ବିଜେଡିର ବିଜୟ ପାଇଁ କର୍ମୀଙ୍କ ଉତ୍ସାହ,ପ୍ରଶନ୍ନ ଦେଲେ ବିଜୟ ମନ୍ତ୍ର

ସମ୍ବଲପୁର(ପଡିଆବାହାଲ):ଶଙ୍ଖ ଆମ ପରିଚୟ।ଉଭୟ ରାଜ୍ୟ ଓ ଦେଶ ପାଇଁ ବିଜେଡି ପ୍ରତିନିଧିତ୍ୱର ଯଥେଷ୍ଟ ଆବଶ୍ୟକତା ରହିଛି,ତେଣୁ ଦଳର ସମସ୍ତ ନେତା ଓ କର୍ମୀ ବିଧାୟକ ଓ ସଂସାଦ ପ୍ରାର୍ଥୀଙ୍କ ବିଜୟ ପାଇଁ ଏକ ହେବାକୁ ଆଜି ପଡିଆବାହାଲ ଠାରେ ରେଢାଖୋଲ ବିଧାନସଭା ପ୍ରାର୍ଥୀ ପ୍ରଶନ୍ନ ଆଚାର୍ଯ୍ୟ କହିଛନ୍ତି। ଆଜି ପଡିଆବାହାଲ ଠାରେ ବିଜେଡି କାର୍ଯ୍ୟାଳୟ ଉଦଘାଟନ ସମୟରେ ଦଳର ନେତା ଓ କର୍ମୀ ମାନଙ୍କୁ ପ୍ରଶନ୍ନ ଏଭଳି ମନ୍ତ୍ର ଦେଇଛନ୍ତି।ପ୍ରାରମ୍ଭରେ ଖଲିଆପାଲି ହନୁମାନ ଓ ଶନି ମନ୍ଦିର […] The post ବିଜେଡିର ବିଜୟ ପାଇଁ କର୍ମୀଙ୍କ ଉତ୍ସାହ,ପ୍ରଶନ୍ନ ଦେଲେ ବିଜୟ ମନ୍ତ୍ର appeared first on Odisha.News.

ବିଜେଡିର ବିଜୟ ପାଇଁ କର୍ମୀଙ୍କ ଉତ୍ସାହ,ପ୍ରଶନ୍ନ ଦେଲେ ବିଜୟ ମନ୍ତ୍ର

ସମ୍ବଲପୁର(ପଡିଆବାହାଲ):ଶଙ୍ଖ ଆମ ପରିଚୟ।ଉଭୟ ରାଜ୍ୟ ଓ ଦେଶ ପାଇଁ ବିଜେଡି ପ୍ରତିନିଧିତ୍ୱର ଯଥେଷ୍ଟ ଆବଶ୍ୟକତା ରହିଛି,ତେଣୁ ଦଳର ସମସ୍ତ ନେତା ଓ କର୍ମୀ ବିଧାୟକ ଓ ସଂସାଦ ପ୍ରାର୍ଥୀଙ୍କ ବିଜୟ ପାଇଁ ଏକ ହେବାକୁ ଆଜି ପଡିଆବାହାଲ ଠାରେ ରେଢାଖୋଲ ବିଧାନସଭା ପ୍ରାର୍ଥୀ ପ୍ରଶନ୍ନ ଆଚାର୍ଯ୍ୟ କହିଛନ୍ତି।
ଆଜି ପଡିଆବାହାଲ ଠାରେ ବିଜେଡି କାର୍ଯ୍ୟାଳୟ ଉଦଘାଟନ ସମୟରେ ଦଳର ନେତା ଓ କର୍ମୀ ମାନଙ୍କୁ ପ୍ରଶନ୍ନ ଏଭଳି ମନ୍ତ୍ର ଦେଇଛନ୍ତି।ପ୍ରାରମ୍ଭରେ ଖଲିଆପାଲି ହନୁମାନ ଓ ଶନି ମନ୍ଦିର ଦର୍ଶନ କରି ଏହି ଛକରୁ ଏକ ବିରାଟ ମଟର ସାଇକେଲ ରାଲିରେ ପଡିଆବାହାଲରେ ପହଞ୍ଚିବା ପରେ ଦଳ ପକ୍ଷରୁ ବିଭିନ୍ନ ନେତା ଓ କର୍ମୀ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଦଳର ଅନ୍ୟତମ ପର୍ଯ୍ୟବେକ୍ଷକ ରୁଦ୍ରନାରାୟଣ ସାମନ୍ତରାୟ ଓ ରାଜେନ୍ଦ୍ର କୁମାର ପଣ୍ଡା ଉପସ୍ଥିତ ରହିଥିଲେ।ଏହାକୁ ବିଜେଡ ରାଜ୍ୟ ଯୁବ ସଂପାଦକ ତଥା ବ୍ଲକ ସଂଯୋଜକ ହୀରାଲାଲ ବେହେରା ପରିଚାଳନା କରିଥିଲେ।
ଆଜିର ଏହି କାର୍ଯ୍ୟକ୍ରମକୁ ବାହାମ ସମିତି ସଭ୍ୟ ପ୍ରଫୁଲ୍ଲ ମଗର,ହରିହର ନାୟକ,ଆଶୁତୋଷ ପଣ୍ଡା,ଜିଲ୍ଲାପରିଷଦ ସଦସ୍ୟା କବିତା ସାହୁ,ଯୁଯୋମୁରା ବ୍ଲାକ ବିଜେଡି ଯୁବ ସଭାପତି ଆନନ୍ଦ କୁମାର ପଣ୍ଡା,ପଞ୍ଚାୟତ ସଭାପତି ଅଶ୍ୱନୀ ନାୟକ,ଝସକେତନ ନାୟକ,ଅଶ୍ୱୀନି ମିଶ୍ର,ପୁରବତନ ଅଧ୍ୟକ୍ଷ ଶରତ ଚନ୍ଦ୍ର ସାହୁ ବିଜେଡି ବ୍ଲକ୍ ସଭାପତି ବିନୋଦ କୁମାର ବଡପଣ୍ଡା,ସରୋଜ ସାମଲ,ଇସମାଇଲ ବଢାଇ,ଗଣେଷ ତାଣ୍ଡିଆ,ଖରାଂଶୁ ଦେବ,ବିଜୟ ସ୍ୱାଇଁ,ଅମ୍ବରିଷ ନାୟକ,ସିଲୁ ଶୁକ୍ଲା,ପ୍ରତାପ ନାୟକ, ଅୟସକାନ୍ତ ବଡପଣ୍ଡାଙ୍କ ସମେତ ବହୁ ନେତା ଓ କର୍ମୀ ଓ ବିଜେଡି ସମର୍ଥକ ସରପଞ୍ଚ୍ ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ।

The post ବିଜେଡିର ବିଜୟ ପାଇଁ କର୍ମୀଙ୍କ ଉତ୍ସାହ,ପ୍ରଶନ୍ନ ଦେଲେ ବିଜୟ ମନ୍ତ୍ର appeared first on Odisha.News.