‘ବିଜୁ ହଲ’ ଉଦ୍‌ଘାଟନ କଲେ ଅପରାଜିତା ଷଡଙ୍ଗୀ: ବଢୁଛି ଚର୍ଚ୍ଚା

ଜାକର୍ତ୍ତା,୩୧।୫: ଅପରେଶନ ସିନ୍ଦୂରର ସର୍ବଦଳୀୟ ସଂସଦୀୟ ପ୍ରତିନିଧି ଦଳର ସଦସ୍ୟ ତଥା ଭାଜପା ଏମ୍‌ପି ଅପରାଜିତା ଷଡଙ୍ଗୀ ଶନିବାର ଜାକର୍ତ୍ତାରେ ଭାରତୀୟ ଦୂତାବାସର ‘ବିଜୁ ହଲ’ ଉଦଘାଟନ କରିଛନ୍ତି। ଏହାସହ ଇଣ୍ଡୋନେସିଆର ସ୍ବାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସ୍ବର୍ଗତ ଓଡ଼ିଆ ନେତା ବିଜୁ ପଟ୍ଟନାୟକଙ୍କ ସ୍ମାରକୀ ଫଳକ ଉନ୍ମୋଚନ କରିଛନ୍ତି। ଅପରାଜିତାଙ୍କ ‘ବିଜୁ ହଲ’ ଉଦ୍‌ଘାଟନକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଛି। ଦକ୍ଷିଣ-ପୂର୍ବ ଏସୀୟ ଦେଶର ସ୍ବାଧୀନତା ସଂଗ୍ରାମରେ ତାଙ୍କର ଭୂମିକା […] The post ‘ବିଜୁ ହଲ’ ଉଦ୍‌ଘାଟନ କଲେ ଅପରାଜିତା ଷଡଙ୍ଗୀ: ବଢୁଛି ଚର୍ଚ୍ଚା appeared first on Dharitri Odia News.

‘ବିଜୁ ହଲ’ ଉଦ୍‌ଘାଟନ କଲେ ଅପରାଜିତା ଷଡଙ୍ଗୀ: ବଢୁଛି ଚର୍ଚ୍ଚା

ଜାକର୍ତ୍ତା,୩୧।୫: ଅପରେଶନ ସିନ୍ଦୂରର ସର୍ବଦଳୀୟ ସଂସଦୀୟ ପ୍ରତିନିଧି ଦଳର ସଦସ୍ୟ ତଥା ଭାଜପା ଏମ୍‌ପି ଅପରାଜିତା ଷଡଙ୍ଗୀ ଶନିବାର ଜାକର୍ତ୍ତାରେ ଭାରତୀୟ ଦୂତାବାସର ‘ବିଜୁ ହଲ’ ଉଦଘାଟନ କରିଛନ୍ତି। ଏହାସହ ଇଣ୍ଡୋନେସିଆର ସ୍ବାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସ୍ବର୍ଗତ ଓଡ଼ିଆ ନେତା ବିଜୁ ପଟ୍ଟନାୟକଙ୍କ ସ୍ମାରକୀ ଫଳକ ଉନ୍ମୋଚନ କରିଛନ୍ତି। ଅପରାଜିତାଙ୍କ ‘ବିଜୁ ହଲ’ ଉଦ୍‌ଘାଟନକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଛି।

ଦକ୍ଷିଣ-ପୂର୍ବ ଏସୀୟ ଦେଶର ସ୍ବାଧୀନତା ସଂଗ୍ରାମରେ ତାଙ୍କର ଭୂମିକା ପାଇଁ ବିଜୁ ପଟ୍ଟନାୟକ ସର୍ବୋଚ୍ଚ ନାଗରିକ ପୁରସ୍କାର ‘ବିନ୍ତାଙ୍ଗ ଜସା ଉତାମା’ ଏବଂ ଇଣ୍ଡୋନେସିଆର ସମ୍ମାନଜନକ ନାଗରିକତା ‘ଭୂମି ପୁତ୍ର’ ସମ୍ମାନ ପାଇଛନ୍ତି।

ଏହାସହ ଅପରାଜିତା ତାଙ୍କ ଗସ୍ତ ସମୟରେ ଓଡ଼ିଆ ସମାଜର ସଦସ୍ୟମାନଙ୍କ ସହିତ ଆଲୋଚନା କରିଛନ୍ତି।

ଭାଜପା ଏମ୍‌ପି ଜେଡି(ୟୁ) ଏମ୍‌ପି ସଞ୍ଜୟ କୁମାର ଝାଙ୍କ ନେତୃତ୍ୱାଧୀନ ପ୍ରତିନିଧିମଣ୍ଡଳୀର ଏକ ଅଂଶ ଅଚନ୍ତି ଅପରାଜିତା। ଏହି ପ୍ରତିନିଧିମଣ୍ଡଳୀ ଭାରତର ଆତଙ୍କବାଦ ବିରୋଧୀ ମତ ଉପସ୍ଥାପନ କରିବା ପାଇଁ ଇଣ୍ଡୋନେସିଆରେ ଅଛନ୍ତି।

ଶୁକ୍ରବାର ଭାରତୀୟ ଏମ୍‌ପିମାନେ ଇଣ୍ଡୋନେସିଆର ଗୋଲକର ଏବଂ ନାସଡେମ ଦଳର ସଦସ୍ୟମାନଙ୍କୁ ଭେଟି ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପରେ ଘଟିଥିବା ଘଟଣା ବିଷୟରେ ଅବଗତ କରାଇଥିଲେ।

 

The post ‘ବିଜୁ ହଲ’ ଉଦ୍‌ଘାଟନ କଲେ ଅପରାଜିତା ଷଡଙ୍ଗୀ: ବଢୁଛି ଚର୍ଚ୍ଚା appeared first on Dharitri Odia News.