ବିଗ୍ବସ୍ ପାଇଁ ସନା ପ୍ରସ୍ତୁତ
ମୁମ୍ବାଇ: ପ୍ରସିଦ୍ଧ ଟିଭି ଇଣ୍ଡଷ୍ଟ୍ରି ଅଭିନେତ୍ରୀ ସନା ମକ୍ବୁଲ୍ ଖାନ୍ ଏବେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ଶୁକ୍ରବାରଠାରୁ ଆରମ୍ଭ ହେଉଥିବା ‘ବିଗ୍ବସ୍ ଓଟିଟି ସିଜନ ୩’ରେ ତାଙ୍କୁ ଦେଖିବାକୁ ମିଳିବ। ବିଗ୍ବସ୍ର ଏହି ସିଜନରେ ସନାଙ୍କୁ ଦେଖିବାକୁ ତାଙ୍କ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଛୋଟ ପରଦାର ବିଭିନ୍ନ ଧାରାବାହିକ ଓ ରିୟଲିଟି ଶୋ’ ବ୍ୟତୀତ ସନା କେତେକ ତେଲୁଗୁ ଓ ତାମିଲ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି। ସେ ପ୍ରଥମଥର ପାଇଁ ୨୦୦୯ରେ ରିୟଲିଟି ଶୋ’ […] The post ବିଗ୍ବସ୍ ପାଇଁ ସନା ପ୍ରସ୍ତୁତ appeared first on Dharitri Odia News.
ମୁମ୍ବାଇ: ପ୍ରସିଦ୍ଧ ଟିଭି ଇଣ୍ଡଷ୍ଟ୍ରି ଅଭିନେତ୍ରୀ ସନା ମକ୍ବୁଲ୍ ଖାନ୍ ଏବେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ଶୁକ୍ରବାରଠାରୁ ଆରମ୍ଭ ହେଉଥିବା ‘ବିଗ୍ବସ୍ ଓଟିଟି ସିଜନ ୩’ରେ ତାଙ୍କୁ ଦେଖିବାକୁ ମିଳିବ। ବିଗ୍ବସ୍ର ଏହି ସିଜନରେ ସନାଙ୍କୁ ଦେଖିବାକୁ ତାଙ୍କ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଛୋଟ ପରଦାର ବିଭିନ୍ନ ଧାରାବାହିକ ଓ ରିୟଲିଟି ଶୋ’ ବ୍ୟତୀତ ସନା କେତେକ ତେଲୁଗୁ ଓ ତାମିଲ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି। ସେ ପ୍ରଥମଥର ପାଇଁ ୨୦୦୯ରେ ରିୟଲିଟି ଶୋ’ ‘ଟିନ୍ ଡିଭା’ରେ ଭାଗ ନେଇଥିଲେ। ଏହାବ୍ୟତୀତ ସନା ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ମଧ୍ୟ ଭାଗ ନେଇଛନ୍ତି। ‘କିତ୍ନି ମହବତ୍ତ ହେ ୨’, ‘ଇସ୍ ପ୍ୟାର୍ କା କ୍ୟା ନାମ ଦୁଁ’ ଓ ‘ଆଦତ ସେ ମଜବୁର୍’ ଭଳି ଧାରାବାହିକରେ କାମ କରିଛନ୍ତି। ତେବେ କିଛିଦିନ ଧରି ସନା ହେପାଟାଇଟିସ୍ରେ ପୀଡ଼ିତ ଥିବାରୁ ତାଙ୍କୁ ଅନେକ ଧାରାବାହିକ ଓ ଶୋ’ ହରାଇବାକୁ ପଡିଥିଲା। ତାଙ୍କୁ ଶେଷଥର ପାଇଁ ୨୦୨୧ରେ ‘ଫିଅର ଫ୍ୟାକ୍ଟର: ଖତ୍ରୋ କେ ଖିଲାଡି ୧୧’ରେ ଦେଖିବାକୁ ମିଳିଥିଲା। ଦୀର୍ଘ ଦିନ ପରେ ସେ ‘ବିଗ୍ବସ୍ ଓଟିଟି ୩’ ସହ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ଏଥର ଅନିଲ କାପୁର ‘ବିଗ୍ବସ୍ ଓଟିଟି ୩’ର ଆୟୋଜନ କରୁଥିବା ଦେଖିବାକୁ ମିଳିବ। ବିଗ୍ବସ୍ର ଏହି ସିଜନରେ ସନାଙ୍କ ବ୍ୟତୀତ ବିଭିନ୍ନ ଟିଭି ଅଭିନେତା, ସଂଗୀତଜ୍ଞ ଓ କ୍ରୀଡ଼ା ତାରକା ମଧ୍ୟ ଅଂଶଗ୍ରହଣକାରୀ ଭାବେ ନଜର ଆସିବେ।
The post ବିଗ୍ବସ୍ ପାଇଁ ସନା ପ୍ରସ୍ତୁତ appeared first on Dharitri Odia News.