ବିଜେଡିକୁ ଓଭରଲୋଡିଂ ଟେନ୍ସନ୍; ଭୋଟ୍ ପୂର୍ବରୁ ବାଜିଲାଣି ଟିକେଟ୍ ଆଶାୟୀଙ୍କ ବିଦ୍ରୋହର ବିଗୁଲ୍
ବିଜେଡିକୁ ଓଭରଲୋଡ ଟେନସନ । ଭୋଟ୍ ପୂର୍ବରୁ ବିଜେଡିରେ ବାଜିଲାଣି ଟିକେଟ୍ ଆଶାୟୀଙ୍କ ବିଦ୍ରୋହର ବିଗୁଲ୍ ନିର୍ବାଚନ ମଣ୍ଡଳୀରେ ବି ଆରମ୍ଭ ହେଲାଣି ଆଶୀୟୀଙ୍କ ଶକ୍ତି ପ୍ରଦର୍ଶନ। ସମସ୍ତେ ଛାତି ପିଟି କହୁଛନ୍ତି ଟିକେଟ୍ ପାଇଁ ମୁଁ ଦାବିଦାର।
ପୁରା ନିର୍ବାଚନୀ ଷ୍ଟାଇଲରେ ଖୋଲା ଜିପରେ ଛିଡା ହୋଇ ରାଲି କରୁଛନ୍ତି ନେତା । ଖୋର୍ଦ୍ଧା ଟାଉନ ଭିତରେ ରାଲି କରି ଶକ୍ତି ପ୍ରଦର୍ଶନ କରିଛନ୍ତି ବିଜୁ ମହିଳା ଜନତା ଦଳର ଉପ-ସଭାନେତ୍ରୀ ବାସନ୍ତୀ ମହାପାତ୍ର। ୨ବର୍ଷ ହେଲା ସ୍ଥାନୀୟ ବିଧାୟକ ଜିତୁ ମିତ୍ରଙ୍କୁ ବାଦ୍ ଦେଇ ଏକାକୀ ସଂଗଠନ କରିବା ସହ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ କରି ଆସୁଛନ୍ତି ବାସନ୍ତୀ। ଏମିତି କି ୨୪ ନିର୍ବାଚନରେ ଦଳ ତାଙ୍କୁ ଟିକେଟ ଦେଉଥିବା ନେଇ ବି ଦୃଢୋକ୍ତି ପ୍ରକାଶ କରିଛନ୍ତି।