ବିଗ୍ ବସ୍ ପରେ ଅଙ୍କିତାଙ୍କ ହାତରେ ଲାଗିଲା ବଡ ଅଫର, ନାଗିନ୍ ୭ରେ ଆସିବେ ନଜର
ମୁମ୍ବାଇ: ବିଗ୍ ବସ୍ ୧୭ରେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କୁ ଦେଖିବାକୁ ମିଳିଥିଲା। ସେ ଶୋ’ରେ ଶ୍ରେଷ୍ଠ ୫ରେ ପହଞ୍ଚିଥିଲେ ମଧ୍ୟ ବିଜେତା ହୋଇପାରିଲେ ନାହିଁ । ହେଲେ ସଲମାନ ଖାନ ଅଙ୍କିତାଙ୍କୁ କହିଥିଲେ ଯେ, ସେ ବାହାରକୁ ଯିବା ମାତ୍ରେ ତାଙ୍କ ହାତରେ ୩-୪ଟି ପ୍ରୋଜେକ୍ଟ ରହିବ। ଏବେ ଖବର ଆସୁଛି ଯେ, ଅଙ୍କିତା ନାଗିନ୍ ୭ରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ବଲିଉଡ ଲାଇଫ ଅନୁଯାୟୀ ଅଙ୍କିତା ଲୋଖଣ୍ଡେଙ୍କୁ ଏହି ଶୋ ପାଇଁ ପ୍ରସ୍ତାବ ଦିଆଯାଇଛି […] The post ବିଗ୍ ବସ୍ ପରେ ଅଙ୍କିତାଙ୍କ ହାତରେ ଲାଗିଲା ବଡ ଅଫର, ନାଗିନ୍ ୭ରେ ଆସିବେ ନଜର appeared first on Dharitri Odia News.
ମୁମ୍ବାଇ: ବିଗ୍ ବସ୍ ୧୭ରେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କୁ ଦେଖିବାକୁ ମିଳିଥିଲା। ସେ ଶୋ’ରେ ଶ୍ରେଷ୍ଠ ୫ରେ ପହଞ୍ଚିଥିଲେ ମଧ୍ୟ ବିଜେତା ହୋଇପାରିଲେ ନାହିଁ । ହେଲେ ସଲମାନ ଖାନ ଅଙ୍କିତାଙ୍କୁ କହିଥିଲେ ଯେ, ସେ ବାହାରକୁ ଯିବା ମାତ୍ରେ ତାଙ୍କ ହାତରେ ୩-୪ଟି ପ୍ରୋଜେକ୍ଟ ରହିବ। ଏବେ ଖବର ଆସୁଛି ଯେ, ଅଙ୍କିତା ନାଗିନ୍ ୭ରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ବଲିଉଡ ଲାଇଫ ଅନୁଯାୟୀ ଅଙ୍କିତା ଲୋଖଣ୍ଡେଙ୍କୁ ଏହି ଶୋ ପାଇଁ ପ୍ରସ୍ତାବ ଦିଆଯାଇଛି ଏବଂ ତାଙ୍କୁ ଫାଇନାଲ କରାଯାଇଥିବା ଖବର ରହିଛି।
ଅଙ୍କିତାଙ୍କ ବ୍ୟତୀତ ଆୟେଶା ସିଂ, ପ୍ରିୟଙ୍କା ଚୌଧୁରୀ ଏବଂ ରିଦ୍ଧିମା ପଣ୍ଡିତଙ୍କ ପରି ଅଭିନେତ୍ରୀମାନଙ୍କୁ ଆପ୍ରୋଜ୍ କରାଯାଇଥିଲା। ମେଲ୍ ଲିଡ ବିଷୟରେ କହିବାକୁ ଗଲେ ଅବିନାଶ ମିଶ୍ରା, କୁନାଲ ଜୟସିଂହ ଏବଂ ଅଙ୍କିତ ଗୁପ୍ତାଙ୍କ ନାମ ଉପରେ ଆଲୋଚନା ହେଉଛି। ପ୍ରଶଂସକମାନେ ଅଙ୍କିତା ଏବଂ ଅଙ୍କିତଙ୍କୁ ପରଦାରେ ଏକାଠି ରୋମାନ୍ସ କରୁଥିବାର ଦେଖିବାକୁ ଚାହୁଁଛନ୍ତି।
The post ବିଗ୍ ବସ୍ ପରେ ଅଙ୍କିତାଙ୍କ ହାତରେ ଲାଗିଲା ବଡ ଅଫର, ନାଗିନ୍ ୭ରେ ଆସିବେ ନଜର appeared first on Dharitri Odia News.