ବିଜେଡି ନିର୍ବାଚନୀ ସଭାରେ ଅଙ୍ଗନବାଡି ଦିଦି!

ଭୋଗରାଇ ହାଇସ୍କୁଲ୍‌ ପଡ଼ିଆରେ ଗତ ୧୫ ତାରିଖରେ ଏକ ବିଶାଳ କର୍ମୀ ସମାବେଶ ହୋଇଥିଲା। ଏଥିରେ ବିଜେଡି କର୍ମୀଙ୍କ ଗହଣରେ ଅଙ୍ଗନବାଡି ଦିଦି ଜୟନ୍ତୀ ଚନ୍ଦ ବସିଥିଲେ।

ବିଜେଡି ନିର୍ବାଚନୀ ସଭାରେ ଅଙ୍ଗନବାଡି ଦିଦି!

ବିଜେଡିର ନିର୍ବାଚନୀ ସଭାରେ ଦେଖିବାକୁ ମିଳିଛି ଅଙ୍ଗନବାଡି ଦିଦି। ଯାହାର ଫଟୋ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଫଟୋଟି ମୋବାଇଲ୍‌ରୁ ମୋବାଇଲ ଘୁରି ବୁଲୁଛି। ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ନିର୍ବାଚନମଣ୍ଡଳୀ ଅଞ୍ଚଳରୁ।

ଭୋଗରାଇ ହାଇସ୍କୁଲ୍‌ ପଡ଼ିଆରେ ଗତ ୧୫ ତାରିଖରେ ଏକ ବିଶାଳ କର୍ମୀ ସମାବେଶ ହୋଇଥିଲା। ଏଥିରେ ବିଜେଡି କର୍ମୀଙ୍କ ଗହଣରେ ଅଙ୍ଗନବାଡି ଦିଦି ଜୟନ୍ତୀ ଚନ୍ଦ ବସିଥିଲେ। ସେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରି କର୍ମୀ ସମାବେଶରେ ସାମିଲ୍‌ ହୋଇଥିବା ଅଭିଯୋଗ ହେଉଛି। ଯାହାର ଫଟୋ ଓ ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ଏ ସମ୍ପର୍କରେ ଭୋଗରାଇ CDPO ପବିତ୍ରା ହାଜ୍ରାଙ୍କୁ ପଚାରିବାରୁ ସେ କହିଛନ୍ତି, ଅଭିଯୋଗ ପାଇଛି। ଏନେଇ ଲିଖିତ ଭାବେ ବିଭାଗୀୟ ଅଫିସରଙ୍କୁ ଜଣାଇବି। ନିର୍ଦ୍ଦେଶ ଆସିଲେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ସିଡିପିଓ କହିଛନ୍ତି।

ରିପୋର୍ଟ- ଜଳେଶ୍ୱରରୁ ଅଜିତ କୁମାର ଦାସ