ବିଜେଡିର ‘ପୁରୀ’ ରଣନୀତି: ଏକାଠି ଲଢ଼ିବାକୁ ନେତାଙ୍କୁ ତାଗିଦ!
କନକ ବ୍ୟୁରୋ: ପୁରୀ ଏବେ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଯାଇଛି । ଗତ ଥର ପୁରୀ ବିଧାନସଭା ଆସନ ହରାଇଥିଲା ଦଳ । ଲୋକସଭା ବିଜୟ ପାଇଁ ବେଶ କସରତ କରିଥିଲା ବିଜେଡି । ଏଥର କିନ୍ତୁ ପୁରୀ ବିଜୟ ପାଇଁ ସ୍ୱତନ୍ତ୍ର ରଣନୀତି ଆପଣାଇଛି ଦଳ । ବିଧାନସଭା ପ୍ରାର୍ଥୀ ସୁନୀଲ ମହାନ୍ତି, ରାଜ୍ୟସଭା ସାଂସଦ ଶୁବାଶିଷ ଖୁଂଟିଆ ଓ ସେମାନଙ୍କ ସମର୍ଥକଙ୍କୁ ଏକାଠି ଲଢ଼ିବାକୁ ଦଳ ପକ୍ଷରୁ ସଫା ସଫା ଶୁଣାଇ ଦିଆଯାଇଛି […] The post ବିଜେଡିର ‘ପୁରୀ’ ରଣନୀତି: ଏକାଠି ଲଢ଼ିବାକୁ ନେତାଙ୍କୁ ତାଗିଦ! first appeared on Kanak News.

କନକ ବ୍ୟୁରୋ: ପୁରୀ ଏବେ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଯାଇଛି । ଗତ ଥର ପୁରୀ ବିଧାନସଭା ଆସନ ହରାଇଥିଲା ଦଳ । ଲୋକସଭା ବିଜୟ ପାଇଁ ବେଶ କସରତ କରିଥିଲା ବିଜେଡି । ଏଥର କିନ୍ତୁ ପୁରୀ ବିଜୟ ପାଇଁ ସ୍ୱତନ୍ତ୍ର ରଣନୀତି ଆପଣାଇଛି ଦଳ । ବିଧାନସଭା ପ୍ରାର୍ଥୀ ସୁନୀଲ ମହାନ୍ତି, ରାଜ୍ୟସଭା ସାଂସଦ ଶୁବାଶିଷ ଖୁଂଟିଆ ଓ ସେମାନଙ୍କ ସମର୍ଥକଙ୍କୁ ଏକାଠି ଲଢ଼ିବାକୁ ଦଳ ପକ୍ଷରୁ ସଫା ସଫା ଶୁଣାଇ ଦିଆଯାଇଛି । ଏକଥା ମଧ୍ୟ ସୂଚାଇ ଦିଆଯାଇଛି, ବିଶୃଙ୍ଖଳାକୁ ଆଦୌ ବରଦାସ୍ତ କରାଯିବନାହିଁ ।
ଶଙ୍ଖଭବନରେ ବିଜେଡିର ପୁରୀ ବିଧାୟକ ପ୍ରାର୍ଥୀ ସୁନୀଲ ମହାନ୍ତି ଓ ଟିକେଟ ଆଶାୟୀ ଥିବା ତଥା ବର୍ତମାନ ରାଜ୍ୟସଭା ସାଂସଦ ଶୁବାଶିଷ ଖୁଂଟିଆ । ଆଉ ସେହି ମଂଚରେ ଅଛନ୍ତି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଓ ସତ୍ୟବାଦୀର ବିଜେଡି ପ୍ରାର୍ଥୀ ସଂଜୟ ଦାସବର୍ମା । ମଂଚ ତଳେ ଉପସ୍ଥିତ ଅଛନ୍ତି ଉଭୟ ସୁନୀଲ ଓ ଶୁବାଶିଷଙ୍କ ସମର୍ଥକମାନେ । ପୁରୀ ଜିତିବାକୁ ହେଲେ ଦଳୀୟ କନ୍ଦଳ ଭୁଲି ଏକାଠି ଲଢ଼ିବାକୁ ଦଳ ପକ୍ଷରୁ ସଫା ସଫା ଶୁଣାଇ ଦିଆଯାଇଛି । ଆଉ ଏକଥା ମଧ୍ୟ ସୂଚାଇ ଦିଆଯାଇଛି, ବିଶୃଙ୍ଖଳାକୁ ଆଦୌ ବରଦାସ୍ତ କରାଯିବନାହିଁ ।
ଗତ ନିର୍ବାଚନରେ ପୁରୀ ବିଧାନସଭା ଆସନ ହରାଇଥିଲା ବିଜେଡି । ଆଉ ମହେଶ୍ୱର ମହାନ୍ତିଙ୍କ ଦେହାନ୍ତ ପରେ ତାଙ୍କ ପୁଅ ସୁନୀଲ ମହାନ୍ତି ଏବଂ ଶୁବାଶିଷ ଖୁଂଟିଆ ସମାନ୍ତରାଳ ଭାବେ ସଂଗଠନ କରୁଥିଲେ । ଅନେକ ସମୟରେ ଦୁଇ ନେତା ଓ ସେମାନଙ୍କ ସମର୍ଥକଙ୍କ ମଧ୍ୟରେ ଛକାପଂଝା ଚାଲିଥିବା ଦେଖିବାକୁ ମିଳିଛି । ତେଣୁ ଦୁଇ ଗୋଷ୍ଠୀକୁ ସନ୍ତୁଷ୍ଟ କରିବା ପାଇଁ ଦଳ ଚେଷ୍ଟା କରି ଆସିଛି । ସାଧାରଣ ନିର୍ବାଚନ ପୂର୍ବରୁ ଶୁବାଶିଷଙ୍କୁ ରାଜ୍ୟସଭା ପଠାଇ ପୁରୀରେ ସନ୍ତୁଳନ ଆଣିବା ପାଇଁ ଦଳ ଉଦ୍ୟମ କରିଛି । ଏବେ ଦୁଇ ନେତାଙ୍କ ସମର୍ଥକଙ୍କ ମଧ୍ୟରେ ସମନ୍ୱୟ ରଖିବା ପାଇଁ ପ୍ରୟାସ କରିଛି ଦଳ ।
ଏପରକିି ପୁରୀ ବିଧାନସଭା କ୍ଷେତ୍ରରୁ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ କିପରି ଅଧିକ ଭୋଟ ପାଇବେ ରଣନୀତି ପ୍ରସ୍ତୁତ କରାଯାଉଛି । ୨୦୧୯ ନିର୍ବାଚନରେ ଅଳ୍ପକେ ପୁରୀ ସାଂସଦ ବିଜୟୀ ହୋଇଥିଲେ ବି ପୁରୀ ଓ ବ୍ରହ୍ମଗିରି ବିଧାନସଭା ଆସନ ବିଜେଡି ହାତରୁ ଖସି ଯାଇଥିଲା । ପରିକ୍ରମା ପ୍ରକଳ୍ପ ପରେ ପୁରୀ ଉପରେ ଅଧିକ ଫୋକସ କରିଛି ଦଳ । ଏହି ଆସନ ଏବେ ବିଜେଡି ପାଇଁ ସମ୍ମାନର ଆସନ ପାଲଟିଛି ।
The post ବିଜେଡିର ‘ପୁରୀ’ ରଣନୀତି: ଏକାଠି ଲଢ଼ିବାକୁ ନେତାଙ୍କୁ ତାଗିଦ! first appeared on Kanak News.