ବିଜେଡିରୁ ଆସିଥିବା ଏହି ନେତାଙ୍କୁ ଟିକେଟ୍‌ ଦେଲା ଭାଜପା, ବାଦ୍‌ ପଡିଲେ ପୁରୁଣା ନେତା

ଭୁବନେଶ୍ୱର,୨।୪: ଭାଜପା ଆଜି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ପ୍ରଥମ ପର୍ଯ୍ୟାୟରେ ମୋଟ ୧୧୨ ଜଣ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି ଭାଜପା । ବଡ କଥା ହେଉଛି ବିଜେଡ଼ିରୁ ଆସିଥିବା ପ୍ରାୟ ୮ ଜଣଙ୍କୁ ବିଜେଡ଼ି ଟିକେଟ୍‌ ଦେଇଛି । ଏମାନଙ୍କ ଉପରେ ଭରସା କରିଛି ରାଜ୍ୟ ଭାଜପା । ବିଜେଡ଼ିରୁ ଦଳ ଡିଆଁ ପରେ ଭାଜପାରେ ଟିକେଟ ମିଳିବା ନେଇ ଜୋରଦାର ଆଲୋଚନା ହେଉଥିଲା । ଏହାରି ଭିତରେ ନାମ […] The post ବିଜେଡିରୁ ଆସିଥିବା ଏହି ନେତାଙ୍କୁ ଟିକେଟ୍‌ ଦେଲା ଭାଜପା, ବାଦ୍‌ ପଡିଲେ ପୁରୁଣା ନେତା appeared first on Dharitri Odia News.

ବିଜେଡିରୁ ଆସିଥିବା ଏହି ନେତାଙ୍କୁ ଟିକେଟ୍‌ ଦେଲା ଭାଜପା, ବାଦ୍‌ ପଡିଲେ ପୁରୁଣା ନେତା

ଭୁବନେଶ୍ୱର,୨।୪: ଭାଜପା ଆଜି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ପ୍ରଥମ ପର୍ଯ୍ୟାୟରେ ମୋଟ ୧୧୨ ଜଣ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି ଭାଜପା । ବଡ କଥା ହେଉଛି ବିଜେଡ଼ିରୁ ଆସିଥିବା ପ୍ରାୟ ୮ ଜଣଙ୍କୁ ବିଜେଡ଼ି ଟିକେଟ୍‌ ଦେଇଛି । ଏମାନଙ୍କ ଉପରେ ଭରସା କରିଛି ରାଜ୍ୟ ଭାଜପା । ବିଜେଡ଼ିରୁ ଦଳ ଡିଆଁ ପରେ ଭାଜପାରେ ଟିକେଟ ମିଳିବା ନେଇ ଜୋରଦାର ଆଲୋଚନା ହେଉଥିଲା । ଏହାରି ଭିତରେ ନାମ ଘୋଷଣା ପରେ ସ୍ଥାନୀୟ ବିଧାନସଭା କ୍ଷେତ୍ରରେ ଜୋରଦାର ଲଢେଇ ହେବ ବୋଲି ଚର୍ଚ୍ଚା ହେଉଛି ।

ତେବେ ଏହି ନେତା ପୂର୍ବ ନିର୍ବାଚନରେ ବିଜେଡ଼ିରୁ ଟିକେଟ ପାଇ ନିର୍ବାଚନ ଲଢିଥିଲେ । ବର୍ତ୍ତମାନ ଦଳ ଡିଆଁ ପରେ ଭାଜପାରୁ ନିର୍ବାଚନ ଲଢିବେ । ଏହି କ୍ରମରେ ସିନେ ଷ୍ଟାର ଆକାଶ ଦାସ ପୂର୍ବରୁ ବିଜେଡିରୁ କୋରେଇରେ ପ୍ରତିଦ୍ୱନ୍ଦିତା କରିଥିବା ବେଳେ ଚଳିତ ବର୍ଷ ଭାଜପା ଟିକେଟରେ ମଇଦାନକୁ ଓହ୍ଲାଇବେ । ସେହିପରି ବିଜେଡ଼ିରୁ ଏମପି ଭାବେ ନିର୍ବାଚନକୁ ଆସିଥିବା ସିଦ୍ଧାନ୍ତ ମହାପାତ୍ର ଚଳିତ ବର୍ଷ ଭାଜପାରୁ ନିର୍ବାଚନ ଲଢିବେ । ଏଥିସହ ଅନ୍ୟମାନେ ହେଲେ…

ଅରବିନ୍ଦ ଢ଼ାଲିଙ୍କୁ ଜୟଦେବରୁ ଟିକେଟ୍‌ ମିଳିଥିବାବେଳେ ଆକାଶ ଦାସ ନାୟକଙ୍କୁ କୋରେଇ, ରାଜେନ୍ଦ୍ର ଦାସ ସୋର, ସିଦ୍ଧାନ୍ତ ମହାପାତ୍ରଙ୍କୁ ଦିଗପହଣ୍ଡି, ପ୍ରିୟଦର୍ଶୀ ମିଶ୍ରଙ୍କୁ ଉତ୍ତର ଭୁବନେଶର। ସେହିପରି ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ଖଲ୍ଲିକୋଟ, ରଘୁରାମ ମାଛଙ୍କୁ କୋରାପୁଟ ଓ ତ୍ରିନାଥ ଗମାଙ୍ଗଙ୍କୁ ଗୁଣୁପୁରରୁ ମଇଦାନକୁ ଓହ୍ଲାଇଛି ଭାଜପା।

The post ବିଜେଡିରୁ ଆସିଥିବା ଏହି ନେତାଙ୍କୁ ଟିକେଟ୍‌ ଦେଲା ଭାଜପା, ବାଦ୍‌ ପଡିଲେ ପୁରୁଣା ନେତା appeared first on Dharitri Odia News.