ବିଜୁଳି ମାଡରେ ଜଳିଗଲା ନଡ଼ିଆ ଗଛ

କଲ୍ୟାଣସିଙ୍ଗପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ଗ୍ରାମରେ  କାଳବୈଶାଖୀର ତାଣ୍ଡବରେ ଜୋରରେ ପବନ ବହିବା ସାଙ୍ଗକୁ ଘଡଘଡି ସହ ବର୍ଷା ହୋଇଥିଲା। ଶ୍ୟାମ ସୁନ୍ଦର ମାର୍ଥା, ଙ୍କ ଘର ବାଡି ପଛପଟରେ ଥିବା ବହୁ ପୁରୁଣା ନଡ଼ିଆ ଗଛକୁ ବିଜୁଳି ମାରିଥିଲା। ଫଳରେ ନଡ଼ିଆ ଗଛଟି ଉପରେ ନିଆଁ ଲାଗିଯାଇଥିଲା। ନିଆଁରେ ହୁତୁ ହୂତୁ ହୋଇ ଜଳି ନଡ଼ିଆ ଗଛଟି ସମ୍ପୂର୍ଣ୍ଣ ଭାବେ ପୋଡ଼ି ଯାଇଥିବା ଦେଖିବାକୁ ମିଳିଥିଲା। ଏହା ସହିତ ଶ୍ୟାମ ସୁନ୍ଦରଙ୍କ […]

 ବିଜୁଳି ମାଡରେ ଜଳିଗଲା ନଡ଼ିଆ ଗଛ
କଲ୍ୟାଣସିଙ୍ଗପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ଗ୍ରାମରେ  କାଳବୈଶାଖୀର ତାଣ୍ଡବରେ ଜୋରରେ ପବନ ବହିବା ସାଙ୍ଗକୁ ଘଡଘଡି ସହ ବର୍ଷା ହୋଇଥିଲା। ଶ୍ୟାମ ସୁନ୍ଦର ମାର୍ଥା, ଙ୍କ ଘର ବାଡି ପଛପଟରେ ଥିବା ବହୁ ପୁରୁଣା ନଡ଼ିଆ ଗଛକୁ ବିଜୁଳି ମାରିଥିଲା।
ଫଳରେ ନଡ଼ିଆ ଗଛଟି ଉପରେ ନିଆଁ ଲାଗିଯାଇଥିଲା। ନିଆଁରେ ହୁତୁ ହୂତୁ ହୋଇ ଜଳି ନଡ଼ିଆ ଗଛଟି ସମ୍ପୂର୍ଣ୍ଣ ଭାବେ ପୋଡ଼ି ଯାଇଥିବା ଦେଖିବାକୁ ମିଳିଥିଲା। ଏହା ସହିତ ଶ୍ୟାମ ସୁନ୍ଦରଙ୍କ ଘରର ଇଲେକ୍ଟ୍ରିସିଟି ବୋର୍ଡ,  ଟିଭି, ଫ୍ରିଜ୍, ଫ୍ୟାନ୍ ଆଦି ପୋଡ଼ି ଯାଇଥିଲା।
ସେହିପରି ତ୍ରିନାଥ କାଣ୍ଡ ଓ ଡମ୍ବୁରୁ ଧର କାଣ୍ଡଙ୍କ ଘରର ଇଲେକ୍ଟ୍ରିସିଟି ବୋର୍ଡ ଏବଂ ଫ୍ୟାନ ଜଳି ଯାଇଥିବା ଜଣା ପଡ଼ିଛି। ତେବେ ଏଥିରେ କାହାରିକୁ କିଛି ହୋଇ ନ ଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି।