ବିଜେଡିକୁ ଦାନ କରିଥିବା ଶୀର୍ଷ ୧୦ ଦାତାଙ୍କ ମଧ୍ୟରୁ ୯ କମ୍ପାନି ଖଣି, ଇସ୍ପାତ କ୍ଷେତ୍ର ସହ ଜଡିତ
ନୂଆଦିଲ୍ଲୀ: ଓଡିଶାରେ କ୍ଷମତାରେ ଥିବା ଦଳ ବିଜୁ ଜନତା ଦଳକୁ ଖଣି ଏବଂ ଇସ୍ପାତ କମ୍ପାନୀଗୁଡିକରୁ ଅଧିକାଂଶ ନିର୍ବାଚନ ବଣ୍ଡ ମିଳିଛି । ନିର୍ବାଚନ ଆୟୋଗଙ୍କ ଦ୍ୱାରା ଗୁରୁବାର ପ୍ରକାଶ କରାଯାଇଥିବା ଡାଟାରୁ ଏହା ଜଣାପଡ଼ିଛି । ୨୦୧୯ ଏପ୍ରିଲ ୧୨ରୁ ଜାନୁୟାରୀ ୨୦୨୪ ପର୍ଯ୍ୟନ୍ତ ନିର୍ବାଚନ ବଣ୍ଡ ଜରିଆରେ ଦଳକୁ ୪୨ ଦାତା ମୋଟ ୭୭୫.୫୦ କୋଟି ଟଙ୍କା ଦାନ କରିଛନ୍ତି । ଏଥିରେ ଶୀର୍ଷ ୧୦ ଦାତାଙ୍କ ମଧ୍ୟରେ ୯ କମ୍ପାନି ଖଣି ଏବଂ ଇସ୍ପାତ ସହ ଜଡିତ ଥିଲେ ।ଶୀର୍ଷ ୧୦ ମଧ୍ୟରେ ଏକ ମାତ୍ର ଅଣମାଇନିଂ କମ୍ପାନି ଭାବେ ରଶ୍ମି ସିମେଣ୍ଟ ରହିଛି । ଏହା ରଶ୍ମି ଗ୍ରୁପ ମାଲିକାନାରେ ଅଛି । ଏହି ଗ୍ରୁପ ଅଧିନରେ ଷ୍ଟିଲ୍ କମ୍ପାନି ମଧ୍ୟ ଅଛି । ଆଦିତ୍ୟ ବିର୍ଲା ଗ୍ରୁପ୍ ମାଲିକାନାରେ ଥିହା ଏସେଲ୍ ମାଇନିଂ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍ ପକ୍ଷରୁ ବିଜେଡିକୁ ସର୍ବାଧିକ ୧୭୪.୫ କୋଟି ଟଙ୍କା ମିଳିଛି । ଏସେଲର ୱେବସାଇଟ୍ ଅନୁସାରେ ଏହା ଭାରତର ଏକ ପ୍ରମୁଖ ଆଇରନ ଓର ମାଇନିଂକୁ ପରିଚାଳନା କରୁଛି, ଯାହା ଓଡ଼ିଶାର ବଡ଼ବିଲ-ବରଜମଡା ବେଲ୍ଟରେ ଅବସ୍ଥିତ । ପଢନ୍ତୁ: ବ୍ୟକ୍ତିଗତ ଭାବରେ ଇଲେକ୍ଟ୍ରୋରାଲ ବଣ୍ଡ୍ କିଣିଥିବା ଟପ୍ ୧୦ ବ୍ୟକ୍ତି ବିଜେପିକୁ ଦେଇଛନ୍ତି ୮୪ ପ୍ରତିଶତଆଦିତ୍ୟ ବିର୍ଲା ଗ୍ରୁପର ଅନ୍ୟ କମ୍ପାନି, ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ୍ କମ୍ପାନି ଏବଂ ଗ୍ରାସିମ୍ ଇଣ୍ଡଷ୍ଟ୍ରି ବିଜେଡିକୁ ଯଥାକ୍ରମେ ୭୦ କୋଟି ଏବଂ ୧୦ କୋଟି
ନୂଆଦିଲ୍ଲୀ: ଓଡିଶାରେ କ୍ଷମତାରେ ଥିବା ଦଳ ବିଜୁ ଜନତା ଦଳକୁ ଖଣି ଏବଂ ଇସ୍ପାତ କମ୍ପାନୀଗୁଡିକରୁ ଅଧିକାଂଶ ନିର୍ବାଚନ ବଣ୍ଡ ମିଳିଛି । ନିର୍ବାଚନ ଆୟୋଗଙ୍କ ଦ୍ୱାରା ଗୁରୁବାର ପ୍ରକାଶ କରାଯାଇଥିବା ଡାଟାରୁ ଏହା ଜଣାପଡ଼ିଛି । ୨୦୧୯ ଏପ୍ରିଲ ୧୨ରୁ ଜାନୁୟାରୀ ୨୦୨୪ ପର୍ଯ୍ୟନ୍ତ ନିର୍ବାଚନ ବଣ୍ଡ ଜରିଆରେ ଦଳକୁ ୪୨ ଦାତା ମୋଟ ୭୭୫.୫୦ କୋଟି ଟଙ୍କା ଦାନ କରିଛନ୍ତି । ଏଥିରେ ଶୀର୍ଷ ୧୦ ଦାତାଙ୍କ ମଧ୍ୟରେ ୯ କମ୍ପାନି ଖଣି ଏବଂ ଇସ୍ପାତ ସହ ଜଡିତ ଥିଲେ ।
ଶୀର୍ଷ ୧୦ ମଧ୍ୟରେ ଏକ ମାତ୍ର ଅଣମାଇନିଂ କମ୍ପାନି ଭାବେ ରଶ୍ମି ସିମେଣ୍ଟ ରହିଛି । ଏହା ରଶ୍ମି ଗ୍ରୁପ ମାଲିକାନାରେ ଅଛି । ଏହି ଗ୍ରୁପ ଅଧିନରେ ଷ୍ଟିଲ୍ କମ୍ପାନି ମଧ୍ୟ ଅଛି । ଆଦିତ୍ୟ ବିର୍ଲା ଗ୍ରୁପ୍ ମାଲିକାନାରେ ଥିହା ଏସେଲ୍ ମାଇନିଂ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍ ପକ୍ଷରୁ ବିଜେଡିକୁ ସର୍ବାଧିକ ୧୭୪.୫ କୋଟି ଟଙ୍କା ମିଳିଛି । ଏସେଲର ୱେବସାଇଟ୍ ଅନୁସାରେ ଏହା ଭାରତର ଏକ ପ୍ରମୁଖ ଆଇରନ ଓର ମାଇନିଂକୁ ପରିଚାଳନା କରୁଛି, ଯାହା ଓଡ଼ିଶାର ବଡ଼ବିଲ-ବରଜମଡା ବେଲ୍ଟରେ ଅବସ୍ଥିତ ।
ପଢନ୍ତୁ: ବ୍ୟକ୍ତିଗତ ଭାବରେ ଇଲେକ୍ଟ୍ରୋରାଲ ବଣ୍ଡ୍ କିଣିଥିବା ଟପ୍ ୧୦ ବ୍ୟକ୍ତି ବିଜେପିକୁ ଦେଇଛନ୍ତି ୮୪ ପ୍ରତିଶତ
ଆଦିତ୍ୟ ବିର୍ଲା ଗ୍ରୁପର ଅନ୍ୟ କମ୍ପାନି, ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ୍ କମ୍ପାନି ଏବଂ ଗ୍ରାସିମ୍ ଇଣ୍ଡଷ୍ଟ୍ରି ବିଜେଡିକୁ ଯଥାକ୍ରମେ ୭୦ କୋଟି ଏବଂ ୧୦ କୋଟି ଦାନ କରିଛନ୍ତି । ସେହିପରି ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ପକ୍ଷରୁ ବିଜେଡିକୁ ୧୦୦ କୋଟି ଟଙ୍କା ଦାନ ମିଳିଛି ।
ପ୍ରଥମ ୧୦ ବଡ଼ ଦାତାଙ୍କ ମଧ୍ୟରେ ରୁଙ୍ଗଟା ସନ୍ସ (୫୦ କୋଟି), ଏସ ଏନ ମହାନ୍ତି ଗ୍ରୁପ (୪୫ କୋଟି), ରଶ୍ମି ସିମେଣ୍ଟ (୪୫ କୋଟି), ବେଦାନ୍ତ ଲିମିଟେଡ୍ (୪୦ କୋଟି), ବେଙ୍ଗୁଇନ୍ ଟ୍ରେଡିଂ ଆଣ୍ଟ ଏଜେନ୍ସି ଲିମିଟେଡ୍ (୩୦.୫ କୋଟି) ସାମିଲ ଅଛନ୍ତି । ଏହି ସବୁ କମ୍ପାନି ଖନନ ଉଦ୍ୟୋଗ ସହ ଜଡିତ । ସେହିପରି ଜିନ୍ଦଲ ଷ୍ଟେନଲେସ୍ ୩୦ କୋଟି ଏବଂ ରଶ୍ମି ମେଟାଲିକ୍ସ ୨୭ କୋଟି ଟଙ୍କା ବିଜେଡିକୁ ଦାନ କରିଛନ୍ତି ।
୨୦୧୯ ଏପ୍ରିଲ ୧୨ରୁ ୨୦୨୪ ଜାନୁୟାରୀ ଭିତରେ ଦାନ ପାଇଥିବା ମାମଲାରେ ବିଜେପି, କଂଗ୍ରେସ, ଟିଏମସି ଏବଂ ବିଆରଏସ ପରେ ପଞ୍ଚମ ସ୍ଥାନରେ ରହିଛି ।