ବିଜେଡି ଛାଡ଼ି ଭାଜପାରେ ୨୦ ପରିବାର
ତିହିଡ଼ି,୧୩ା୧୧(ସଞ୍ଜିତ ବଳ):ଭଦ୍ରକ ଜିଲା ତିହିଡ଼ି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ଈଶ୍ୱରପୁର ଗ୍ରାମର ୨୦ ପରିବାର ବିଜେଡି ଛାଡ଼ି ଭାଜପାରେ ସାମିଲ ହୋଇଛନ୍ତି। ଦଳର ନୀତି, ଆଦର୍ଶ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଉପରେ ଆସ୍ଥା ପ୍ରକଟକରି ସେମାନେ ଭାଜପାରେ ସାମିଲ ହୋଇଥିବା କହିଛନ୍ତି। ତିହିଡ଼ିସ୍ଥିତ ଭାଜପା କାର୍ଯ୍ୟାଳୟରେ ଭାଟପଡ଼ା ସରପଞ୍ଚ ଶୁଭ୍ରନାରାୟଣ ସେଠୀଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଦଳୀୟ ନେତା ଶରତ ଚନ୍ଦ୍ର ଦାସଙ୍କ ନେତୃତ୍ୱରେ ଈଶ୍ୱରପୁର ଗ୍ରାମର ସୁଦର୍ଶନ […] The post ବିଜେଡି ଛାଡ଼ି ଭାଜପାରେ ୨୦ ପରିବାର appeared first on Dharitri Odia News.
ତିହିଡ଼ି,୧୩ା୧୧(ସଞ୍ଜିତ ବଳ):ଭଦ୍ରକ ଜିଲା ତିହିଡ଼ି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ଈଶ୍ୱରପୁର ଗ୍ରାମର ୨୦ ପରିବାର ବିଜେଡି ଛାଡ଼ି ଭାଜପାରେ ସାମିଲ ହୋଇଛନ୍ତି। ଦଳର ନୀତି, ଆଦର୍ଶ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଉପରେ ଆସ୍ଥା ପ୍ରକଟକରି ସେମାନେ ଭାଜପାରେ ସାମିଲ ହୋଇଥିବା କହିଛନ୍ତି। ତିହିଡ଼ିସ୍ଥିତ ଭାଜପା କାର୍ଯ୍ୟାଳୟରେ ଭାଟପଡ଼ା ସରପଞ୍ଚ ଶୁଭ୍ରନାରାୟଣ ସେଠୀଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଦଳୀୟ ନେତା ଶରତ ଚନ୍ଦ୍ର ଦାସଙ୍କ ନେତୃତ୍ୱରେ ଈଶ୍ୱରପୁର ଗ୍ରାମର ସୁଦର୍ଶନ ମଳିକ, ଅନନ୍ତ ମଳିକ, ସୁରେନ୍ଦ୍ର ମଳିକ, ଚିନ୍ତାମଣି ମଳିକ, ପୁରୁଷୋତ୍ତମ ଦାସ, ପ୍ରଭାତୀ ଦାସ, ଶ୍ୟାମଳା ଦାସ, ତିଳୋତ୍ତମା ଦାସ, ସିଦ୍ଧାନ୍ତ ଦାସ, କାର୍ତ୍ତିକ ଦାସ, ଝୁଲଣା ମଳିକ, ବାସନ୍ତୀ ମଳିକ, ପାର୍ବତୀ ମଳିକ, ଶ୍ରୀକାନ୍ତ ମଳିକ, ମନୋଜ ଦାସ, ନିମେଇ ଦାସ, ବୈରାଗୀ ମଳିକ, ମିଟି ଦାସ ପ୍ରମୁଖ ଭାଜପାରେ ସାମିଲ ହୋଇଥିଲେ। ଭାଜପା ନେତା ନୀଳମଣି ଦାସ, କିଶୋର ମଳିକ ପ୍ରମୁଖ ଏହି ମିଶ୍ରଣ ବେଳେ ଉପସ୍ଥିତ ଥିଲେ।
The post ବିଜେଡି ଛାଡ଼ି ଭାଜପାରେ ୨୦ ପରିବାର appeared first on Dharitri Odia News.