ବିଜେଡି ଛାଡି ବିଜେପିରେ ମିଶିଲେ ଅଭିନେତା ଅରିନ୍ଦମ ରାୟ

ଭୁବନେଶ୍ବର ୧୫।୩: ବିଜେପିରେ ମିଶିଲେ ଅଭିନେତା ଅରିନ୍ଦମ ରାୟ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ସାମିଲ ହୋଇଛନ୍ତି ।କିଛି ସମୟ ପୂର୍ବରୁ ବିଜେଡିରୁ ଇସ୍ତଫା ଦେଇଥିଲେ ଅଭିନେତା ଅରିନ୍ଦମ ରାୟ । ସେ ସାଧାରଣ ସମ୍ପାଦକ ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଥିବା ସୂଚନା ଦେଇଥିଲେ ।ତେବେ ଅରିନ୍ଦମ ତାଙ୍କ ଇସ୍ତଫା ପତ୍ରରେ ନିଜ କ୍ଷୋଭ ପ୍ରକାଶ କରିଥିଲେ । ଦଳରେ ତାଙ୍କୁ ଗୁରୁତ୍ବ ଦିଆଯାଉ ନଥିବା ସେ ଅଭିଯୋଗ କରିଥିଲେ । ୨୦୦୯ରେ ବିଜେଡିରେ ଯୋଗ ଦେଇଥିଲେ ଅରିନ୍ଦମ ରାୟ । ୨୦୧୪ରୁ ଦଳର ଷ୍ଟାର ପ୍ରଚାରକ ହୋଇ ଆସୁଥିଲେ । ତାଙ୍କ କାର୍ଯ୍ୟକୁ ଦଳରେ ମର୍ଯ୍ୟାଦା ମିଳୁନଥିବା ସେ କହିଛନ୍ତି । ସେ ଅନେକ ଥର ଦଳ ସୁପ୍ରିମୋଙ୍କୁ ଭେଟିବାକୁ ଚାହିଁଥିଲେ ମଧ୍ୟ ସୁଯୋଗ ପାଇନଥିଲେ ବୋଲି ଉଲ୍ଲେଖ କରିଥିଲେ । ନବୀନଙ୍କୁ ଭେଟିବାର ମାପଦଣ୍ଡ ପୂରଣ କରୁନଥିବା ଅନୁଭବ କରୁଥିବା ସେ ଲେଖିଥିଲେ । ବିଜେଡି ଦଳରେ ତାଙ୍କର ସ୍ଥାନ କିଛି ନୁହେଁ ବୋଲି ଭାବୁଥିବା ଅରିନ୍ଦମ ତାଙ୍କ ଇସ୍ତଫା ପତ୍ରରେ ଲେଖିଥିଲେ । ଶେଷରେ ସେ ଲେଖିଥିଲେ ଯେ, ଆଶା ମୋ ପରିସ୍ଥିତି ବୁଝିବେ, ମୋ ଉପରେ କିଛି ଆକ୍ରୋଶ ରଖିବେନି । You Can Read :ବିଜେଡିରୁ ଇସ୍ତଫା ଦେଲେ ଅଭିନେତା ଅରିନ୍ଦମ ରାୟ, ଦଳ ସୁପ୍ରିମୋଙ୍କୁ ପଠାଇଲେ ଇସ୍ତଫା ପତ୍

ବିଜେଡି ଛାଡି ବିଜେପିରେ ମିଶିଲେ ଅଭିନେତା ଅରିନ୍ଦମ ରାୟ

ଭୁବନେଶ୍ବର ୫।୩: ବିଜେପିରେ ମିଶିଲେ ଅଭିନେତା ଅରିନ୍ଦମ ରାୟ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ସାମିଲ ହୋଇଛନ୍ତି ।

କିଛି ସମୟ ପୂର୍ବରୁ ବିଜେଡିରୁ ଇସ୍ତଫା ଦେଇଥିଲେ ଅଭିନେତା ଅରିନ୍ଦମ ରାୟ । ସେ ସାଧାରଣ ସମ୍ପାଦକ ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଥିବା ସୂଚନା ଦେଇଥିଲେ ।

ତେବେ ଅରିନ୍ଦମ ତାଙ୍କ ଇସ୍ତଫା ପତ୍ରରେ ନିଜ କ୍ଷୋଭ ପ୍ରକାଶ କରିଥିଲେ । ଦଳରେ ତାଙ୍କୁ ଗୁରୁତ୍ବ ଦିଆଯାଉ ନଥିବା ସେ ଅଭିଯୋଗ କରିଥିଲେ । ୨୦୦୯ରେ ବିଜେଡିରେ ଯୋଗ ଦେଇଥିଲେ ଅରିନ୍ଦମ ରାୟ । ୨୦୧୪ରୁ ଦଳର ଷ୍ଟାର ପ୍ରଚାରକ ହୋଇ ଆସୁଥିଲେ । ତାଙ୍କ କାର୍ଯ୍ୟକୁ ଦଳରେ ମର୍ଯ୍ୟାଦା ମିଳୁନଥିବା ସେ କହିଛନ୍ତି । ସେ ଅନେକ ଥର ଦଳ ସୁପ୍ରିମୋଙ୍କୁ ଭେଟିବାକୁ ଚାହିଁଥିଲେ ମଧ୍ୟ ସୁଯୋଗ ପାଇନଥିଲେ ବୋଲି ଉଲ୍ଲେଖ କରିଥିଲେ । ନବୀନଙ୍କୁ ଭେଟିବାର ମାପଦଣ୍ଡ ପୂରଣ କରୁନଥିବା ଅନୁଭବ କରୁଥିବା ସେ ଲେଖିଥିଲେ । ବିଜେଡି ଦଳରେ ତାଙ୍କର ସ୍ଥାନ କିଛି ନୁହେଁ ବୋଲି ଭାବୁଥିବା ଅରିନ୍ଦମ ତାଙ୍କ ଇସ୍ତଫା ପତ୍ରରେ ଲେଖିଥିଲେ । ଶେଷରେ ସେ ଲେଖିଥିଲେ ଯେ, ଆଶା ମୋ ପରିସ୍ଥିତି ବୁଝିବେ, ମୋ ଉପରେ କିଛି ଆକ୍ରୋଶ ରଖିବେନି ।

 You Can Read :

ବିଜେଡିରୁ ଇସ୍ତଫା ଦେଲେ ଅଭିନେତା ଅରିନ୍ଦମ ରାୟ, ଦଳ ସୁପ୍ରିମୋଙ୍କୁ ପଠାଇଲେ ଇସ୍ତଫା ପତ୍ର