ବିଜେଡିର ବଡ଼ ଘୋଷଣା, ଅଗଷ୍ଟ ୧ରୁ ହେବ…

ଭୁବନେଶ୍ୱର,୨୯।୭: ବିଜେଡିର ବଡ଼ ଘୋଷଣା। ଓଡ଼ିଶାରେ ମହିଳାଙ୍କ ସୁରକ୍ଷା ପାଇଁ ଏକ ବଡ଼ ଆନ୍ଦୋଳନ ଆରମ୍ଭ କରିବାକୁ ଯାଉଛି ବିଜେଡି। ଦଳ ଘୋଷଣା କରିଛି ଯେ ଅଗଷ୍ଟ ୧ରୁ ୮ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ଏବଂ ଅଗଷ୍ଟ ୯ରୁ ତୃତୀୟ ପର୍ଯ୍ୟାୟ ଆନ୍ଦୋଳନ କରାଯିବ। ଏହି ଆନ୍ଦୋଳନର ମୂଳ ଉଦ୍ଦେଶ୍ୟ ହେଉଛି ରାଜ୍ୟରେ ମହିଳାଙ୍କ ସୁରକ୍ଷା ସମସ୍ୟାକୁ ଆଲୋକପାତ କରିବା, ବିଶେଷ କରି “ବେଳାଭୂମି ଓ କ୍ୟାମ୍ପସରେ ମହିଳାଙ୍କ ଅସୁରକ୍ଷା ସମସ୍ୟା ବିଜେଡିର ଆନ୍ଦୋଳନର କେନ୍ଦ୍ରବିନ୍ଦୁ”ରହିବ। […] The post ବିଜେଡିର ବଡ଼ ଘୋଷଣା, ଅଗଷ୍ଟ ୧ରୁ ହେବ… appeared first on Dharitri Odia News.

ବିଜେଡିର ବଡ଼ ଘୋଷଣା, ଅଗଷ୍ଟ ୧ରୁ ହେବ…

ଭୁବନେଶ୍ୱର,୨୯।୭: ବିଜେଡିର ବଡ଼ ଘୋଷଣା। ଓଡ଼ିଶାରେ ମହିଳାଙ୍କ ସୁରକ୍ଷା ପାଇଁ ଏକ ବଡ଼ ଆନ୍ଦୋଳନ ଆରମ୍ଭ କରିବାକୁ ଯାଉଛି ବିଜେଡି। ଦଳ ଘୋଷଣା କରିଛି ଯେ ଅଗଷ୍ଟ ୧ରୁ ୮ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ଏବଂ ଅଗଷ୍ଟ ୯ରୁ ତୃତୀୟ ପର୍ଯ୍ୟାୟ ଆନ୍ଦୋଳନ କରାଯିବ। ଏହି ଆନ୍ଦୋଳନର ମୂଳ ଉଦ୍ଦେଶ୍ୟ ହେଉଛି ରାଜ୍ୟରେ ମହିଳାଙ୍କ ସୁରକ୍ଷା ସମସ୍ୟାକୁ ଆଲୋକପାତ କରିବା, ବିଶେଷ କରି “ବେଳାଭୂମି ଓ କ୍ୟାମ୍ପସରେ ମହିଳାଙ୍କ ଅସୁରକ୍ଷା ସମସ୍ୟା ବିଜେଡିର ଆନ୍ଦୋଳନର କେନ୍ଦ୍ରବିନ୍ଦୁ”ରହିବ।

ବିଜେଡି ଏହିଆନ୍ଦୋଳନ ବେଳାଭୂମି ଏବଂ ଶିକ୍ଷାନୁଷ୍ଠାନ କ୍ୟାମ୍ପସଗୁଡ଼ିକୁ ଅସୁରକ୍ଷିତ ବୋଲି ଅଭିଯୋଗ କରି ରାଜ୍ୟ ସରକାରଙ୍କୁ ଏହାର ସମାଧାନ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି। ଏହି ଆନ୍ଦୋଳନର ଅଂଶ ସୱରୂପ, ବିଭିନ୍ନ କଲେଜ ନିକଟସ୍ଥ ଥାନାଗୁଡ଼ିକରେ ଥିବା ପୁଲିସ ଅଧୀକ୍ଷକ (SP)ଙ୍କୁ ସ୍ମାରକପତ୍ର ପ୍ରଦାନ କରିବ। ବିଜେଡି ଅଭିଯୋଗ କରିଛି ଯେ ଭାଜପା ସରକାର ଘଟଣାଗୁଡ଼ିକରେ କେବଳ କମିଟି ଗଠନ କରୁଛନ୍ତି କୌଣସି ର୍ନିଦ୍ଦିଷ୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି।

The post ବିଜେଡିର ବଡ଼ ଘୋଷଣା, ଅଗଷ୍ଟ ୧ରୁ ହେବ… appeared first on Dharitri Odia News.