ବିଚ୍‌ ରାସ୍ତାରେ ସ୍ତ୍ରୀଙ୍କୁ ଛୁରାମାଡ଼ କଲେ ସ୍ବାମୀ

ରାୟଗଡ଼ା,୪ା୨: ଘରୋଇ କଳିକୁ କେନ୍ଦ୍ରକରି ଜଣେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ବିଚ୍‌ ରାସ୍ତାରେ ଛୁରାମାଡ଼ କରି ଲହୁଲୁହାଣ କରିଦେଇଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲା ନଦୀସାହିରେ। ଅଭିଯୋଗ ଅନୁସାରେ, କୌଣସି କାରଣ ବଶତଃ ସ୍ବାମୀ ପ୍ରଦୀପ ବେହେରା ଓ ସ୍ତ୍ରୀ ବାସନ୍ତୀଙ୍କ ମଧ୍ୟରେ ଘରେ ଝଗଡ଼ା ହୋଇ ଦାଣ୍ଡକୁ ଚାଲିଆସି ପୁଣି ପାଟିତୁଣ୍ଡ କରିଥିଲେ। ଏହି ସମୟରେ ପ୍ରଦୀପ ବାସନ୍ତୀଙ୍କୁ ଛୁରାମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ବାସନ୍ତୀଙ୍କ ପେଟରେ ଓ ଦୁଇଟି ହାତରେ […] The post ବିଚ୍‌ ରାସ୍ତାରେ ସ୍ତ୍ରୀଙ୍କୁ ଛୁରାମାଡ଼ କଲେ ସ୍ବାମୀ appeared first on Dharitri Odia News.

ବିଚ୍‌ ରାସ୍ତାରେ ସ୍ତ୍ରୀଙ୍କୁ ଛୁରାମାଡ଼ କଲେ ସ୍ବାମୀ

ରାୟଗଡ଼ା,୪ା୨: ଘରୋଇ କଳିକୁ କେନ୍ଦ୍ରକରି ଜଣେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ବିଚ୍‌ ରାସ୍ତାରେ ଛୁରାମାଡ଼ କରି ଲହୁଲୁହାଣ କରିଦେଇଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲା ନଦୀସାହିରେ।

ଅଭିଯୋଗ ଅନୁସାରେ, କୌଣସି କାରଣ ବଶତଃ ସ୍ବାମୀ ପ୍ରଦୀପ ବେହେରା ଓ ସ୍ତ୍ରୀ ବାସନ୍ତୀଙ୍କ ମଧ୍ୟରେ ଘରେ ଝଗଡ଼ା ହୋଇ ଦାଣ୍ଡକୁ ଚାଲିଆସି ପୁଣି ପାଟିତୁଣ୍ଡ କରିଥିଲେ। ଏହି ସମୟରେ ପ୍ରଦୀପ ବାସନ୍ତୀଙ୍କୁ ଛୁରାମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ବାସନ୍ତୀଙ୍କ ପେଟରେ ଓ ଦୁଇଟି ହାତରେ ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ବାସନ୍ତୀ ଚିତ୍କାର କରୁଥିବା ବେଳେ ସାହି ଲୋକେ ପହଞ୍ଚି  ଉଦ୍ଧାର କରି ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଖବର ପାଇ ପୋଲିସ ମେଡ଼ିକାଲରେ ପହଞ୍ଚି ଘଟଣାର ତଦନ୍ତ କରୁଛି।

The post ବିଚ୍‌ ରାସ୍ତାରେ ସ୍ତ୍ରୀଙ୍କୁ ଛୁରାମାଡ଼ କଲେ ସ୍ବାମୀ appeared first on Dharitri Odia News.