ବିଜୁ ସେତୁର ଶିଳାନ୍ୟାସ କଲେ ବିଧାୟକ
ଯାଜପୁର: ବିଜୁ ସେତୁର ଶିଳାନ୍ୟାସ କରିଛନ୍ତି ସୁକିନ୍ଦା ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ। ବାଙ୍ଗରକୋଟାର ଜଅଁର ଠାରେ ଗଣ୍ଡାନାଳ ଉପରେ ବିଜୁ ସେତୁ ନିର୍ମାଣ ହେବ। ଯାହା ଫଳରେ ଜନସାଧାରଣଙ୍କର ଦୀର୍ଘ ଦିନର ଦାବି ପୂରଣ ହେବାକୁ ଯାଉଛି। ଏହି ସେତୁ ନିର୍ମାଣ ହେଲେ ଗମନା ଗମନର ବ୍ୟାପକ ଉନ୍ନତି ହେବ। ଗମନା ଗମନ ସହ ସ୍ୱାସ୍ଥ୍ୟ ସେବାକୁ ପ୍ରାଥମିକତା ଦେଇ ବାଙ୍ଗରକୋଟାରେ ଏକ ସ୍ୱାସ୍ଥ୍ୟ […]

ଯାଜପୁର: ବିଜୁ ସେତୁର ଶିଳାନ୍ୟାସ କରିଛନ୍ତି ସୁକିନ୍ଦା ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ। ବାଙ୍ଗରକୋଟାର ଜଅଁର ଠାରେ ଗଣ୍ଡାନାଳ ଉପରେ ବିଜୁ ସେତୁ ନିର୍ମାଣ ହେବ। ଯାହା ଫଳରେ ଜନସାଧାରଣଙ୍କର ଦୀର୍ଘ ଦିନର ଦାବି ପୂରଣ ହେବାକୁ ଯାଉଛି। ଏହି ସେତୁ ନିର୍ମାଣ ହେଲେ ଗମନା ଗମନର ବ୍ୟାପକ ଉନ୍ନତି ହେବ। ଗମନା ଗମନ ସହ ସ୍ୱାସ୍ଥ୍ୟ ସେବାକୁ ପ୍ରାଥମିକତା ଦେଇ ବାଙ୍ଗରକୋଟାରେ ଏକ ସ୍ୱାସ୍ଥ୍ୟ କେନ୍ଦ୍ରର ଶିଳାନ୍ୟାସ ହୋଇଛି। ଲୋକଙ୍କର ଜମି ଜମା ସମସ୍ୟାର ସୁଧାର ପାଇଁ ଏକ ରାଜସ୍ୱ ନିରକ୍ଷକ କାର୍ଯ୍ୟାଳୟ ନିର୍ମାଣର ଶୁଭାରମ୍ଭ ହୋଇଛି। ଏବେ ପ୍ରବଳ ଶୀତ ଅନୁଭୂତ ହେବା କାରଣରୁ ସାଧାରଣ ଲୋକଙ୍କୁ ଶୀତ ବସ୍ତ୍ର ପ୍ରଦାନ କରିଛନ୍ତି ମନ୍ତ୍ରୀ ଇଂ ଘଡାଇ। ଉକ୍ତ ସଭାରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ପ୍ରଦୀପ କୁମାର ମହାନ୍ତି ,ସରପଂଚ ,ସମିତି ସଭ୍ୟ ଓ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ।