ବିଜେଡିରୁ ଇସ୍ତଫା ଦେଲେ ବିଜୟଲକ୍ଷ୍ମୀ ମହାପାତ୍ର

ଭୁବନେଶ୍ବର: ଭୁବନେଶ୍ବର ମହିଳା ମୋର୍ଚ୍ଚା ସଭାନେତ୍ରୀ ବିଜୟଲକ୍ଷ୍ମୀ ମହାପାତ୍ର ଇସ୍ତଫା ଦେଇଛନ୍ତି। ଭୁବନେଶ୍ବର ମହିଳା ମୋର୍ଚ୍ଚା ସଭାନେତ୍ରୀ ପଦ ସହିତ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ବିଜୟଲକ୍ଷ୍ମୀ। ବିଜେଡି ପକ୍ଷରୁ କିଛିଦିନ ତଳେ ବିଜୟଲକ୍ଷ୍ମୀ ମହାପାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ବିଜେଡି ପକ୍ଷରୁ ବିଜୟଲକ୍ଷ୍ମୀଙ୍କୁ ନୋଟିସ ଜାରି ହୋଇଥିଲା। ତେବେ ଆଜି ବିଜୟଲକ୍ଷ୍ମୀ ଇସ୍ତଫା ଦେଇଛନ୍ତି। ବିଜୟଲକ୍ଷ୍ମୀ ମହାପାତ୍ର କହିଛନ୍ତି ଯେ ବିଜେଡିର କାରଣ ଦର୍ଶାଅ ନୋଟିସକୁ […]

ବିଜେଡିରୁ ଇସ୍ତଫା ଦେଲେ ବିଜୟଲକ୍ଷ୍ମୀ ମହାପାତ୍ର

ଭୁବନେଶ୍ବର: ଭୁବନେଶ୍ବର ମହିଳା ମୋର୍ଚ୍ଚା ସଭାନେତ୍ରୀ ବିଜୟଲକ୍ଷ୍ମୀ ମହାପାତ୍ର ଇସ୍ତଫା ଦେଇଛନ୍ତି। ଭୁବନେଶ୍ବର ମହିଳା ମୋର୍ଚ୍ଚା ସଭାନେତ୍ରୀ ପଦ ସହିତ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ବିଜୟଲକ୍ଷ୍ମୀ। ବିଜେଡି ପକ୍ଷରୁ କିଛିଦିନ ତଳେ ବିଜୟଲକ୍ଷ୍ମୀ ମହାପାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ବିଜେଡି ପକ୍ଷରୁ ବିଜୟଲକ୍ଷ୍ମୀଙ୍କୁ ନୋଟିସ ଜାରି ହୋଇଥିଲା। ତେବେ ଆଜି ବିଜୟଲକ୍ଷ୍ମୀ ଇସ୍ତଫା ଦେଇଛନ୍ତି। ବିଜୟଲକ୍ଷ୍ମୀ ମହାପାତ୍ର କହିଛନ୍ତି ଯେ ବିଜେଡିର କାରଣ ଦର୍ଶାଅ ନୋଟିସକୁ ନେଇ ବ୍ୟଥିତ ଓ ମର୍ମାହତ ଥିଲି। ତେଣୁ ଇସ୍ତଫା ଦେଇଥିବା ପ୍ରକାଶ କରିଛନ୍ତି। ଅପରପକ୍ଷରେ ବିଜୟଲକ୍ଷ୍ମୀ ମହାପାତ୍ର ଇସ୍ତଫା ଦେବାପରେ କେଉଁ ଦଳର ମଙ୍ଗ ଧରିବେ ତାହାକୁ ନେଇ ରାଜଧାନୀରେ ଚର୍ଚ୍ଚା ଜୋର ଧରିଛି।