ବିଜେଡି ଛାଡ଼ିଲେ ପୂର୍ବତନ ନଗରପାଳ
ଢେଙ୍କାନାଳ,୨୮।୨(ରତନ ନାୟାର): ଢେଙ୍କାନାଳ ପୌରସଂସ୍ଥାର ପୂର୍ବତନ ନଗରପାଳ ସୁଧାଂଶୁ କୁମାର ଦଳେଇ(ନବୀନ) ମଙ୍ଗଳବାର ବିଜୁ ଜନତା ଦଳ ଛାଡ଼ିଛନ୍ତି। ସେ ରାଜ୍ୟ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫା ପ୍ରଦାନ କରିଥିବା ସନ୍ଧ୍ୟାରେ ସୂଚନା ଦେଇଛନ୍ତି। ଏହାର ନକଲ ସେ ଜିଲା ବିଜେଡି ସଭାପତି ତଥା ପରଜଙ୍ଗ ବିଧାୟକ ଡା. ନୃସିଂହ ଚରଣ ସାହୁଙ୍କୁ ପ୍ରଦାନ କରିଥିବା ସୂଚନା ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନବୀନ ପ୍ରକାଶ କରିଛନ୍ତି। ଆସନ୍ତା […] The post ବିଜେଡି ଛାଡ଼ିଲେ ପୂର୍ବତନ ନଗରପାଳ appeared first on Dharitri Odia News.
ଢେଙ୍କାନାଳ,୨୮।୨(ରତନ ନାୟାର): ଢେଙ୍କାନାଳ ପୌରସଂସ୍ଥାର ପୂର୍ବତନ ନଗରପାଳ ସୁଧାଂଶୁ କୁମାର ଦଳେଇ(ନବୀନ) ମଙ୍ଗଳବାର ବିଜୁ ଜନତା ଦଳ ଛାଡ଼ିଛନ୍ତି। ସେ ରାଜ୍ୟ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫା ପ୍ରଦାନ କରିଥିବା ସନ୍ଧ୍ୟାରେ ସୂଚନା ଦେଇଛନ୍ତି। ଏହାର ନକଲ ସେ ଜିଲା ବିଜେଡି ସଭାପତି ତଥା ପରଜଙ୍ଗ ବିଧାୟକ ଡା. ନୃସିଂହ ଚରଣ ସାହୁଙ୍କୁ ପ୍ରଦାନ କରିଥିବା ସୂଚନା ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନବୀନ ପ୍ରକାଶ କରିଛନ୍ତି। ଆସନ୍ତା ୨୯ ତାରିଖରେ ସେ ଭୁବନେଶ୍ୱରଠାରେ ଭାଜପାରେ ଯୋଗ ଦେବାର ସମ୍ଭାବନା ରହିଛି ବୋଲି ତାଙ୍କ ସମର୍ଥକମାନଙ୍କ ସୂତ୍ରରୁ ଜଣାପଡିଛି। ପ୍ରକାଶ ଯେ, ନବୀନ ଭାଜପାରୁ ୨୧ ଅକ୍ଟୋବର ୨୦୧୬ରେ ଢେଙ୍କାନାଳ ପୌରସଂସ୍ଥାର ନଗରପାଳ ହୋଇଥିଲେ। ଏହାପରେ ସେ ବିଜେଡିରେ ଯୋଗ ଦେଇଥିଲେ। ଏପରି କି ଜିଲା ବିଜେଡି ଉପସଭାପତି ପଦବୀରେ ମଧ୍ୟ ରହିଥିଲେ। ଗତ ପୌର ନିର୍ବାଚନରେ ତାଙ୍କ ସ୍ତ୍ରୀ ଅନିମା ନାୟକ ବିଜେଡି ପ୍ରାର୍ଥୀ ଭାବେ ସିଧାସଳଖ ନିର୍ବାଚନ ଲଢ଼ି ଭାଜପା ପ୍ରାର୍ଥୀ ତଥା ବର୍ତ୍ତମାନର ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଠାରୁ ପରାସ୍ତ ହୋଇଥିଲେ। ଏକଦା ସ୍ଥାନୀୟ ବିଧାୟକଙ୍କ ସମର୍ଥକ ଥିବା ନବୀନ ପୌର ନିର୍ବାଚନରେ ସ୍ତ୍ରୀଙ୍କ ପରାଜୟ ପରେ ବିଜେଡିରେ ଏକପ୍ରକାର କୋଣଠେସା ହୋଇଯାଇଥିଲେ ବୋଲି ତାଙ୍କ ସମର୍ଥକଙ୍କ ପକ୍ଷରୁ କୁହାଯାଇଛି। ବିଜେଡିରୁ ତାଙ୍କ ଇସ୍ତଫାକୁ ନେଇ ସହରରେ ନାନା ଚର୍ଚ୍ଚା ଆରମ୍ଭ ହୋଇଛି।
The post ବିଜେଡି ଛାଡ଼ିଲେ ପୂର୍ବତନ ନଗରପାଳ appeared first on Dharitri Odia News.