‘ବିଜେଡି ପ୍ରତିଶ୍ରୁତି ଅନୁଯାୟୀ ଷ୍ଟିଲ୍‌ ପ୍ଲାଣ୍ଟ କୁଆଡ଼େ ଗଲା’

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲାକୁ ଶୁକ୍ରବାରଠାରୁ ୩ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜିଲାକୁ ଏହା ଦ୍ୱିତୀୟ ଗସ୍ତ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଲାଇଭ୍‌ ସେଭର୍ସ ଗ୍ରୁପ୍‌ ଟ୍ରଷ୍ଟର ତୃତୀୟ ବାର୍ଷିକ ଉତ୍ସବରେ ଯୋଗଦେଇ ନିଜ ଅଭିଭାଷଣରେ ପୂର୍ବ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବିଜେଡି ଶାସନ ସମୟରେ କେନ୍ଦୁଝରରେ ଷ୍ଟିଲ୍‌ ପ୍ଲାଣ୍ଟ କରିବାକୁ ପ୍ରତିଶ୍ରୁତି ଦେବା ସହ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଥିଲା। ମାତ୍ର ଆଜି ପର୍ଯ୍ୟନ୍ତ ଷ୍ଟିଲ୍‌ […] The post ‘ବିଜେଡି ପ୍ରତିଶ୍ରୁତି ଅନୁଯାୟୀ ଷ୍ଟିଲ୍‌ ପ୍ଲାଣ୍ଟ କୁଆଡ଼େ ଗଲା’ appeared first on Dharitri Odia News.

‘ବିଜେଡି ପ୍ରତିଶ୍ରୁତି ଅନୁଯାୟୀ ଷ୍ଟିଲ୍‌ ପ୍ଲାଣ୍ଟ କୁଆଡ଼େ ଗଲା’

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲାକୁ ଶୁକ୍ରବାରଠାରୁ ୩ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜିଲାକୁ ଏହା ଦ୍ୱିତୀୟ ଗସ୍ତ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଲାଇଭ୍‌ ସେଭର୍ସ ଗ୍ରୁପ୍‌ ଟ୍ରଷ୍ଟର ତୃତୀୟ ବାର୍ଷିକ ଉତ୍ସବରେ ଯୋଗଦେଇ ନିଜ ଅଭିଭାଷଣରେ ପୂର୍ବ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବିଜେଡି ଶାସନ ସମୟରେ କେନ୍ଦୁଝରରେ ଷ୍ଟିଲ୍‌ ପ୍ଲାଣ୍ଟ କରିବାକୁ ପ୍ରତିଶ୍ରୁତି ଦେବା ସହ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଥିଲା। ମାତ୍ର ଆଜି ପର୍ଯ୍ୟନ୍ତ ଷ୍ଟିଲ୍‌ ପ୍ଲାଣ୍ଟ କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଥିଲେ। ଜିଲାର ବିକାଶ ପାଇଁ ସମସ୍ତେ ମିଶି କାର୍ଯ୍ୟ କରିବାକୁ କହିବା ସହ ଲାଇଭ୍‌ ସେଭର୍ସ ଗ୍ରୁପ୍‌ର ସଦସ୍ୟଙ୍କ ସମାଜସେବା କାର୍ଯ୍ୟକୁ ପ୍ରଶଂସା କରିଥିଲେ।

ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ହେଲିକପ୍ଟରରେ ଆସି ପୂର୍ବାହ୍ନ ୧୧ଟା୫ରେ ରାଇସୁଆଁସ୍ଥିତ ଏୟାରଷ୍ଟ୍ରିପ୍‌ରେ ଅବତରଣ କରିଥିଲେ। ସେଠାରୁ ବାଇକ୍‌ ଶୋଭାଯାତ୍ରାରେ ସହରସ୍ଥିତ ଅଡିଟୋରିୟମଠାରେ ଆୟୋଜିତ ଲାଇଭ ସେଭର୍ସ ଗ୍ରୁପ୍‌ ଟ୍ରଷ୍ଟର ତୃତୀୟ ବାର୍ଷିକ ଉତ୍ସବ ସ୍ଥଳରେ ପହଞ୍ଚତ୍ଥିଲେ। ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକ୍ରମେ ଆଚାର୍ଯ୍ୟ ହରିହର କ୍ୟାନ୍‌ସର ହସ୍ପିଟାଲର ପ୍ରଫେସର ଅଭିମନ୍ୟୁ ଦାସଙ୍କୁ ସମ୍ମାନିତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଜୟ କେନ୍ଦୁଝର, ଜୟ ଜଗନ୍ନାଥ କହିବା ସହ ଜିଲାର ଆରାଧ୍ୟ ଦେବୀ ମା’ ତାରିଣୀ ଓ ବଳଦେବଜୀଉଙ୍କୁ ସ୍ମରଣକରି ଅଭିଭାଷଣ ଆରମ୍ଭ କରିଥିଲେ। ସେ ମୁଖ୍ୟମନ୍ତ୍ରୀ ନୁହନ୍ତି, ଆପଣଙ୍କ ସେହି ମୋହନ ଭାଇ ହୋଇ ରହିବାକୁ ଚାହାନ୍ତି ବୋଲି କହିଥିଲେ। ରନ୍ନଗର୍ଭା କେନ୍ଦୁଝରବାସୀ ଖୁସି ହେବା କଥା, କିନ୍ତୁ ପ୍ରାଚୁଯ୍ୟ ଭିତରେ ଦାରିଦ୍ର୍ୟ ଦେଖିବାକୁ ମିଳିଛି। ଆଜି ଯେଉଁ ମାନେ ନେତା ହୋଇଛନ୍ତି, ଏଠୁ ନେଇ ନେତା ହୋଇଛନ୍ତି ବୋଲି କହିଥିଲେ। ଆମ ଭିତରେ ସଚେତନତାର ଅଭାବ ହେଉ ବା ପ୍ରଶାସନରେ ଅବହେଳା ପାଇଁ ଆମେ ଏ ସବୁଥିରୁ ବଞ୍ଚତ୍ତ ଅଛନ୍ତି। କେନ୍ଦୁଝର ଜିଲାକୁ ପ୍ରଧାନମନ୍ତ୍ରୀ ଡିଏମ୍‌ଏଫ୍‌ ପାଣ୍ଠିରେ ଅନେକ ହଜାର କୋଟି ଟଙ୍କା ଦେଇଛନ୍ତି। ଜିଲାର ଓମ୍ବାଡସିର ଅନେକ କୋଟି ଟଙ୍କା ପୂର୍ବ ସରକାର ନେଇଗଲେ। ସେ ଏବେ ରିଭ୍ୟୁ ଆରମ୍ଭ କରିଛନ୍ତି। ଶିଳ୍ପପତିଙ୍କୁ ଜିଲାରେ ଷ୍ଟିଲ୍‌ ପ୍ଲାଣ୍ଟ କରିବାକୁ ପରାମର୍ଶ ଦିଆଯାଉଛି। ପୂର୍ବରୁ ବିଜୁ ପଟ୍ଟନାୟକ ମଧ୍ୟ କହୁଥିଲେ ଓଡ଼ିଶାରେ ଦ୍ୱିତୀୟ ଷ୍ଟିଲ୍‌ ପ୍ଲାଣ୍ଟ ଯଦି ହେବ କେନ୍ଦୁଝରରେ ହେବ। ବିଜେଡି ଶାସନ ସମୟରେ ଷ୍ଟିଲ୍‌ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଏକ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଥିଲା ତା’ ପାଇଁ ଧନ୍ୟବାଦ ସଭା ମଧ୍ୟ ହେଲା। ଆଜି ପର୍ଯ୍ୟନ୍ତ କାହିଁକି ସେ ଷ୍ଟିଲ୍‌ ପ୍ଲାଣ୍ଟ ହେଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ସେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ପାଇଁ ରେଳମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ତାହା ଚାଲିଲା। ଏଥିସହ ବଡ଼ବିଲରୁ ଚଣ୍ଡିଖୋଲ ୮ ଥାକିଆ ରାସ୍ତା ହେବ। ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ହେବାକୁ ଯାଉଛି। ଏହାଦ୍ୱାରା ଜିଲାର ଅନେକ ଉନ୍ନୀତ ହେବ। କେନ୍ଦୁଝରିଆ ଏକାଠି ହୋଇ ଜିଲାର ବିକାଶ ପାଇଁ କାମ କରିବାକୁ ଆହ୍ବାନ ଦେଇଥିଲେ। ଏଥିମଧ୍ୟରେ ବିଭିନ୍ନ ଜିଲାରୁ ଆସିଥିବା ସାମାଜିକ କର୍ମୀଙ୍କ ସହ ଆଲୋଚନା କରିଥିଲେ। ଲାଇଫ୍‌ ସେଭର୍ସ ଗ୍ରୁପ୍‌ ସଦସ୍ୟଙ୍କୁ ରକ୍ତଦାନ କରିବା ସହ ଗଛ ମଧ୍ୟ ଲଗାଇବାକୁ ପରାମର୍ଶ ଦେଇଥିଲେ। ଆଜି ପର୍ଯ୍ୟନ୍ତ ୧୦,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ରକ୍ତଦାନ କରି ଜୀବନ ରକ୍ଷା କରିଥିବା, ୭୦୦ରୁ ଊର୍ଦ୍ଧ୍ୱ ଶବ ସଂସ୍କାର ଓ ଶୁଦ୍ଧିକ୍ରିୟା କରିଥିବାରୁ ଏହି ଗ୍ରୁପ୍‌କୁ ସାଧୁବାଦ ଜଣାଇଥିଲେ। ଗ୍ରୁପ୍‌ରେ ମୋତେ ସାମିଲ କରିବେ କି ବୋଲି ପଚାରିଥିଲେ। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦୁଝର ଏମ୍‌ପି ଅନନ୍ତ ନାଏକ, ତେଲକୋଇ ବିଧାୟକ ଫକୀର ମୋହନ ନାଏକ, ପାଟଣା ବିଧାୟକ ଅଖିଳ ନାଏକ ଓ କୋରେଇ ବିଧାୟକ ଆକାଶ ଦାସ ନାୟକ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନଭୋଜନ କରି ନିଜ ଗ୍ରାମ ରାଇକଳାକୁ ଯାଇ ସେଠାରେ ଫୁଟ୍‌ବଲ ଖେଳ କାର୍ଯ୍ୟକ୍ରମରେ ଅତିଥିଭାବେ ଭାଗନେଇ ଖେଳ ଦେଖିଥିଲେ। ସେଠାରେ ଗ୍ରାମର ଲୋକଙ୍କ ସହ ମିଶିଥିଲେ।

The post ‘ବିଜେଡି ପ୍ରତିଶ୍ରୁତି ଅନୁଯାୟୀ ଷ୍ଟିଲ୍‌ ପ୍ଲାଣ୍ଟ କୁଆଡ଼େ ଗଲା’ appeared first on Dharitri Odia News.