ବିଜେଡି ନେତାଙ୍କ ବଡ଼ ଖୁଲାସା, ଏଥିପାଇଁ ହାରିଗଲୁ…

ଭୁବନେଶ୍ୱର,୧୮।୬: ରାଜ୍ୟରେ ଶୋଚନୀୟ ଭାବେ ପରାଜିତ ହୋଇଛି ବିଜେଡି। ତେବେ ଏହି ଅପ୍ରତ୍ୟାଶିତ ପରାଜୟକୁ ହଜମ କରିପାରୁ ନାହାନ୍ତି ଦଳୀୟ ନେତା। ତେବେ ପରାଜୟର କାରଣ ଖୋଜିବାକୁ ନଳ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ନିଷ୍ପତ୍ତି ହୋଇଥିଲେ ହେଁ ସେ କମିଟି ଏଯାଏଁ ଗଠନ ହୋଇ ପାରୁନାହିଁ। ପରାଜୟ ପରେ ପାଣ୍ଡିଆନ ଓ ବବି ଦାସଙ୍କୁ ନେଇ ଦଳରେ ଅସନ୍ତୋଷ ତେଜୁଥିଲେ ମଧ୍ୟ ଏ ସମ୍ପର୍କରେ ସର୍ବ ସାଧାରଣରେ ପାଟି ଖୋଲୁ ନାହାନ୍ତି ବଡ଼ ନେତା। ସେମାନଙ୍କ […] The post ବିଜେଡି ନେତାଙ୍କ ବଡ଼ ଖୁଲାସା, ଏଥିପାଇଁ ହାରିଗଲୁ… appeared first on Dharitri Odia News.

ବିଜେଡି ନେତାଙ୍କ ବଡ଼ ଖୁଲାସା, ଏଥିପାଇଁ ହାରିଗଲୁ…

ଭୁବନେଶ୍ୱର,୧୮।୬: ରାଜ୍ୟରେ ଶୋଚନୀୟ ଭାବେ ପରାଜିତ ହୋଇଛି ବିଜେଡି। ତେବେ ଏହି ଅପ୍ରତ୍ୟାଶିତ ପରାଜୟକୁ ହଜମ କରିପାରୁ ନାହାନ୍ତି ଦଳୀୟ ନେତା। ତେବେ ପରାଜୟର କାରଣ ଖୋଜିବାକୁ ନଳ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ନିଷ୍ପତ୍ତି ହୋଇଥିଲେ ହେଁ ସେ କମିଟି ଏଯାଏଁ ଗଠନ ହୋଇ ପାରୁନାହିଁ। ପରାଜୟ ପରେ ପାଣ୍ଡିଆନ ଓ ବବି ଦାସଙ୍କୁ ନେଇ ଦଳରେ ଅସନ୍ତୋଷ ତେଜୁଥିଲେ ମଧ୍ୟ ଏ ସମ୍ପର୍କରେ ସର୍ବ ସାଧାରଣରେ ପାଟି ଖୋଲୁ ନାହାନ୍ତି ବଡ଼ ନେତା।

ସେମାନଙ୍କ ମତରେ ଅତ୍ୟଧିକ ଆତ୍ମବିଶ୍ବାସ ଘାତକ ହୋଇଥିବା ବେଳେ ବିରୋଧୀଙ୍କ ଷ୍ଟ୍ରାଟେଜି ବି ସକ୍ସେସ ହୋଇଛି। ଅନ୍ୟପଟେ ଆସନ୍ତାକାଲି ବସୁଥିବା ବିଧାୟକ ଦଳ ବୈଠକ ପରେ ବିଜେଡି ଆକ୍ସନକୁ ଆସିବା ଆକଳନ କରାଯାଉଛି।

ସାଧାରଣ ନିର୍ବାଚନରେ ଦଳର ଅପ୍ରତ୍ୟାଶିତ ପରାଜୟର କାରଣ ଖୋଜୁଛି ବିଜେଡି। ଦଳ କାହିଁକି ହାରିଲା, ପରାଜୟ ପାଇଁ ଦାୟୀ କିଏ, ଏବଂ କେଉଁଠି ରହିଲା ତ୍ରୁଟି ଏହି କାରଣ ଖୋଜିବାକୁ ବିଜେଡି କମିଟି ଗଠନ ପାଇଁ ନିଷ୍ପତ୍ତି ନେଇଛି। ହେଲେ ଏହାରି ଭିତରେ ବିଜେଡ଼ିର କିଛି ବରିଷ୍ଠ ବିଧାୟକ କହିଛନ୍ତି ଦଳର ବିପର୍ଯ୍ୟୟ ପଛର କାରଣ। ତେବେ ଏହାରି ଭିତରେ ଦଳର ପରାଜୟ ପଛରେ କାରଣ କ’ଣ ଗୁମର ଫିଟାଇଛନ୍ତି ବରିଷ୍ଠ ନେତା।

ବିଧାୟକ ବଦ୍ରୀ ନାରାୟଣ ପାତ୍ର କହିଛନ୍ତି, ଅଧିକ ଆତ୍ମ ବିଶ୍ୱାସ ବିଜେଡି ପରାଜୟ ପଛର ଏକ କାରଣ। ବିରୋଧୀଙ୍କ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ବି ଫଳାଫଳରେ ନିର୍ଣ୍ଣାୟକ ହୋଇଥିବା କହିଛନ୍ତି ବଦ୍ରୀ। ସେପଟେ ପ୍ରତାପ ଦେବଙ୍କ ମତରେ ୨୪ ବର୍ଷ ପରେ ସରକାର ବିରୋଧୀ ହାୱା ବିଜେଡି ପରାଜୟର ପ୍ରମୁଖ କାରଣ। ହେଲେ ଏହି ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗତ ୫ତାରିଖରେ ଗଠନ ହେବ କୁହାଯାଥିଲେ ମଧ୍ୟ ଏଯାଏଁ କାହିଁକି ଗଠନ ହୋଇନାହିଁ ସେ ପ୍ରଶ୍ନର ଉତ୍ତର ମଧ୍ୟ କାହା ପାଖରେ ନାହିଁ। ଆଉ ବରିଷ୍ଠ ବିଧାୟକ ଅରୁଣ ସାହୁ କହିଛନ୍ତି ବିଜେଡି ପରାଜୟର କାରଣ ହେଲା ୟୁନିଭର୍ସାଲ, ରିଜିଓନାଲ ଓ ଇଣ୍ଡିଭିଜୁଆଲ।

The post ବିଜେଡି ନେତାଙ୍କ ବଡ଼ ଖୁଲାସା, ଏଥିପାଇଁ ହାରିଗଲୁ… appeared first on Dharitri Odia News.