ବିଚ୍‌ ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଗୁଳିମାଡ଼, ପିଠିରେ ବାଜିଲା

ରାଉରକେଲା,୪ା୧୧(ସଙ୍ଗୀତା ଜେନା): ପ୍ଲାଣ୍ଟ ସାଇଟ୍‌ ଥାନା ଅନ୍ତର୍ଗତ ଟ୍ରାଫିକ ଗେଟ୍‌ ନିକଟରେ ସୋମବାର ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ଗୁଳି ତାଙ୍କ ପିଠିରେ ଲାଗିଛି। ଯୁବକ ହେଉଛନ୍ତି ଅଟୋ ଚାଳକ ଅବେଶ ରାୟ। ତାଙ୍କୁ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନା ଓ ପରେ ଆଇଜିଏଚ୍‌କୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଡିଏସ୍‌ପି ଜୋନ୍‌ ୨ ନିର୍ମଳ ମହାପାତ୍ର ଓ ଥାନା ଅଧିକାରୀ ଜୟନାରାୟଣ ଖଣ୍ଡେଇ ପହଞ୍ଚି ତଦନ୍ତ କରୁଛନ୍ତି। ତାଙ୍କର ପାରିବାରିକ ଶତ୍ରୁତାକୁ କେନ୍ଦ୍ର କରି ଏପରି ହୋଇଥିବା […] The post ବିଚ୍‌ ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଗୁଳିମାଡ଼, ପିଠିରେ ବାଜିଲା appeared first on Dharitri Odia News.

ବିଚ୍‌ ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଗୁଳିମାଡ଼, ପିଠିରେ ବାଜିଲା

ରାଉରକେଲା,୪ା୧୧(ସଙ୍ଗୀତା ଜେନା): ପ୍ଲାଣ୍ଟ ସାଇଟ୍‌ ଥାନା ଅନ୍ତର୍ଗତ ଟ୍ରାଫିକ ଗେଟ୍‌ ନିକଟରେ ସୋମବାର ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ଗୁଳି ତାଙ୍କ ପିଠିରେ ଲାଗିଛି। ଯୁବକ ହେଉଛନ୍ତି ଅଟୋ ଚାଳକ ଅବେଶ ରାୟ। ତାଙ୍କୁ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନା ଓ ପରେ ଆଇଜିଏଚ୍‌କୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଡିଏସ୍‌ପି ଜୋନ୍‌ ୨ ନିର୍ମଳ ମହାପାତ୍ର ଓ ଥାନା ଅଧିକାରୀ ଜୟନାରାୟଣ ଖଣ୍ଡେଇ ପହଞ୍ଚି ତଦନ୍ତ କରୁଛନ୍ତି। ତାଙ୍କର ପାରିବାରିକ ଶତ୍ରୁତାକୁ କେନ୍ଦ୍ର କରି ଏପରି ହୋଇଥିବା ଅନୁମାନ କରାଯାଇଛି। ପ୍ରାୟ ୧୪ବର୍ଷ ପୂର୍ବେ ଅବେଶ ଏକ ଡବଲ ମର୍ଡର କେସ୍‌ରେ ଜେଲ୍‌ ଦଣ୍ଡ ଭୋଗି ସାରିଥିବା ଜଣାପଡ଼ିଛି।

The post ବିଚ୍‌ ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଗୁଳିମାଡ଼, ପିଠିରେ ବାଜିଲା appeared first on Dharitri Odia News.