ବିଜାପୁରରେ ମାତିଲେ ଲାଲବାହିନୀ, ଇନଫର୍ମର ସନ୍ଦେହରେ ଗ୍ରାମବାସୀଙ୍କୁ ହତ୍ୟା
ମାଲକାନଗିରି ୨୪/୧୨: ବର୍ଷ ଶେଷରେ ମାତିଲେ ଲାଲବାହିନୀ । ଇନଫର୍ମର ସନ୍ଦେହରେ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି । ମୃତକ ହେଲେ ଗଙ୍ଗାଲୁର ଥାନା ଅନ୍ତର୍ଗତ କାମକାନାର ଗ୍ରାମର ଆଦିବାସୀ ଯୁବକ ମୁକେଶ ହେମଲା । ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଜଣେ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ସୂଚନା ଥାଉକି, ପୋଲିସ ଇନଫର୍ମର ସନ୍ଦେହରେ ମୁକେଶ ହେମଲାଙ୍କୁ ବନ୍ଧୁକ ଦେଖାଇ ରେଡ୍ଡି ସାପ୍ତାହିକ ବଜାରରୁ ଅପହରଣ କରି ନେଇଥିଲେ ମାଓବାଦୀ । ପରେ ଜଙ୍ଗଲକୁ ନେଇ ଗଳା କାଟି ନିର୍ମମ ଭାବେ ତାଙ୍କୁ ହତ୍ୟା କରିଛନ୍ତି ଲାଲ୍ ବାହିନୀ । ମୃତଦେହ ନିକଟରେ ମାଓବାଦୀମାନେ ଏକ ହାତ ଲେଖା ପୋଷ୍ଟର ଛାଡି ଯାଇଛନ୍ତି । ପୋଷ୍ଟରରେ ଲେଖାହୋଇଛି ଯେ, ପୋଲିସ ଇନଫର୍ମର ସନ୍ଦେହରେ ତାଙ୍କୁ ହତ୍ୟା କରାଯାଇଛି । ଗତ ୧୫ ଦିନ ମଧ୍ୟରେ ଛତିଶଗଡରେ ନକ୍ସଲ ମାନେ ସାତ ଜଣଙ୍କୁ ହତ୍ୟା କରିଥିବା ବେଳେ ୨୦୨୪ ମସିହାରେ ୭୦ ଜଣ ନିରୀହ ଆଦିବାସୀ ଲୋକଙ୍କୁ ହତ୍ୟା କରିଥିବା ପୋଲିସ ସୂତ୍ରରୁ ଜଣାପଡିଛି ।
ମାଲକାନଗିରି ୨୪/୧୨: ବର୍ଷ ଶେଷରେ ମାତିଲେ ଲାଲବାହିନୀ । ଇନଫର୍ମର ସନ୍ଦେହରେ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି । ମୃତକ ହେଲେ ଗଙ୍ଗାଲୁର ଥାନା ଅନ୍ତର୍ଗତ କାମକାନାର ଗ୍ରାମର ଆଦିବାସୀ ଯୁବକ ମୁକେଶ ହେମଲା । ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଜଣେ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି ମାଓବାଦୀ ।
ସୂଚନା ଥାଉକି, ପୋଲିସ ଇନଫର୍ମର ସନ୍ଦେହରେ ମୁକେଶ ହେମଲାଙ୍କୁ ବନ୍ଧୁକ ଦେଖାଇ ରେଡ୍ଡି ସାପ୍ତାହିକ ବଜାରରୁ ଅପହରଣ କରି ନେଇଥିଲେ ମାଓବାଦୀ । ପରେ ଜଙ୍ଗଲକୁ ନେଇ ଗଳା କାଟି ନିର୍ମମ ଭାବେ ତାଙ୍କୁ ହତ୍ୟା କରିଛନ୍ତି ଲାଲ୍ ବାହିନୀ । ମୃତଦେହ ନିକଟରେ ମାଓବାଦୀମାନେ ଏକ ହାତ ଲେଖା ପୋଷ୍ଟର ଛାଡି ଯାଇଛନ୍ତି ।
ପୋଷ୍ଟରରେ ଲେଖାହୋଇଛି ଯେ, ପୋଲିସ ଇନଫର୍ମର ସନ୍ଦେହରେ ତାଙ୍କୁ ହତ୍ୟା କରାଯାଇଛି । ଗତ ୧୫ ଦିନ ମଧ୍ୟରେ ଛତିଶଗଡରେ ନକ୍ସଲ ମାନେ ସାତ ଜଣଙ୍କୁ ହତ୍ୟା କରିଥିବା ବେଳେ ୨୦୨୪ ମସିହାରେ ୭୦ ଜଣ ନିରୀହ ଆଦିବାସୀ ଲୋକଙ୍କୁ ହତ୍ୟା କରିଥିବା ପୋଲିସ ସୂତ୍ରରୁ ଜଣାପଡିଛି ।