ବିଜେଡିର ଟଙ୍କାବଣ୍ଟା ଫଟୋ ଭାଇରାଲ
ନବରଙ୍ଗପୁର, ୧୨।୫(ସଦାଶିବ ପ୍ରହରାଜ)ନବରଙ୍ଗପୁର ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରଚାର ସମୟରେ ନେତାଙ୍କ ଉପସ୍ଥିତିରେ ଟଙ୍କା ବଣ୍ଟାଯାଉଥିବାର ଫଟୋ ଭାଇରାଲ ହୋଇଛି। ଏହି ଫଟୋଟି ଗତ ୯ ତାରିଖ ଗୁରୁବାରର ବୋଲି ସ୍ପଷ୍ଟ ହୋଇଛି। ତେବେ କେଉଁ ଗ୍ରାମର ପ୍ରଚାର ବେଳର ଏହି ଫଟୋ ତାହା ଜଣାପଡ଼ିନାହିଁ । ଯେ, ଉକ୍ତ ଦିନ ବିଜେଡି ଏମ୍ପି ପ୍ରାର୍ଥୀ ପ୍ରଦୀପ ମାଝି ତାଙ୍କ ସମର୍ଥକ ଓ ଦଳୀୟ କର୍ମୀଙ୍କ ସହ ନବରଙ୍ଗପୁର ନିର୍ବାଚନମଣ୍ଡଳୀର ସାନକୁମୁଲି, ଉର୍ଦି, ଗୁମାଗୁଡ଼ା, ବାଗସିଉନି, ଜାମ୍ବାଗୁଡା, ତଣ୍ଡା, […] The post ବିଜେଡିର ଟଙ୍କାବଣ୍ଟା ଫଟୋ ଭାଇରାଲ appeared first on Dharitri Odia News.
ନବରଙ୍ଗପୁର, ୧୨।୫(ସଦାଶିବ ପ୍ରହରାଜ)ନବରଙ୍ଗପୁର ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରଚାର ସମୟରେ ନେତାଙ୍କ ଉପସ୍ଥିତିରେ ଟଙ୍କା ବଣ୍ଟାଯାଉଥିବାର ଫଟୋ ଭାଇରାଲ ହୋଇଛି। ଏହି ଫଟୋଟି ଗତ ୯ ତାରିଖ ଗୁରୁବାରର ବୋଲି ସ୍ପଷ୍ଟ ହୋଇଛି। ତେବେ କେଉଁ ଗ୍ରାମର ପ୍ରଚାର ବେଳର ଏହି ଫଟୋ ତାହା ଜଣାପଡ଼ିନାହିଁ ।
ଯେ, ଉକ୍ତ ଦିନ ବିଜେଡି ଏମ୍ପି ପ୍ରାର୍ଥୀ ପ୍ରଦୀପ ମାଝି ତାଙ୍କ ସମର୍ଥକ ଓ ଦଳୀୟ କର୍ମୀଙ୍କ ସହ ନବରଙ୍ଗପୁର ନିର୍ବାଚନମଣ୍ଡଳୀର ସାନକୁମୁଲି, ଉର୍ଦି, ଗୁମାଗୁଡ଼ା, ବାଗସିଉନି, ଜାମ୍ବାଗୁଡା, ତଣ୍ଡା, ସନୁଗୁଡ଼, ପଟାକୋଟ, ଅଟକବେଡ଼ା, ଧାରନାବେଡ଼ା, ତାରାଗାଁ, ମନ୍ତ୍ରିଗୁଡ଼ା, ଶରଣପୁର ଓ ବିକ୍ରମପୁର ଗ୍ରାମରେ ପ୍ରଚାର କରିଥିଲେ। ସେହି ସମୟରେ କୌଣସି ଏକ ଗ୍ରାମରେ ଏହି ଟଙ୍କା ବାଣ୍ଟିବା ଫଟୋ ବୋଲି ଜଣାପଡ଼ିଛି। ଟଙ୍କା ହାତରେ ଧରିଥିବା ବ୍ୟକ୍ତି ହେଉଛନ୍ତି ନନ୍ଦାହାଣ୍ଡି ବ୍ଲକ କେଶରୀଗୁଡ଼ା ଗ୍ରାମର ତ୍ରିନାଥ ଭଟ୍ଟ । ସେ ପ୍ରଦୀପ ମାଝିଙ୍କ ସହ ଗାଡ଼ିରେ ଠିଆହୋଇ ଓ ହାତରେ ଟଙ୍କାବିଡ଼ା ଧରି ଲୋକଙ୍କୁ ବାଣ୍ଟୁଥିବାର ଫଟୋ ଭାଇରାଲ ହୋଇଛି। ବିରୋଧୀ ଭାଜପା ଏହାକୁ ନେଇ ପର୍ଯ୍ୟବେକ୍ଷକ ଓ ନିର୍ବାଚନ କମିଶନ ନିକଟରେ ଅଭିଯୋଗ କରିଥିବା ଦଳର ଏମ୍ପି ପ୍ରାର୍ଥୀ ବଳଭଦ୍ର ମାଝି କହିଛନ୍ତି। ବିଜେଡି ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରିଛି। ତେଣୁ ପ୍ରଦୀପଙ୍କ ପ୍ରାର୍ଥିତ୍ୱ ରଦ୍ଦ କରିବାକୁ ସେ ଦାବି କରିଛନ୍ତି। ଏ ନେଇ ବିଜେଡି ପ୍ରାର୍ଥୀ ପ୍ରଦୀପଙ୍କୁ ପଚାରିବାରୁ ଟଙ୍କା ବାଣ୍ଟିବା ଘଟଣା ସମ୍ପର୍କରେ ଜାଣି ନ ଥିବା କହିଛନ୍ତି। ପରେ ତ୍ରିନାଥ ଭଟ୍ଟଙ୍କୁ ପଚାରିବାରୁ ସେ ଟଙ୍କାବଣ୍ଟା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ପ୍ରଚାରବେଳେ ଶାର୍ଟ ପକେଟ୍ରେ ଟଙ୍କା ଥିଲା। ଏହା ପଡ଼ିଯାଇଥିବାରୁ ତାହା ଉଠାଇ ଗଣିବାବେଳେ କେହି ଏହାର ଫଟୋ ଉଠାଇ ଭାଇରାଲ କରିଛନ୍ତି ବୋଲି ତ୍ରିନାଥ କହିଛନ୍ତି। କୌଣସି ସ୍ଥାନରେ ମଧ୍ୟ ଟଙ୍କା ବଣ୍ଟାଯାଇନାହିଁ ବୋଲି ସେ କହିଛନ୍ତି।
The post ବିଜେଡିର ଟଙ୍କାବଣ୍ଟା ଫଟୋ ଭାଇରାଲ appeared first on Dharitri Odia News.