ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା, ଏହି ଦୁଇ ନେତାଙ୍କୁ କଲା ପ୍ରାର୍ଥୀ
ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା। ୨ ଜଣ ନେତା କଟକ ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପୁରୀ ଜିଲ୍ଲା ବିଜେଡି ସଭାପତି ସୁଭାଶିଷ ଖୁଣ୍ଟିଆକୁ ଦଳ ରାଜ୍ୟସଭା ପ୍ରାର୍ଥୀ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ଦଳ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟସଭାର ୩ଟି ଆସନ ଖାଲି ପଡିଥିବା ବେଳେ ଦଳ ଦୁଇ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ଆଉ ଗୋଟିଏ ସିଟ୍ ଘୋଷଣା […] The post ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା, ଏହି ଦୁଇ ନେତାଙ୍କୁ କଲା ପ୍ରାର୍ଥୀ appeared first on Odisha.News.
ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା। ୨ ଜଣ ନେତା କଟକ ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପୁରୀ ଜିଲ୍ଲା ବିଜେଡି ସଭାପତି ସୁଭାଶିଷ ଖୁଣ୍ଟିଆକୁ ଦଳ ରାଜ୍ୟସଭା ପ୍ରାର୍ଥୀ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ଦଳ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟସଭାର ୩ଟି ଆସନ ଖାଲି ପଡିଥିବା ବେଳେ ଦଳ ଦୁଇ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ଆଉ ଗୋଟିଏ ସିଟ୍ ଘୋଷଣା ବାକି ରହିଛି।
ଉଲ୍ଲେଖନୀୟ ରାଜ୍ୟର ୩ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଏବଂ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ରାଜ୍ୟସଭା କାର୍ଯ୍ୟକାଳ ଏପ୍ରିଲ ୩ ତାରିଖରେ ଶେଷ ହେଉଛି । ବିଧାନସଭାର ସଂଖ୍ୟା ବଳ ଦୃଷ୍ଟିରୁ ୩ଟି ଯାକ ଆସନ ବିଜେଡି ହାତକୁ ଯିବା ସ୍ପଷ୍ଟ । ତେବେ ଦଳ ଆଜି ଦୁଇ ଜଣଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି। ଦୁଇ ଥର କଟକ ବାରବାଟୀ ବିଧାନସଭା ନିର୍ବାଚନ ଜିତିଥିବା ଦେବାଶିଷ ସାମନ୍ତରାୟ ଓ ପୁରୀ ଜିଲ୍ଲା ବିଜେଡି ସଭାପତି ଶୁଭାଷିଶ ଖୁଣ୍ଟିଆକୁ ଦଳ ସଂସଦର ଉଚ୍ଚସଦନ ପାଇଁ ମନୋନୀତ କରିଛି।
ସୂଚନାଯୋଗ୍ୟ, ଫେବୃଆରୀ ୨ ତାରିଖରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ନାମାଙ୍କନ ଶେଷ ତାରିଖ ରହିଛି ଫେବ୍ରୁଆରୀ ୧୫ ତାରିଖ । ୧୬ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ଏବଂ ୨୦ ତାରିଖରେ ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ରହିଛି । ଫେବୃଆରୀ ୨୭ ତାରିଖ ସକାଳ ୯ଟାରୁ ଅପରାହ୍ନ ୪ଟା ଭିତରେ ମତଦାନ ହେବ ।
The post ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା, ଏହି ଦୁଇ ନେତାଙ୍କୁ କଲା ପ୍ରାର୍ଥୀ appeared first on Odisha.News.