ବିଜେଡି ନେତାଙ୍କ ମୁଣ୍ଡ ବିନ୍ଧିବା ଆରମ୍ଭ ହେଲାଣି

ଭୁବନେଶ୍ୱର,୨।୪: ରାଜ୍ୟରେ ଭାଜପା ପ୍ରାର୍ଥୀ ଘୋଷଣାରେ ବିଳମ୍ବ କରୁଥିବାରୁ ବିଜେଡି ଦଳକୁ ଟାର୍ଗେଟ୍‌ କରିଛି। ଓଡ଼ିଶା ଭାଜପା ପାଖରେ ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଛାଡ଼ନ୍ତୁ, ୮୦ ଆସନ ଲାଗି ମଧ୍ୟ ପ୍ରାର୍ଥୀ ନାହାନ୍ତି ବୋଲି ବିଜେଡି କହିଛି। ଭାଜପା ମଧ୍ୟ ବିଜେଡିକୁ କଡ଼ା ସମାଲୋଚନା କରିଛି। ରାଜ୍ୟ ଭାଜପା ଉପସଭାପତି ତଥା ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ହେଉଛି ବିଶ୍ୱର ସବୁଠୁ ବଡ଼ ଏବଂ ଗଣତାନ୍ତ୍ରିକ ରାଜନୈତିକ ଦଳ। […] The post ବିଜେଡି ନେତାଙ୍କ ମୁଣ୍ଡ ବିନ୍ଧିବା ଆରମ୍ଭ ହେଲାଣି appeared first on Dharitri Odia News.

ବିଜେଡି ନେତାଙ୍କ ମୁଣ୍ଡ ବିନ୍ଧିବା ଆରମ୍ଭ ହେଲାଣି

ଭୁବନେଶ୍ୱର,୨।୪: ରାଜ୍ୟରେ ଭାଜପା ପ୍ରାର୍ଥୀ ଘୋଷଣାରେ ବିଳମ୍ବ କରୁଥିବାରୁ ବିଜେଡି ଦଳକୁ ଟାର୍ଗେଟ୍‌ କରିଛି। ଓଡ଼ିଶା ଭାଜପା ପାଖରେ ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଛାଡ଼ନ୍ତୁ, ୮୦ ଆସନ ଲାଗି ମଧ୍ୟ ପ୍ରାର୍ଥୀ ନାହାନ୍ତି ବୋଲି ବିଜେଡି କହିଛି। ଭାଜପା ମଧ୍ୟ ବିଜେଡିକୁ କଡ଼ା ସମାଲୋଚନା କରିଛି।
ରାଜ୍ୟ ଭାଜପା ଉପସଭାପତି ତଥା ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ହେଉଛି ବିଶ୍ୱର ସବୁଠୁ ବଡ଼ ଏବଂ ଗଣତାନ୍ତ୍ରିକ ରାଜନୈତିକ ଦଳ। ଦିଲ୍ଲୀରେ କେନ୍ଦ୍ରୀୟ ସଂସଦୀୟ ବୋର୍ଡ ଭାଜପାରେ ପ୍ରାର୍ଥୀ ଟିକେଟ ନାମତାଲିକା ଘୋଷଣା କରନ୍ତି। ଠିକ ସମୟରେ ପ୍ରାର୍ଥୀ ଘୋଷଣା କରାଯିବ। ଗଣତନ୍ତ୍ର ବ୍ୟବସ୍ଥାରୁ ବାହାରେ ଥିବା ବିଜୁ ଜନତା ଦଳକୁ ଏହା ବୁଝିବା ଅତ୍ୟନ୍ତ କଷ୍ଟକର। ଅନ୍ୟପଟେ ବିଜେଡି ଭାଙ୍ଗିଯାଉଥିବାରୁ ବିଜେଡି ନେତାମାନଙ୍କ ମୁଣ୍ଡ ବିନ୍ଧିବା ଆରମ୍ଭ ହୋଇଯାଇଛି। ଏଥିସହ ସେମାନେ ପ୍ରଳାପ ଆରମ୍ଭ କରିଦେଇଛନ୍ତି। ଅନ୍ୟ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିବା ପୂର୍ବରୁ ଶାସକ ବିଜେଡି ନିଜକୁ ନିଜେ ଆତ୍ମସମୀକ୍ଷା କରୁ ଏବଂ ବର୍ତ୍ତମାନ ସୁଦ୍ଧା କାହିଁକି ଅର୍ଦ୍ଧାଧିକ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇ ନାହିଁ ସ୍ପଷ୍ଟ କରୁ। ବାସ୍ତବରେ ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ପାଇଁ କାଳ ସାଜିଛି। ଓଡ଼ିଶାବାସୀଙ୍କ ସହ ପ୍ରତାରଣା କରିଥିବାରୁ ବହୁ ନେତା ବିଜେଡିର ହାତ ଛାଡ଼ିଦେଉଛନ୍ତି। ମିଥ୍ୟା ଓ ଗୁଜବ ସୃଷ୍ଟିକାରୀ ବିଜେଡିକୁ ଉଚିତ ଜବାବ ଦେବା ପାଇଁ ଓଡ଼ିଶାବାସୀ ମନ ସ୍ଥିର କରିଛନ୍ତି ବୋଲି ଗୋଲକ କହିଛନ୍ତି।

The post ବିଜେଡି ନେତାଙ୍କ ମୁଣ୍ଡ ବିନ୍ଧିବା ଆରମ୍ଭ ହେଲାଣି appeared first on Dharitri Odia News.