କ ଆଗ୍ରହ । ୨୧ ଫେବୃଆରୀରେ ଫିଲ୍ମକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ପିରିୟଡ୍ ଡ୍ରାମାଟି ସବୁ ଦୃଷ୍ଟିରୁ ବେଶ୍‌ ପ୍ରଶଂସା ସାଉଁଟୁଛି । ବିଶେଷକରି ଏହାର ଆକର୍ଷଣୀୟ କାହାଣୀ ଏବଂ ମୁଖ୍ୟ କଳାକାରଙ୍କ ଚମତ୍କାର ଅଭିନୟ ଦର୍ଶକଙ୍କୁ ଆକୃଷ୍ଟ କରୁଛି ।'ଛାଭା' ଫିଲ୍ମଟି ଶିବାଜୀ ମହାରାଜଙ୍କ ପୁଅ ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଜୀବନୀ ଉପରେ ଆଧାରିତ । ସେ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ବିରୁଦ୍ଧରେ ଲଢ଼ିଥିଲେ । ଫିଲ୍ମରେ ଏହି ଶୀର୍ଷକ ଦେଖିବାକୁ ମିଳିଛି । ନୂଆଦିଲ୍ଲୀରେ ଅଖିଳ ଭାରତୀୟ ମରାଠୀ ସାହିତ୍ୟ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ମରାଠୀ ଏବଂ ହିନ୍ଦୀ ସିନେମାକୁ ନୂଆ ଉଚ୍ଚତାରେ ପହଞ୍ଚାଇବା ପାଇଁ ମହାରାଷ୍ଟ୍ର ଏବଂ ମୁମ୍ବାଇର ପ୍ରଶଂସା କରିଥିଲେ ଏବଂ ଛାୟା ବିଷୟରେ ମଧ୍ୟ କହିଥିଲେ।ସେ କହିଛନ୍ତି, "ଦେଶର ମରାଠୀ ଭାଷା ଆମକୁ ଏକ ବହୁତ ସମୃଦ୍ଧ ଦଳିତ ସାହିତ୍ୟ ଦେଇଛି । ଏହାର ଆଧୁନିକ ଚିନ୍ତାଧାରା ଯୋଗୁଁ, ମରାଠୀ ସାହିତ୍ୟ ବିଜ୍ଞାନ କାଳ୍ପନିକ କାହାଣୀ ମଧ୍ୟ ସୃଷ୍ଟି କରିଛି । ଅତୀତରେ ମହାରାଷ୍ଟ୍ରର ଲୋକମାନେ ଆୟୁର୍ବେଦ, ବିଜ୍ଞାନ ଏବଂ ତାର୍କିକ ଯୁକ୍ତିରେ ଅବିଶ୍ୱସନୀୟ ଅବଦାନ ଦେଇଛନ୍ତି..."ମୋଦୀ କହିଥିଲେ " ଆଜିକାଲି ଛାଭା ସାରା ଦେଶରେ ଚହଳ ସୃଷ୍ଟି କରୁଛି । ଶିବ

ବିକି କୌଶଲଙ୍କ ଫିଲ୍ମ 'ଛାଭା'କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ, କହିଲେ…

ନୂଆଦିଲ୍ଲୀ ୨୨।୦୨: ବକ୍ସ ଅଫିସ୍‌ରେ ଧୁମ୍‌ ମଚାଉଛି ବିକି କୌଶଲଙ୍କ ଛାଭା । ଦିନକୁ ଦିନ ବଢୁଛି ଫ୍ୟାନ୍ସଙ୍କ ଆଗ୍ରହ । ୨୧ ଫେବୃଆରୀରେ ଫିଲ୍ମକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ପିରିୟଡ୍ ଡ୍ରାମାଟି ସବୁ ଦୃଷ୍ଟିରୁ ବେଶ୍‌ ପ୍ରଶଂସା ସାଉଁଟୁଛି । ବିଶେଷକରି ଏହାର ଆକର୍ଷଣୀୟ କାହାଣୀ ଏବଂ ମୁଖ୍ୟ କଳାକାରଙ୍କ ଚମତ୍କାର ଅଭିନୟ ଦର୍ଶକଙ୍କୁ ଆକୃଷ୍ଟ କରୁଛି ।

'ଛାଭା' ଫିଲ୍ମଟି ଶିବାଜୀ ମହାରାଜଙ୍କ ପୁଅ ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଜୀବନୀ ଉପରେ ଆଧାରିତ । ସେ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ବିରୁଦ୍ଧରେ ଲଢ଼ିଥିଲେ । ଫିଲ୍ମରେ ଏହି ଶୀର୍ଷକ ଦେଖିବାକୁ ମିଳିଛି । ନୂଆଦିଲ୍ଲୀରେ ଅଖିଳ ଭାରତୀୟ ମରାଠୀ ସାହିତ୍ୟ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ମରାଠୀ ଏବଂ ହିନ୍ଦୀ ସିନେମାକୁ ନୂଆ ଉଚ୍ଚତାରେ ପହଞ୍ଚାଇବା ପାଇଁ ମହାରାଷ୍ଟ୍ର ଏବଂ ମୁମ୍ବାଇର ପ୍ରଶଂସା କରିଥିଲେ ଏବଂ ଛାୟା ବିଷୟରେ ମଧ୍ୟ କହିଥିଲେ।

ସେ କହିଛନ୍ତି, "ଦେଶର ମରାଠୀ ଭାଷା ଆମକୁ ଏକ ବହୁତ ସମୃଦ୍ଧ ଦଳିତ ସାହିତ୍ୟ ଦେଇଛି । ଏହାର ଆଧୁନିକ ଚିନ୍ତାଧାରା ଯୋଗୁଁ, ମରାଠୀ ସାହିତ୍ୟ ବିଜ୍ଞାନ କାଳ୍ପନିକ କାହାଣୀ ମଧ୍ୟ ସୃଷ୍ଟି କରିଛି । ଅତୀତରେ ମହାରାଷ୍ଟ୍ରର ଲୋକମାନେ ଆୟୁର୍ବେଦ, ବିଜ୍ଞାନ ଏବଂ ତାର୍କିକ ଯୁକ୍ତିରେ ଅବିଶ୍ୱସନୀୟ ଅବଦାନ ଦେଇଛନ୍ତି..."ମୋଦୀ କହିଥିଲେ " ଆଜିକାଲି ଛାଭା ସାରା ଦେଶରେ ଚହଳ ସୃଷ୍ଟି କରୁଛି । ଶିବାଜୀ ସାୱନ୍ତଙ୍କ ମରାଠୀ ଉପନ୍ୟାସରେ ସମ୍ଭାଜୀ ମହାରାଜଙ୍କ ବୀରତ୍ୱକୁ ଏହି ରୂପରେ ବର୍ଣ୍ଣନା କରାଯାଇଛି।"

ଫେବୃଆରୀ ୧୪ ତାରିଖରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମଟି ପ୍ରଥମ ଦିନରୁ ଭଲ ବ୍ୟବସାୟ କରୁଛି । ଲକ୍ଷ୍ମଣ ଉତେକରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଛତ୍ରପତି ସମ୍ଭାଜୀ ମହାରାଜ ଭୂମିକାରେ ଭିକି କୌଶଳ, ୟେସୁବାଇ ଭୋସଲେ ଭୂମିକାରେ ରଶ୍ମିକା ମନ୍ଧାନା, ଔରଙ୍ଗଜେବ ଭୂମିକାରେ ଅକ୍ଷୟ ଖାନ୍ନା, ଜୀନତ-ଉନ୍-ନିସା ବେଗମ ଭୂମିକାରେ ଡାଏନା ପେଣ୍ଟି, ହମ୍ବିରରାଓ ମୋହିତେ ଭୂମିକାରେ ଆଶୁତୋଷ ରାଣା ଏବଂ ସୋୟାରାବାଇ ଭୂମିକାରେ ଦିବ୍ୟା ଦତ୍ତ ଅଭିନୟ କରିଛନ୍ତି। ଗୋଟିଏ ସପ୍ତାହ ମଧ୍ୟରେ ଫିଲ୍ମଟି ଓ୍ବାର୍ଲ୍ଡଓ୍ବାଇଡ୍‌ ୨୨୫.୨୮ କୋଟି ଟଙ୍କା ଆୟ କରିସାରିଲାଣି ।