ବିଗ୍ ବସ୍‌ ଓଟିଟି-୩ ଟ୍ରଫି ହାତେଇଲେ ସନା

ଏହି ଶୋ'ରେ ସନା ମକବୁଲଙ୍କ ସମେତ ୟୁଟ୍ୟୁବର ଅରମାନ ମଲିକଙ୍କ ଦ୍ୱିତୀୟ ପତ୍ନୀ କ୍ରିତିକା ମଲିକ, ଅଭିନେତା ରଣବୀର ସୋରି, ସାଇ କେତନ ରାଓ ଓ ରାପର୍‌ ନେଜି ଶ୍ରେଷ୍ଠ ୫ ପାଇନାଲିଷ୍ଟ ଥିଲେ।

ବିଗ୍ ବସ୍‌ ଓଟିଟି-୩ ଟ୍ରଫି ହାତେଇଲେ ସନା

ଦର୍ଘ ୬ ସପ୍ତାହର ଅପେକ୍ଷା ପରେ ଲୋକପ୍ରିୟ ରିୟାଲିଟି ଶୋ' ବିଗ୍‌ ବସ୍‌ ଓଟିଟି-୩ ପାଇଛି ତା'ର ବଜେତା। ବାଜି ମାରିଛନ୍ତି ଅଭିନେତ୍ରୀ ସନା ମକବୁଲ। ସମସ୍ତ ଖେଳାଳିଙ୍କୁ ପଛରେ ପକାଇ ହାତେଇଛନ୍ତି ବିଗ୍‌ ବସ୍‌ ଓଟିଟି-୩ ଟ୍ରଫି। ଏଥିସହ ୨୫ ଲକ୍ଷ ଟଙ୍କା ପୁରସ୍କାର ରାଶି ମଧ୍ୟ ସେ ନିଜ ନାଁରେ କରିଛନ୍ତି।

ଏହି ଶୋ'ରେ ସନା ମକବୁଲଙ୍କ ସମେତ ୟୁଟ୍ୟୁବର ଅରମାନ ମଲିକଙ୍କ ଦ୍ୱିତୀୟ ପତ୍ନୀ କ୍ରିତିକା ମଲିକ, ଅଭିନେତା ରଣବୀର ସୋରି, ସାଇ କେତନ ରାଓ ଓ ରାପର୍‌ ନେଜି ଶ୍ରେଷ୍ଠ ୫ ପାଇନାଲିଷ୍ଟ ଥିଲେ। ତେବେ ଏମାନ ସମସ୍ତଙ୍କୁ ହରାଇ ବିଗ୍ ବସ୍‌ ଓଟିଟି-୩ର ଓ୍ୱିନର୍‌ ହୋଇଛନ୍ତି ସନା ମକବୁଲ। ରାପର୍‌ ନେଜି ପ୍ରଥମ ଓ ରଣବୀର ସୋରି ଦ୍ୱିତୀୟ ରନର୍‌ ଅପ୍‌ ହୋଇଛନ୍ତି।

ବିଗ୍ ବସ୍‌ ଓଟିଟି-୩ ଟ୍ରଫି ଜିତିବା ପରେ ସନା ମକବୁଲ ଭାବୁକ ହୋଇଯାଇଥିଲେ। ସେ ନିଜ ମା'ଙ୍କୁ ଆଲିଙ୍ଗନ କରି ନେଇଥିଲେ। ଟ୍ରଫି ଜିତିବା ପରେ ସନା ନିଜ ମନର କଥା ସେୟାର କରିଛନ୍ତି।

ସେ କହିଛନ୍ତି, ମୁଁ ବହୁତ ଖୁସି। ଲୋକ ମେତେ ଗ୍ରହଣ କରିଥିବାରୁ ମୁଁ କୃତଜ୍ଞ। ନେଜିଙ୍କ ସହ ଶୋ'ର ଶେଷ ପର୍ଯ୍ୟାୟରେ ପହଞ୍ଚିବା ନେଇ ମୁଁ ବେଶ୍‌ ଖୁସି ଥିଲି। ମୋ ବଦଳରେ ନେଜି ଯଦି ଏହି ଟ୍ରଫି ଜିତି ଥାନ୍ତେ ସେତେବେଳେ ବି ମୁ ବେଶ୍‌ ଖୁସି ହୋଇଥାନ୍ତି।

କହିରଖୁ, ସନା ମକବୁଲ ହେଉଛନ୍ତି ଜଣେ ଟେଲି ଅଭିନେତ୍ରୀ ଓ ମଡେଲ। ସେ ଓ୍ୱିସ୍‌, ଆଦତ ସେ ମଜବୁର, ରଙ୍ଗୁନ୍‌ ଓ ଇସ୍‌ ପ୍ୟାର୍ କୋ କ୍ୟା ନାମ ଦୁଁରେ କାମ କରିସାରିଛନ୍ତି। ଏହା ବ୍ୟତୀତ ସେ ଫେମିନା ମିସ୍ ଇଣ୍ଡିଆ ୨୦୧୨ରେ ମଧ୍ୟ ଭାଗ ନେଇଥିଲେ। ଯେଉଁଠାରେ ସେ ସୁନ୍ଦର ହସ ପୁରସ୍କାର ପାଇଥିଲେ।