ବିଗିଡିଲା ବିଗ୍ ବି’ଙ୍କ ସ୍ବାସ୍ଥ୍ୟବସ୍ଥା, ହସ୍ପିଟାଲ୍ରେ ପହଞ୍ଚିଲେ ଅମିତାଭ
ନୂଆଦିଲ୍ଲୀ ୧୫।୦୩: ବିଗିଡିଲା ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟ ଅବସ୍ଥା । ମୁମ୍ବାଇର କୋକିଳାବେନ୍ ହସ୍ପିଟାଲ୍ରେ ହେଲେ ଭର୍ତ୍ତି । କୁହାଯାଉଛି କି ବିଗ୍ ବିଙ୍କର ଆଜି ସକାଳେ ହୋଇଛି ଆଞ୍ଜିଓପ୍ଲାଷ୍ଟି । ତେବେ ଏନେଇ X ଆକାଉଣ୍ଟରେ ସୂଚନା ଦେଇଛନ୍ତି ବାଦଶାହ । ରିପୋର୍ଟ ଅନୁଯାୟୀ ବିଗ୍ ବିଙ୍କୁ କଡା ସୁରକ୍ଷା ମଧ୍ୟରେ ଆଜି ସକାଳ ୬ଟା ବେଳେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ବିଗ୍ ବି ନିଜ X ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ସୂଚନା ଦେଇଛନ୍ତି ବାଦଶାହ ‘ହମେଶା ଗ୍ରାଟିଚ୍ୟୁଟ୍’ । କୁହାଯାଉଛି କି ଅଭିନେତା ନିଜ ସୋଶିଆଲ୍ ମିଡିଆ ଜରିଆରେ ନିଜ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏବେ ଅମିତାଭଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଅଧିକ ରିପୋର୍ଟକୁ ଅପେକ୍ଷା କରାଯାଇଛି।ଅନ୍ୟପଟେ ଅଭିନେତା ହସ୍ପିଟାଲ୍ରେ ଭର୍ତ୍ତି ହେବାର ଖବର ମିଳିବାର ଠିକ୍ ଏକ ଘଣ୍ଟା ପୂର୍ବରୁ କିମ୍ବଦନ୍ତୀ ଅଭିନେତା ନିଜ ଏକ୍ସରେ ଲେଖି କୃତଜ୍ଞତା ଜଣାଇବା ସହିତ ନିକଟରେ ଇଣ୍ଡିଆନ୍ ଷ୍ଟ୍ରିଟ୍ ପ୍ରିମିୟର ଲିଗରେ ଯୋଗ ଦେବାର ଏକ ଭିଡିଓ ମଧ୍ୟ ସେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର କରିଛନ୍ତି।
ନୂଆଦିଲ୍ଲୀ ୧୫।୦୩: ବିଗିଡିଲା ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟ ଅବସ୍ଥା । ମୁମ୍ବାଇର କୋକିଳାବେନ୍ ହସ୍ପିଟାଲ୍ରେ ହେଲେ ଭର୍ତ୍ତି । କୁହାଯାଉଛି କି ବିଗ୍ ବିଙ୍କର ଆଜି ସକାଳେ ହୋଇଛି ଆଞ୍ଜିଓପ୍ଲାଷ୍ଟି । ତେବେ ଏନେଇ X ଆକାଉଣ୍ଟରେ ସୂଚନା ଦେଇଛନ୍ତି ବାଦଶାହ । ରିପୋର୍ଟ ଅନୁଯାୟୀ ବିଗ୍ ବିଙ୍କୁ କଡା ସୁରକ୍ଷା ମଧ୍ୟରେ ଆଜି ସକାଳ ୬ଟା ବେଳେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ତେବେ ବିଗ୍ ବି ନିଜ X ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ସୂଚନା ଦେଇଛନ୍ତି ବାଦଶାହ ‘ହମେଶା ଗ୍ରାଟିଚ୍ୟୁଟ୍’ । କୁହାଯାଉଛି କି ଅଭିନେତା ନିଜ ସୋଶିଆଲ୍ ମିଡିଆ ଜରିଆରେ ନିଜ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏବେ ଅମିତାଭଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଅଧିକ ରିପୋର୍ଟକୁ ଅପେକ୍ଷା କରାଯାଇଛି।

ଅନ୍ୟପଟେ ଅଭିନେତା ହସ୍ପିଟାଲ୍ରେ ଭର୍ତ୍ତି ହେବାର ଖବର ମିଳିବାର ଠିକ୍ ଏକ ଘଣ୍ଟା ପୂର୍ବରୁ କିମ୍ବଦନ୍ତୀ ଅଭିନେତା ନିଜ ଏକ୍ସରେ ଲେଖି କୃତଜ୍ଞତା ଜଣାଇବା ସହିତ ନିକଟରେ ଇଣ୍ଡିଆନ୍ ଷ୍ଟ୍ରିଟ୍ ପ୍ରିମିୟର ଲିଗରେ ଯୋଗ ଦେବାର ଏକ ଭିଡିଓ ମଧ୍ୟ ସେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର କରିଛନ୍ତି।