ବିଚ୍‌ ବଜାରରେ ବୀଭତ୍ସ କାଣ୍ଡ; ହୋଟେଲ ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ପୂର୍ବ ଶତ୍ରୁତା ହେଲା କାଳ । ବିଚ୍‌ ବଜାରରେ ଜଣେ ହୋଟେଲ ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ।

ବିଚ୍‌ ବଜାରରେ ବୀଭତ୍ସ କାଣ୍ଡ; ହୋଟେଲ ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ପୂର୍ବ ଶତ୍ରୁତା ହେଲା କାଳ । ବିଚ୍‌ ବଜାରରେ ଜଣେ ହୋଟେଲ ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ଦୁର୍ବୃତ୍ତଙ୍କ ଭୁଜାଲି ଓ ଖଣ୍ଡା ଚୋଟରେ ହୋଟେଲ ମାଲିକଜଣକ ଗୁରୁତର ହୋଇଛନ୍ତି। ଏପରି ଏକ ଘଟଣା ଆଜି ସକାଳେ ବାଲେଶ୍ୱରରେ ଘଟିଛି।

ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ହୋଇଥିବା ହୋଟେଲ ମାଲିକଜଣକ ହେଲେ ସଞ୍ଜୀବ କୁମାର ମହାପାତ୍ର । ଆଜି ସକାଳେ ସେ ନିଜ ଘରୁ କାର୍‌ ଯୋଗେ ନିଜ କାର୍ଯ୍ୟାଳୟକୁ ଯାଉଥିଲେ। ମାତ୍ର ସମଲପୁର ଛକ ନିକଟରେ କାର୍‌ ଓ ବାଇକ୍‌ରେ ଆସିଥିବା ୭,୮ ଦୁର୍ବୃତ୍ତ ସଞ୍ଜୀବ କୁମାରଙ୍କ ଗାଡ଼ି ଅଟକାଇଥିଲେ। ଏହାପରେ ସେମାନେ ଗାଡ଼ିରୁ ସଞ୍ଜୀବ କୁମାରଙ୍କୁ ଟାଣି ଆଣି ଖଣ୍ଡା ଓ ଭୁଜାଲିରେ ଚୋଟ ପରେ ଚୋଟ ପକାଇଥିଲେ।

ଦୁର୍ବୃତ୍ତଙ୍କ ଆକ୍ରମଣରେ ସଞ୍ଜୀବ କୁମାର ରକ୍ତାକ୍ତ ହୋଇ ପଡ଼ିଥିବା ବେଳେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଚୋଟ ଲାଗିଛି। ତାଙ୍କ ଚିତ୍କାର ଶୁଣି ଆଖପାଖ ଲୋକେ ଦୌଡ଼ି ଆସିଥିବା ବେଳେ ଦୁର୍ବୃତ୍ତମାନେ ନିଜ ଗାଡ଼ି ଧରି ଫେରାର ହୋଇ ଯାଇଛନ୍ତି।

ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶିଳ୍ପାଞ୍ଚଳ ଥାନା ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ବାଲେଶ୍ୱର ଡିସିପି ମେଡିକାଲରେ ପହଞ୍ଚି ସଞ୍ଜୀବଙ୍କ ସ୍ୱାସ୍ଥ୍ୟାବସ୍ଥା ପଚା ବୁଝିଛନ୍ତି।

ପୂର୍ବ ଶତ୍ରୁତାରୁ ଏପରି ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ପୁଲିସ୍‌ ଏହାର ତଦନ୍ତ ଆରମ୍ଭ କରିଛି।