ବିଜେଡି ବିଧାୟକଙ୍କ ଘରେ ଇଡି, ଦେଉଛି କି ସଙ୍କେତ ?

ଇଡି ଟିମ୍‌ ପ୍ରୟାସକାନ୍ତିଙ୍କ ଭୁବନେଶ୍ୱରର ପଳାଶପଲ୍ଲୀ ଘରୁ ୧୦ ଲକ୍ଷ ଟଙ୍କା ସହ ଏକ ଫର୍ଚ୍ୟୁନର କାର୍‌ ଜବତ କରିଛି। 

ବିଜେଡି ବିଧାୟକଙ୍କ ଘରେ ଇଡି, ଦେଉଛି କି ସଙ୍କେତ ?

ଗୁରୁବାର ସକାଳେ ଇଡି ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଭଦ୍ରକସ୍ଥିତ ଘରେ ଚଢ଼ାଉ କରିଥିବା ବେଳେ ଆଜି ତାଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କ ଘରେ ପଶିଛି। ଇଡି ଟିମ୍‌ ପ୍ରୟାସକାନ୍ତିଙ୍କ ଭୁବନେଶ୍ୱରର ପଳାଶପଲ୍ଲୀ ଘରୁ ୧୦ ଲକ୍ଷ ଟଙ୍କା ସହ ଏକ ଫର୍ଚ୍ୟୁନର କାର୍‌ ଜବତ କରିଛି। ବରପଦା ଇଞ୍ଜିନିୟରିଂ କଲେଜରେ ପ୍ରାୟ ୨୦କୋଟି ଟଙ୍କାର ଅର୍ଥ ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ ଗତକାଲି ଇଡି ଟିମ୍‌ ଭଦ୍ରକ ସହରର ୬ଟି ସ୍ଥାନରେ ଓ ଭୁବନେଶ୍ୱରର ୪ଟି ସ୍ଥାନରେ ରେଡ୍‌ କରିଥିଲେ। ଦେଖନ୍ତୁ ପୂରା ରିପୋର୍ଟ।