ବିଜିୟୁ ପକ୍ଷରୁ ନବାଗତ ଏମ୍‌ବିଏ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ

ଭୁବନେଶ୍ୱର ୦୪।୦୭ : ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏମ୍‌ବିଏ ( ୨୦୨୪-୨୬) ବ୍ୟାଚର ନବାଗତ ଛାତ୍ରଛାତ୍ରମାନଙ୍କର ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଏହି କାର୍ଯ୍ୟକ୍ରମରେ ସୁବ୍ରତ ତ୍ରିପାଠୀ, ପ୍ରେସିଡେଣ୍ଟ, ବିଜିନେସ୍ ଡେଭେଲପମେଣ୍ଟ, ଆଦାନୀ ପୋର୍ଟସ ଆଣ୍ଡ୍ ସ୍ପେସିଆଳ ଆଲ ଇକୋନୋମିକ ଜୋନ୍, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ଶ୍ରୀ ତ୍ରିପାଠୀ ତାଙ୍କ ଅଭିଭାଷଣରେ ଭାରତର ପ୍ରାଚୀନ ଜ୍ଞାନ ଉପରେ ଗୁରୁତ୍ବାରୋପ କରିବା ସ‌ହ ଛାତ୍ରଛାତ୍ରୀମାନଙ୍କୁ ଜୀବନରେ ସଫଳ ହୋଇ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ପ୍ରେରଣା ଦେଇଥିଲେ। ଶ୍ରୀ ତ୍ରିପାଠୀ ମହାତ୍ମା ଗାନ୍ଧୀଙ୍କ ଉକ୍ତି “ଆପଣ ଦେଖିବାକୁ ଚାହୁଁଥ‌ିବା ପରିବର୍ତ୍ତନ ନିଜେ ହୁଅନ୍ତୁ”ର ଉଦାହରଣ ଦେଇ ସମାଜର ପରିବର୍ତନ ଆଣିବା ଉପରେ ଗୁରୁତ୍ଵ ଦେଇଥିଲେ। ବିଜିୟୁ କୁଳପତି ପ୍ରଫେସର ପି.ପି ମାଥୁର ବ୍ୟକ୍ତିଗତ ଶିକ୍ଷା ଉପରେ ଗୁରୁତ୍ଵ ଦେବାକୁ ପରାମର୍ଶ ଦେଇଥିଲେ। ଶ୍ରୀ ମାଥୁର ବିଜିୟୁ ଉପରେ ଭରସା ରଖିଥିବା ଅଭିଭାବକମାନଙ୍କୁ କୃତଜ୍ଞ ତଜ୍ଞତା ଜଣାଇଥିଲେ। ରେଜିଷ୍ଟ୍ରାର ପ୍ରଫେସର ବି.କେ ଦାସ ସଠିକ ମୂଲ୍ୟବୋଧ ପ୍ରତ୍ୟେକ କାର୍ଯ୍ୟରେ ସଫଳ କରାଇଥିବା ବୋଲି କହିଥୁବା ସହ ଛାତ୍ରଛାତ୍ରୀମାନଙ୍କୁ ଉଦ୍ୟୋଗୀ ହେବା ପାଇଁ ପ୍ରୋତ୍ସାହିତ କରିଥିଲେ। ବିର୍ଲା ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ, ଡ଼ିନ୍ ଡଃ. ପରମେଶ୍ଵର ନାୟକ ସ୍ବାଗତ ଭାଷଣ

ବିଜିୟୁ ପକ୍ଷରୁ ନବାଗତ ଏମ୍‌ବିଏ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ

ଭୁବନେଶ୍ୱର ୦୪।୦୭ : ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏମ୍‌ବିଏ ( ୨୦୨୪-୨୬) ବ୍ୟାଚର ନବାଗତ ଛାତ୍ରଛାତ୍ରମାନଙ୍କର ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଏହି କାର୍ଯ୍ୟକ୍ରମରେ ସୁବ୍ରତ ତ୍ରିପାଠୀ, ପ୍ରେସିଡେଣ୍ଟ, ବିଜିନେସ୍ ଡେଭେଲପମେଣ୍ଟ, ଆଦାନୀ ପୋର୍ଟସ ଆଣ୍ଡ୍ ସ୍ପେସିଆଳ ଆଲ ଇକୋନୋମିକ ଜୋନ୍, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।


ଶ୍ରୀ ତ୍ରିପାଠୀ ତାଙ୍କ ଅଭିଭାଷଣରେ ଭାରତର ପ୍ରାଚୀନ ଜ୍ଞାନ ଉପରେ ଗୁରୁତ୍ବାରୋପ କରିବା ସ‌ହ ଛାତ୍ରଛାତ୍ରୀମାନଙ୍କୁ ଜୀବନରେ ସଫଳ ହୋଇ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ପ୍ରେରଣା ଦେଇଥିଲେ। ଶ୍ରୀ ତ୍ରିପାଠୀ ମହାତ୍ମା ଗାନ୍ଧୀଙ୍କ ଉକ୍ତି “ଆପଣ ଦେଖିବାକୁ ଚାହୁଁଥ‌ିବା ପରିବର୍ତ୍ତନ ନିଜେ ହୁଅନ୍ତୁ”ର ଉଦାହରଣ ଦେଇ ସମାଜର ପରିବର୍ତନ ଆଣିବା ଉପରେ ଗୁରୁତ୍ଵ ଦେଇଥିଲେ। ବିଜିୟୁ କୁଳପତି ପ୍ରଫେସର ପି.ପି ମାଥୁର ବ୍ୟକ୍ତିଗତ ଶିକ୍ଷା ଉପରେ ଗୁରୁତ୍ଵ ଦେବାକୁ ପରାମର୍ଶ ଦେଇଥିଲେ। ଶ୍ରୀ ମାଥୁର ବିଜିୟୁ ଉପରେ ଭରସା ରଖିଥିବା ଅଭିଭାବକମାନଙ୍କୁ କୃତଜ୍ଞ ତଜ୍ଞତା ଜଣାଇଥିଲେ। ରେଜିଷ୍ଟ୍ରାର ପ୍ରଫେସର ବି.କେ ଦାସ ସଠିକ ମୂଲ୍ୟବୋଧ ପ୍ରତ୍ୟେକ କାର୍ଯ୍ୟରେ ସଫଳ କରାଇଥିବା ବୋଲି କହିଥୁବା ସହ ଛାତ୍ରଛାତ୍ରୀମାନଙ୍କୁ ଉଦ୍ୟୋଗୀ ହେବା ପାଇଁ ପ୍ରୋତ୍ସାହିତ କରିଥିଲେ। ବିର୍ଲା ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ, ଡ଼ିନ୍ ଡଃ. ପରମେଶ୍ଵର ନାୟକ ସ୍ବାଗତ ଭାଷଣ ଦେଇଥିଲେ। ଶ୍ରୀ ନାୟକ ଏମ୍‌ବିଏ ପାଠ୍ୟକ୍ରମ ଉପରେ ଆଲୋକପାତ କରିବା ସହ ଠିକ୍ ସ୍ଥାନରେ ଠିକ୍ ସମୟରେ ଠିକ୍ କାର୍ଯ୍ୟ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଥିଲେ। ପ୍ରଦୀପ ପ୍ରଜ୍ଜ୍ଵଳନ ସହ ବିଜିୟୁ କୂଳ ଗୀତ ଗାନ କରାଯାଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଆସିଷ୍ଟାଣ୍ଟ ପ୍ରଫେସର ଏବଂ ଏମ୍‌ବିଏ ପ୍ରୋଗ୍ରାମ କୋଅର୍ଡିନେଟର ବିବେକ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଅବସରରେ ଡିନ୍, ଫାକଲ୍ଟି ସଦସ୍ୟ, ଅଭିଭାବକ ଓ ନୂତନ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।