ବିଜୁ ବାବୁଙ୍କ ବିଧାନସଭାର ଶେଷ ଭାଷଣ ଉପରେ ପୁସ୍ତକ ଉନ୍ମୋଚିତ
ନନ୍ଦିଘୋଷ ବ୍ୟୁରୋ: ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜୟନ୍ତୀ ଅବସରରେ ବିଜୁ ବାବୁଙ୍କ ବିଧାନସଭାର ଶେଷ ଭାଷଣ ଉପରେ ଏକ... The post ବିଜୁ ବାବୁଙ୍କ ବିଧାନସଭାର ଶେଷ ଭାଷଣ ଉପରେ ପୁସ୍ତକ ଉନ୍ମୋଚିତ appeared first on .
ନନ୍ଦିଘୋଷ ବ୍ୟୁରୋ: ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜୟନ୍ତୀ ଅବସରରେ ବିଜୁ ବାବୁଙ୍କ ବିଧାନସଭାର ଶେଷ ଭାଷଣ ଉପରେ ଏକ ପୁସ୍ତକ ଉନ୍ମୋଚିତ ହୋଇଛି। ଭୁବନେଶ୍ବର ରେଡକ୍ରସ ଭବନରେ ପଲିଟିକାଲ୍ ଥିଙ୍କର ଫୋରମ୍ ପକ୍ଷରୁ ଉନ୍ମୋଚିତ ହୋଇଛି। ଆଧୁନିକ ଓଡ଼ିଶାର ନିର୍ମାତା, ଓଡ଼ିଆ ସ୍ବାଭିମାନର ପ୍ରତୀକ ଥିଲେ ବିଜୁ ବାବୁ । ଓଡ଼ିଶା କିପରି ଶିଳ୍ପ ସମୃଦ୍ଧ ହେବ । ଓଡ଼ିଶାର ଆର୍ଥିକ ବିକାଶ ପାଇଁ ବିଜୁ ବାବୁ ଚିନ୍ତା କରୁଥିଲେ । ପାରାଦୀପ ବନ୍ଦର , ରାଉଲକେଲା ଶିଳ୍ପ କାରଖାନା, ବୁର୍ଲା ମେଡ଼ିକାଲ କଲେଜ, ଗ୍ରାମାଞ୍ଚଳରେ ବିକାଶ, ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଓ ସଶକ୍ତ କରିବା ପାଇଁ ବିଜୁ ପଟ୍ଟନାୟକ ଆପ୍ରାଣ ଉଦ୍ୟମ କରିଥିଲେ । ଦୃଢ଼ ନେତୃତ୍ୱ ସୃଷ୍ଟି ପାଇଁ ବିଜୁ ପଟ୍ଟନାୟକ ଆହ୍ବାନ ଦେଉଥିଲେ । ବିଜୁ ବାବୁଙ୍କ ବ୍ୟକ୍ତିତ୍ବ କେବଳ ଦେଶରେ ସିମିତ ନଥିଲେ ବିଜୁ ବାବୁ ଥିଲେ ଇଣ୍ଡୋନେସିଆର ଭୂମିପୁତ୍ର । ବିଜୁ ଥିଲେ ଦୁର୍ଦ୍ଦଶ ପାଇଲଟ୍ , ବିଚକ୍ଷଣ ରାଜନେତା, ଦୁରଦର୍ଶୀ । ଓଡ଼ିଶା ହେଉଛି ଖଣିଜ ସମ୍ପଦ ଭରା ରାଜ୍ୟ। ବିଜୁ ବାବୁ ଜାଣିଥିଲେ ଖଣିଜ ସମ୍ପଦକୁ ଉପଯୋଗ କରି ଓଡ଼ିଶା ବିକାଶକୁ ଗତି ଦେବା ପାଇଁ ଲୁହାପଥର ଆବଶ୍ୟକ। ହେଲେ ଓଡ଼ିଶାରେ ଭଲ ରାସ୍ତାଟିଏ ନଥିଲା। ତେଣୁ ପାରାଦୀପ ବନ୍ଦରର ଠାରୁ ଦଇତାରୀକୁ ଯୋଡିବା ପାଇଁ ବିଜୁ ବାବୁ ପାରାଦ୍ଵୀପ ଏକ୍ସପ୍ରେସ ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜି ସେହି ପାରାଦ୍ଵୀପ ଏକ୍ସପ୍ରେସ ନିର୍ମାଣ ହୋଇଛି । ଓଡ଼ିଶାରେ ଯୁଦ୍ଧ ବିମାନ ଯନ୍ତ୍ରାଂଶ ତିଆରି କାରଖାନା ପାଇଁ ବିଜୁ ପଟ୍ଟନାୟକ ଜିଦ୍ ଧରିଥିଲେ ଆଜି କୋରାପୁଟରେ ନିର୍ମାଣ ହୋଇଛି।
The post ବିଜୁ ବାବୁଙ୍କ ବିଧାନସଭାର ଶେଷ ଭାଷଣ ଉପରେ ପୁସ୍ତକ ଉନ୍ମୋଚିତ appeared first on .