ବିଚ୍‌ ରାସ୍ତାରେ ମାରପିଟ ହେଉଥିଲେ ୪ ପୁଲିସ୍‌, ନିଲମ୍ବନ କଲେ ଏସ୍‌ପି

ବିଶୃଙ୍ଖଳିତ ଆଚରଣ ପାଇଁ ନୟାଗଡ଼ ଜିଲ୍ଲାର ୪ଜଣ ପୁଲିସ କର୍ମଚାରୀ ନିଲମ୍ବିତ ହେଲେ । ନୟାଗଡ ଏସପି ଏହି ନିଲମ୍ବନ ଆଦେଶ ଜାରି କରିଛନ୍ତି।

ବିଚ୍‌ ରାସ୍ତାରେ ମାରପିଟ ହେଉଥିଲେ ୪ ପୁଲିସ୍‌, ନିଲମ୍ବନ କଲେ ଏସ୍‌ପି

ଆଇନଶୃଙ୍ଖଳା ରକ୍ଷାକାରୀ ପୁଲିସ୍‌ କର୍ମଚାରୀ ହିଁ ଘଟାଇଲେ ବିଶୃଙ୍ଖଳ। ରାସ୍ତି ମଝିରେ କଲେ ମାରପିଟ। ଭୁଲିଗଲେ ବର୍ଦ୍ଦିର ମର୍ଯ୍ୟାଦା, ମନେ ରହିଲାନି ଶାଳିନତା। ପୁଲିସ୍‌ର ଏପରି କାର୍ଯ୍ୟକଳାପକୁ ବିଭିନ୍ନ ମହଲରୁ ସମାଲୋଚନା କରାଯିବା ପରେ କଡ଼ା ପଦକ୍ଷେପ ନେଇଛନ୍ତି ଏସ୍‌ପି। ବିଶୃଙ୍ଖଳିତ ଆଚରଣ ପାଇଁ ନୟାଗଡ଼ ଏସପି ୪ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି । 

ଡିସେମ୍ବର ୩୧ ତାରିଖ ରାତିରେ ନୟାଗଡ ତ୍ରିନାଥ ବଜାର ରାସ୍ତା ଉପରେ ପୁଲିସ ସଂଘର ଦୁଇ ଗୋଷ୍ଠୀ କର୍ମଚାରୀଙ୍କ ମଧ୍ୟରେ ଏକ କାର୍ଡ ଛପାକୁ କେନ୍ଦ୍ର କରି ଯୁକ୍ତି ତର୍କ ହୋଇଥିଲା। ପରେ ଉଭୟ ପକ୍ଷଙ୍କ ମଧ୍ୟରେ ମାଡ଼ପିଟ ହୋଇଥଲା। ଏନେଇ ଉଭୟ ପକ୍ଷରୁ ନୟାଗଡ ଟାଉନ ଥାନାରେ ଏତଲା ଦିଆଯାଇଛି ।

କର୍ତ୍ତବ୍ୟରେ ଅବହେଳା ଓ ଅଶୋଭନୀୟ ଆଚରଣ ପାଇଁ ନୟାଗଡ଼ ରିଜର୍ଭର ୪ ଜଣ ପୁଲିସ କର୍ମଚାରୀଙ୍କୁ ନୟାଗଡ଼ ଏସପି ତୁରନ୍ତ ନିଲମ୍ବନ କରିଛନ୍ତି। ନିଲମ୍ବିତ ପୁଲିସ କର୍ମଚାରୀମାନେ ହେଲେ ଦିଲ୍ଲୀପ ବେହେରା, ମୁନା ବେହେରା, ସଞ୍ଜୟ ମହାପାତ୍ର, ଦୁର୍ଗା ମାଧବ ଦୋରା। ଏପରି ଏକ ବଡ଼ ପଦକ୍ଷେପ ନେଇଥିବା ନେଇ ନୟାଗଡ ଏସପି ସୂଚନା ଦେଇଛନ୍ତି।