ବିଜେଡିରୁ ଇସ୍ତଫା ଦେଲେ ସିମୁଳିଆ ବିଧାୟକ: ଭିଡିଓ ଶେୟାର କରି କହିଲେ ଏମିତି କଥା

ଭୁବନେଶ୍ୱର,୨୨।୫: ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବୁଧବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଦେଇଛନ୍ତି। ଏକ ଭିଡିଓ ବାର୍ତ୍ତାରେ ସେ ଏ ନେଇ ସୂଚନା ଦେଇଛନ୍ତି। ଜ୍ୟୋତିପ୍ରକାଶ ପୂର୍ବରୁ ମନ୍ତ୍ରୀ ମଧ୍ୟ ଥିଲେ। ଭିଡିଓ ଜରିଆରେ ସେ କହିଛନ୍ତି, ଆଜି ମୁଁ ବିଜେଡିର ପବ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି। ବିଜେଡି ସହିତ ଆମର ଦୀର୍ଘ ଦିନର ସମ୍ପର୍କ ରହିଛି। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ […] The post ବିଜେଡିରୁ ଇସ୍ତଫା ଦେଲେ ସିମୁଳିଆ ବିଧାୟକ: ଭିଡିଓ ଶେୟାର କରି କହିଲେ ଏମିତି କଥା appeared first on Dharitri Odia News.

ବିଜେଡିରୁ ଇସ୍ତଫା ଦେଲେ ସିମୁଳିଆ ବିଧାୟକ: ଭିଡିଓ ଶେୟାର କରି କହିଲେ ଏମିତି କଥା

ଭୁବନେଶ୍ୱର,୨୨।୫: ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବୁଧବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଦେଇଛନ୍ତି। ଏକ ଭିଡିଓ ବାର୍ତ୍ତାରେ ସେ ଏ ନେଇ ସୂଚନା ଦେଇଛନ୍ତି। ଜ୍ୟୋତିପ୍ରକାଶ ପୂର୍ବରୁ ମନ୍ତ୍ରୀ ମଧ୍ୟ ଥିଲେ। ଭିଡିଓ ଜରିଆରେ ସେ କହିଛନ୍ତି, ଆଜି ମୁଁ ବିଜେଡିର ପବ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି। ବିଜେଡି ସହିତ ଆମର ଦୀର୍ଘ ଦିନର ସମ୍ପର୍କ ରହିଛି। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମୟରୁ ସ୍ବର୍ଗତ ପର୍ଶୁରାମ ପାଣିଗ୍ରାହୀ ୪୦ ବର୍ଷ ଏବଂ ମୁଁ ୧୦ ବର୍ଷହେଲା ଦଳ ସହିତ ଜଡିତ ଅଛି। ଆମକୁ ସୁଯୋଗ ଦେଇଥିବାରୁ ମୁଁ ମାନ୍ୟବର ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଉଛି। ସିମୁଳିଆ ଏବଂ ଖଇରାବାସୀଙ୍କ ପାଇଁ ଆମ ପରିବାର ସର୍ବଦା ଥିବ।
ସୂଚନାଯୋଗ୍ୟ, ସିମୁଳିଆ ବିଧାନସଭା ଆସନ ପାଇଁ ବିଜେଡି ସୁବାସିନୀ ସାହୁଙ୍କୁ ପ୍ରାର୍ଥୀ କରିଛ। ଏହାକୁ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ସମର୍ଥକମାନେ ସହଜରେ ଗ୍ରହଣ କରି ପାରୁନାହାନ୍ତି। ଏଥିପାଇଁ ଦଳ ଘୋଷଣା କରିଥିବା ପ୍ରାର୍ଥୀଙ୍କ ନାମ ବଦଳାଇ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିବା ପାଇଁ ଦାବି ଜୋର ଧରିଛି।

The post ବିଜେଡିରୁ ଇସ୍ତଫା ଦେଲେ ସିମୁଳିଆ ବିଧାୟକ: ଭିଡିଓ ଶେୟାର କରି କହିଲେ ଏମିତି କଥା appeared first on Dharitri Odia News.