ବିଜେଡି -ଭାଜପା ମେଣ୍ଟ ପ୍ରସଙ୍ଗ ଉପରେ ଏଭଳି ବୟାନ ଦେଲେ ପ୍ରଦୀପ୍ତ ନାଏକ, ବଢୁଛି…

ଭୁବନେଶ୍ୱର,୧୯।୩: ବିଜେଡି -ଭାଜପା ମେଣ୍ଟକୁ ନେଇ ଚିତ୍ର ସ୍ପଷ୍ଟ ହୋଉନାହିଁ। ଯାହାକୁ ନେଇ ଦ୍ୱନ୍ଦ ଜାରି ରହିଛି। ଏହି ସମୟରେ ମେଣ୍ଟ ଚର୍ଚ୍ଚା ପ୍ରସଙ୍ଗରେ ଭାଜପା ବିଧାୟକ ପ୍ରଦୀପ୍ତ ନାଏକ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମେଣ୍ଟ ନିଷ୍ପତ୍ତି ରାଜ୍ୟ ୟୁନିଟ୍‌ କରିବ ନାହିଁ। ତାହା କେନ୍ଦ୍ର ୟୁନିଟ୍‌ କରିବ। ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଚାହିଁଲେ ହିଁ ମେଣ୍ଟ ହୋଇପାରିବ। ଭାଜପା ୧୪୭ ବିଧାନସଭା ଓ ୨୧ ଲୋକ ସଭା ଆସନରେ ଲଢିବାକୁ ପ୍ରସ୍ତୁତ। ସେଥିପାଇଁ […] The post ବିଜେଡି -ଭାଜପା ମେଣ୍ଟ ପ୍ରସଙ୍ଗ ଉପରେ ଏଭଳି ବୟାନ ଦେଲେ ପ୍ରଦୀପ୍ତ ନାଏକ, ବଢୁଛି… appeared first on Dharitri Odia News.

ବିଜେଡି -ଭାଜପା ମେଣ୍ଟ ପ୍ରସଙ୍ଗ ଉପରେ ଏଭଳି ବୟାନ ଦେଲେ ପ୍ରଦୀପ୍ତ ନାଏକ, ବଢୁଛି…

ଭୁବନେଶ୍ୱର,୧୯।୩: ବିଜେଡି -ଭାଜପା ମେଣ୍ଟକୁ ନେଇ ଚିତ୍ର ସ୍ପଷ୍ଟ ହୋଉନାହିଁ। ଯାହାକୁ ନେଇ ଦ୍ୱନ୍ଦ ଜାରି ରହିଛି। ଏହି ସମୟରେ ମେଣ୍ଟ ଚର୍ଚ୍ଚା ପ୍ରସଙ୍ଗରେ ଭାଜପା ବିଧାୟକ ପ୍ରଦୀପ୍ତ ନାଏକ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମେଣ୍ଟ ନିଷ୍ପତ୍ତି ରାଜ୍ୟ ୟୁନିଟ୍‌ କରିବ ନାହିଁ। ତାହା କେନ୍ଦ୍ର ୟୁନିଟ୍‌ କରିବ। ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଚାହିଁଲେ ହିଁ ମେଣ୍ଟ ହୋଇପାରିବ। ଭାଜପା ୧୪୭ ବିଧାନସଭା ଓ ୨୧ ଲୋକ ସଭା ଆସନରେ ଲଢିବାକୁ ପ୍ରସ୍ତୁତ। ସେଥିପାଇଁ ଦଳ ବିଭିନ୍ନ ପ୍ରକାର ଅଭିଯାନ କରୁଛି।

ଅନ୍ୟପଟେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଭାଜପା ପ୍ରାର୍ଥୀ ତାଲିକା ଉପରେ କସରତ କରୁଛି। ଏଥିପାଇଁ ଭାଜପାର ଘନ ଘନ ବୈଠକ ବସୁଛି। ତେବେ ମଙ୍ଗଳବାର ମଧ୍ୟ ଦିଲ୍ଲୀରେ ଭାଜପାର କୋର କମିଟି ବୈଠକ ବସିଛି। ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି କୁହାଯାଉଛି।

The post ବିଜେଡି -ଭାଜପା ମେଣ୍ଟ ପ୍ରସଙ୍ଗ ଉପରେ ଏଭଳି ବୟାନ ଦେଲେ ପ୍ରଦୀପ୍ତ ନାଏକ, ବଢୁଛି… appeared first on Dharitri Odia News.