ବିକ୍ରି ହେବ କେଫେ କଫି ଡେ! ସମ୍ପତ୍ତି ବିକି ପଇସା ଅସୁଲ କରିବ ବ୍ୟାଙ୍କ

ବେଙ୍ଗାଲୁରୁ: ଟେଷ୍ଟି କଫି ପାଇଁ ପ୍ରଶିଦ୍ଧ କେଫେ କଫି ଡେ (ସିସିଡି) ଶେଷରେ ବିକ୍ରି ହେବା ଅବସ୍ଥାକୁ ପହଞ୍ଚି ଯାଇଛି। ଜାତୀୟ କମ୍ପାନୀ ଲ ଟ୍ରିବ୍ୟୁନାଲ (ଏନସିଏଲଟି)  ସିସିଡି ବିପକ୍ଷରେ ଦାଖଲ ପିଟିସନକୁ ସ୍ୱୀକାର କରି ଦେବାଳିଆ ପ୍ରକ୍ରିୟା ଆରମ୍ଭ କରିବାକୁ ଆଦେଶ ଦେଇଛନ୍ତି। ଏନସିଏଲଟି କଫିଡେ ସମୂହର ମୂଳ କମ୍ପାନୀ କଫି ଡେ ଏଣ୍ଟରପ୍ରାଇଜେସ୍ ଲିମିଟେଡ (ସିଡିଇଏଲ) ବିପକ୍ଷରେ ଦେବାଳିଆ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ  ଏନସିଏଲଟି ନିର୍ଦ୍ଦେଶ ଦେଇଛନ୍ତି। କଫି ଡେ ସମୂହ କଫି ହାଉସ୍‌ର କେଫେ କଫିଡେ ଶୃଙ୍ଖଳାର ପରିଚାଳନା କରନ୍ତି। ଏନସିଏଲଟି ବେଙ୍ଗାଲୁର ପୀଠ ୮ ଅଗଷ୍ଟରେ ଆଇଡିବିଆଇ ଟ୍ରଷ୍ଟିସିପ୍ ସର୍ଭିସେସ ଲିମିଟେଡ ଦ୍ୱାରା ରୁଜୁ ପିଟିସନକୁ ଗ୍ରହଣ କରିନେଇଛନ୍ତି। ପିଟିସନରେ ୨୨୮.୪୨ କୋଟି ଟଙ୍କା ସୁଝି ପାରୁ ନଥିବାର ଦାବି କରାଯାଇଛି ଓ ଋଣରେ ବୁଡିଥିବା କମ୍ପାନୀର ପରିଚାଳନା ଦେଖରେଖ ନିମନ୍ତେ ଏକ ଅନ୍ତରୀଣ ସମାଧାନ ପ୍ରଫେସନାଲଙ୍କୁ ମଧ୍ୟ ନିଯୁକ୍ତ କରିଥିଲେ। କଫି ଡେ ଏଣ୍ଟର ପ୍ରାଇଜେସ୍ ଲିମିଟେଡ ଏକ ରିସର୍ଟର ମାଲିକ ହୋଇଥିବା ବେଳେ ଏହାର ସଞ୍ଚାଳନ ମଧ୍ୟ କରନ୍ତି ଏହା ଛଡା ପରାମର୍ଶ ସେବା ପ୍ରଦାନ ସହିତ କଫି ବିନ୍ସର କାରବାର ମଧ୍ୟ କରନ୍ତି। ଏହି କମ୍ପାନୀର ସାରା ଦେଶରେ କେଫେ ବି ଚାଲୁଛି। କଫି ସହିତ ମାଲ ପରିବହନ, ଫାଇନାନସିଆଲ ସର୍ଭିସେସ, ଲିଜିଂ କମର୍ସିଆଲ ସ୍ପେସ୍ ସେକ୍ଟରରେ ମଧ୍ୟ କାମ କରୁଛି। ସିସିଡିର ମୂ

ବିକ୍ରି ହେବ କେଫେ କଫି ଡେ! ସମ୍ପତ୍ତି ବିକି ପଇସା ଅସୁଲ କରିବ ବ୍ୟାଙ୍କ

ବେଙ୍ଗାଲୁରୁ: ଟେଷ୍ଟି କଫି ପାଇଁ ପ୍ରଶିଦ୍ଧ କେଫେ କଫି ଡେ (ସିସିଡି) ଶେଷରେ ବିକ୍ରି ହେବା ଅବସ୍ଥାକୁ ପହଞ୍ଚି ଯାଇଛି। ଜାତୀୟ କମ୍ପାନୀ ଲ ଟ୍ରିବ୍ୟୁନାଲ (ଏନସିଏଲଟି)  ସିସିଡି ବିପକ୍ଷରେ ଦାଖଲ ପିଟିସନକୁ ସ୍ୱୀକାର କରି ଦେବାଳିଆ ପ୍ରକ୍ରିୟା ଆରମ୍ଭ କରିବାକୁ ଆଦେଶ ଦେଇଛନ୍ତି। ଏନସିଏଲଟି କଫିଡେ ସମୂହର ମୂଳ କମ୍ପାନୀ କଫି ଡେ ଏଣ୍ଟରପ୍ରାଇଜେସ୍ ଲିମିଟେଡ (ସିଡିଇଏଲ) ବିପକ୍ଷରେ ଦେବାଳିଆ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ  ଏନସିଏଲଟି ନିର୍ଦ୍ଦେଶ ଦେଇଛନ୍ତି। 

କଫି ଡେ ସମୂହ କଫି ହାଉସ୍‌ର କେଫେ କଫିଡେ ଶୃଙ୍ଖଳାର ପରିଚାଳନା କରନ୍ତି। ଏନସିଏଲଟି ବେଙ୍ଗାଲୁର ପୀଠ ୮ ଅଗଷ୍ଟରେ ଆଇଡିବିଆଇ ଟ୍ରଷ୍ଟିସିପ୍ ସର୍ଭିସେସ ଲିମିଟେଡ ଦ୍ୱାରା ରୁଜୁ ପିଟିସନକୁ ଗ୍ରହଣ କରିନେଇଛନ୍ତି। ପିଟିସନରେ ୨୨୮.୪୨ କୋଟି ଟଙ୍କା ସୁଝି ପାରୁ ନଥିବାର ଦାବି କରାଯାଇଛି ଓ ଋଣରେ ବୁଡିଥିବା କମ୍ପାନୀର ପରିଚାଳନା ଦେଖରେଖ ନିମନ୍ତେ ଏକ ଅନ୍ତରୀଣ ସମାଧାନ ପ୍ରଫେସନାଲଙ୍କୁ ମଧ୍ୟ ନିଯୁକ୍ତ କରିଥିଲେ। 

କଫି ଡେ ଏଣ୍ଟର ପ୍ରାଇଜେସ୍ ଲିମିଟେଡ ଏକ ରିସର୍ଟର ମାଲିକ ହୋଇଥିବା ବେଳେ ଏହାର ସଞ୍ଚାଳନ ମଧ୍ୟ କରନ୍ତି ଏହା ଛଡା ପରାମର୍ଶ ସେବା ପ୍ରଦାନ ସହିତ କଫି ବିନ୍ସର କାରବାର ମଧ୍ୟ କରନ୍ତି। ଏହି କମ୍ପାନୀର ସାରା ଦେଶରେ କେଫେ ବି ଚାଲୁଛି। କଫି ସହିତ ମାଲ ପରିବହନ, ଫାଇନାନସିଆଲ ସର୍ଭିସେସ, ଲିଜିଂ କମର୍ସିଆଲ ସ୍ପେସ୍ ସେକ୍ଟରରେ ମଧ୍ୟ କାମ କରୁଛି। ସିସିଡିର ମୂଳ କମ୍ପାନୀ ସିଡିଇଏଲ ଅର୍ଥ ସଂଗ୍ରହ କରିବା ଲାଗି ନନ କନଭର୍ଟେବଲ ଡିବେଞ୍ଚ ମଧ୍ୟ ଜାରି କରିଥିଲା।  ତେବେ ଏହା କୁପନ ପୈଠରେ ମଧ୍ୟ ବିଫଳ ହୋଇଛି। 

ତେବେ ଏହାର ଅର୍ଥ ନୁହେଁ କେଫେ କଫିଡେ ଏବେ କ୍ଷତିରେ ଚାଲିଛି। ଯଦିଓ କମ୍ପାନୀ ୨୨୮ କୋଟି ଟଙ୍କା ଚୁକ୍ତା କରିବାରେ ଖିଲାଫ କରିଛନ୍ତି, ତଥାପି ତାଙ୍କ ବ୍ୟବସାୟ ଲାଭରେ ଚାଲିଛି। କମ୍ପାନୀ ଗତ ଆର୍ଥିକ ବର୍ଷରେ ୨୪.୫୭ କୋଟି ଟଙ୍କାର ନିଟ୍ ଲାଭ କରିଥିଲା। ତେବେ ଏହା ପୂର୍ବରୁ କମ୍ପାନୀ ୧୨ କୋଟି ଟଙ୍କା କ୍ଷତିରେ ଚାଲିଥିଲା। ୧ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ ମିଳୁଥିବା ତଥ୍ୟରୁ କମ୍ପାନୀର ମାର୍କେଟ କ୍ୟାପ୍ ୧,୦୭୮ କୋଟି ଟଙ୍କାକୁ ପହଞ୍ଚି ଯାଇଛି।